www.samajalive.in
Tuesday, December 9, 2025
23.1 C
Bhubaneswar

ସୀମାନ୍ତରେ ଯୁଦ୍ଧ ପରିସ୍ଥିତି ! ୨ ମିନିଟରେ ଉଡାଣ ଭରିବାକୁ ପାଇଲଟଙ୍କୁ ବାୟୁସେନାର ନିର୍ଦ୍ଦେଶ

ନୂଆଦିଲ୍ଲୀ: ଭାରତ ପକ୍ଷରୁ ପାକିସ୍ତାନରେ ଏୟାର ଷ୍ଟ୍ରାଇକ କରାଯିବା ପରେ ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଦେଖାଦେଇଛି। ଭାରତର ଦୁଇଟି ବିମାନକୁ ପାକିସ୍ତାନ ଖସାଇଥିବା ଦାବି କରୁଥିବା ବେଳେ ଭାରତ ମଧ୍ୟ ଏହାର କଡା ଜବାବ ଦେଇଛି। ବୁଧବାର ଅପରାହ୍ନରେ ଆକାଶ ସୀମା ଉଲ୍ଲଂଘନ କରି ପାକିସ୍ତାନ ବାୟୁସେନା ଭାରତ ସୀମାରେ ପଇଁତରା ମାରୁଥିବା ବେଳେ ଭାରତୀୟ ସେନା ପକ୍ଷରୁ ଏହାକୁ ଖସାଇ ଦିଆଯାଇଛି। ଏଭଳି ପରିସ୍ଥିତିରେ ଭାରତର ସମସ୍ତ ବିମାନ କମ୍ପାନୀ ଓ ବାୟୁସେନାର ସମସ୍ତ ପାଇଲଟଙ୍କୁ ସତର୍କ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ସହ ଯୁଦ୍ଧ ବିମାନକୁ ପ୍ରସ୍ତୁତ ରଖିବାକୁ ନିର୍ଦ୍ଦେଶ ହୋଇଛି। ମାତ୍ର ୨ ମିନିଟ୍ ମଧ୍ୟରେ ଉଡାଣ ଭରିବାକୁ ପାଇଲଟଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ନୂଆ ଆକାଶ ମାର୍ଗ ବିଷୟରେ ମଧ୍ୟ ସୂଚନା ଦିଆଯାଇଛି। ଅମୃତସର ବିମାନବନ୍ଦରରେ ଥିବା ସମସ୍ତ ଯାତ୍ରୀଙ୍କୁ ତୁରନ୍ତ ବାହାର କରାଯାଇ ସୁରକ୍ଷିତ ସ୍ଥାନକୁ ପଠାଯାଇଛି। ଭାରତ ଓ ପାକିସ୍ତାନ ମଧ୍ୟରେ ଅର୍ନ୍ତରାଷ୍ଟୀୟ ବିମାନ ଉଡାଣକୁ ରଦ୍ଧ କରାଯାଇଛି। ଏହା ସହ କିଛି ବିମାନର ଦିଗ ମଧ୍ୟ ପରିବର୍ତ୍ତନ କରାଯାଇଛି। ସୀମାନ୍ତରେ ଥିବା ହସ୍ପିଟାଲରେ ହାଇ ଆର୍ଲଟ ଜାରି କରାଯାଇଛି। ତୁରନ୍ତ ମେଡିକାଲ ସେବା ସହ ଔଷଧୀୟ ସାମଗ୍ରୀ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

Hot this week

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

Related Articles

Popular Categories