www.samajalive.in
Sunday, December 7, 2025
14.1 C
Bhubaneswar

ଭାରତ ଭରସାରେ ବିଶ୍ବ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ନୂଆଦିଲ୍ଲୀର ଯଶୋଭୂମିରେ ସେମିକନ୍ ଇଣ୍ଡିଆ-୨୦୨୫ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଛନ୍ତି। ଭାରତର ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ପ୍ରୋତ୍ସାହିତ କରିବା ପାଇଁ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ସମାବେଶକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ଦେଶ ଓ ବିଦେଶରୁ ଆସିଥିବା ସେମିକଣ୍ଡକ୍ଟର ଶିଳ୍ପର ସିଇଓ, ବିଶିଷ୍ଟ ଅତିଥି, ଷ୍ଟାର୍ଟ-ଅପ୍ ସହ ଜଡିତ ଉଦ୍ୟୋଗୀ ଏବଂ ଛାତ୍ରଛାତ୍ରୀଙ୍କୁ ସ୍ୱାଗତ କରିଥିଲେ। ସେ କହିଥିଲେ ଯେ ବିଶ୍ୱ ଭାରତକୁ ବିଶ୍ୱାସ ଓ ଭରସା କରୁଛି ଏବଂ ଭାରତ ସହିତ ସେମିକଣ୍ଡକ୍ଟର ଭବିଷ୍ୟତ ନିର୍ମାଣ କରିବାକୁ ବିଶ୍ୱ ପ୍ରସ୍ତୁତ ରହିଛି। ୨୦୨୧ ମସିହାରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା। ୨୦୨୩ରେ ଭାରତର ପ୍ରଥମ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ମଞ୍ଜୁର କରାଯାଇଥିଲା। ୨୦୨୪ରେ ଆହୁରି କିଛି ପ୍ଲାଣ୍ଟକୁ ମଞ୍ଜୁରୀ ମିଳିଥିଲା। ୨୦୨୫ରେ ପାଞ୍ଚଟି ଅତିରିକ୍ତ ସେମିକଣ୍ଡକ୍ଟର ପ୍ଲାଣ୍ଟକୁ ଅନୁମୋଦନ କରାଯାଇଛି। ବର୍ତ୍ତମାନ ମୋଟ୍‌ ୧୦ଟି ସେମିକଣ୍ଡକ୍ଟର ପ୍ରକଳ୍ପ ଚାଲିଛି। ଏଥିରେ ୧୮ ବିଲିୟନ ଡଲାରରୁ ଅଧିକ, ଅର୍ଥାତ୍‌ ୧.୫ ଲକ୍ଷ କୋଟି ଟଙ୍କାରୁ ଅଧିକ ନିବେଶ ସାମିଲ ରହିଛି। ଏହା ଭାରତ ପ୍ରତି ବଢ଼ୁଥିବା ବିଶ୍ୱାସକୁ ପ୍ରତିଫଳିତ କରୁଛି ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେମିକଣ୍ଡକ୍ଟର ଶିଳ୍ପ କ୍ଷେତ୍ରର ପ୍ରଗତି ଦେଶ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଫାଇଲରୁ କାରଖାନା ପର୍ଯ୍ୟନ୍ତ ସମୟ ଯେତେ କମ୍‌ ହେବ ଏବଂ କାଗଜପତ୍ର ଯେତେ କମ୍‌ ହେବ, ସେତେ ଶୀଘ୍ର କାର୍ଯ୍ୟ ଆରମ୍ଭ ହୋଇପାରିବ। ସରକାର ଏହି ପଦ୍ଧତିରେ ଏବେ କାମ କରୁଛନ୍ତି। ଜାତୀୟ ଏକକ ୱିଣ୍ଡୋ ସିଷ୍ଟମ କାର୍ଯ୍ୟକାରୀ କରାଯାଇଛି, ଯାହା କେନ୍ଦ୍ର ଏବଂ ରାଜ୍ୟର ସମସ୍ତ ଅନୁମୋଦନକୁ ଗୋଟିଏ ପ୍ଲାଟଫର୍ମରେ ଉପଲବ୍ଧ କରିପାରିବ। ଫଳସ୍ୱରୂପ ନିବେଶକଙ୍କୁ ବ୍ୟାପକ କାଗଜପତ୍ର ସମସ୍ୟାରୁ ମୁକ୍ତ କରାଯାଇଛି। ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ଜିତିନ ପ୍ରସାଦ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା, ଓଡ଼ିଶା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ। ସେମିକନ୍ ଇଣ୍ଡିଆ ୨୦୨୫ ହେଉଛି ଏକ ତିନି ଦିନିଆ ସମ୍ମିଳନୀ। ଏହା ସେପ୍ଟେମ୍ବର ୨ ରୁ ୪ ପର୍ଯ୍ୟନ୍ତ ଚାଲିବ।

- Advertisement -

ଭାରତରେ ଏକ ଦୃଢ଼, ସ୍ଥିର ଏବଂ ଦୀର୍ଘସ୍ଥାୟୀ ସେମିକଣ୍ଡକ୍ଟର ଇକୋସିଷ୍ଟମକୁ ଆଗକୁ ବଢାଇବା ଉପରେ ଏଥିରେ ବିଚାରବିମର୍ଶ କରାଯିବ। ସମ୍ମିଳନୀରେ ସେମିକନ୍ ଇଣ୍ଡିଆ କାର୍ଯ୍ୟକ୍ରମର ପ୍ରଗତି, ସେମିକଣ୍ଡକ୍ଟର ଫ୍ୟାବ୍ ଏବଂ ଉନ୍ନତ ପ୍ୟାକେଜିଂ ପ୍ରକଳ୍ପ, ଭିତ୍ତିଭୂମି ପ୍ରସ୍ତୁତି, ଗବେଷଣା ଏବଂ କୃତ୍ରିମ ବୁଦ୍ଧିମତ୍ତା କ୍ଷେତ୍ରରେ ନବସୃଜନ, ନିବେଶ ସୁଯୋଗ, ରାଜ୍ୟସ୍ତରୀୟ ନୀତି କାର୍ଯ୍ୟାନ୍ୱୟନ, ଇତ୍ୟାଦି ଉପରେ ଅଧିବେଶନ ଅନୁଷ୍ଠିତ ହେବ। ସମ୍ମିଳନୀରେ ୨୦,୭୫୦ରୁ ଅଧିକ ଅଂଶଗ୍ରହଣକାରୀ ଭାଗ ନେଉଛନ୍ତି। ଏଥିରେ ଅଛନ୍ତି ୨,୫୦୦ରୁ ଅଧିକ ବିଦେଶୀ ପ୍ରତିନିଧି, ୧୫୦ରୁ ଅଧିକ ବକ୍ତା। ଏଥିରେ ୬ଟି ଦେଶର ଗୋଲଟେବୁଲ ଆଲୋଚନା, ବିଭିନ୍ନ ଦେଶର ପାଭିଲିୟନ୍, କର୍ମଶକ୍ତି ବିକାଶ ଓ ଷ୍ଟାର୍ଟ-ଅପ୍ ପାଇଁ ସମର୍ପିତ ପାଭିଲିୟନ୍ ମଧ୍ୟ ଅନ୍ତର୍ଭୁକ୍ତ ହେବ।

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories