www.samajalive.in
Sunday, December 7, 2025
26.1 C
Bhubaneswar

ବୁଧବାର ଶୂନ୍ୟ ସହନଶୀଳ ଦିବସ : ୫ ବର୍ଷରେ ଦୁର୍ଘଟଣାରେ ଗଲାଣି ୨୭ ହଜାର ଜୀବନ

ଭୁବନେଶ୍ବର: ରାଜ୍ୟରେ ଗତ ୫ ବର୍ଷ ମଧ୍ୟରେ ପ୍ରାୟ ୫୬ ହଜାରରୁ ଊର୍ଦ୍ଧ୍ବ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ପ୍ରାୟ ୨୭ ହଜାରରୁ ଊର୍ଦ୍ଧ୍ବ ବ୍ୟକ୍ତିଙ୍କ ଜୀବନ ଯାଇଛି। ବେପରୁଆ ଗାଡ଼ି ଚାଳନା ସହ ଟ୍ରାଫିକ ନିୟମ ଉଲ୍ଲଘଂନ ଯୋଗୁଁ ଦୁର୍ଘଟଣା ବଢୁଛି। ମଦ୍ୟପାନ କରି ଗାଡ଼ି ଚାଳନା ଓ ବିନା ଲାଇସେନ୍ସରେ ବେପରୁଆ ଭାବେ ଗାଡ଼ି ଚଳାଇବା ଫଳରେ ଦୁର୍ଘଟଣା ହାର ବଢ଼ୁଛି। ୨୦୨୦ରୁ ୨୦୨୪ ମଧ୍ୟରେ ରାଜ୍ୟରେ ମୋଟ ୫୬ ହଜାର ୮୩୧ ସଡ଼କ ଦୁର୍ଘଟଣା ଘଟିଥିବା ଏସ୍‌ଟିଏ ପକ୍ଷରୁ ପଞ୍ଜିକୃତ ହୋଇଛି। ୫ ବର୍ଷ ମଧ୍ୟରେ ୨୭ ହଜାର ୧୬୭ ଲୋକଙ୍କ ଜୀବନ ସଡ଼କ ଦୁର୍ଘଟଣାରେ ଯାଇଛି। ବିଭାଗ ପକ୍ଷରୁ ପଞ୍ଜିକୃତ ତଥ୍ୟରେ ୨୭ ହଜାରରୁ ଅଧିକ ଜୀବନ ଯାଇଥିବା ବେଳେ କେତେକ ଦୁର୍ଘଟଣା ପଞ୍ଜିକୃତ ହୋଇ ନାହିଁ। ରାତିରେ ଦ୍ରୁତଗତିରେ ଗାଡ଼ି ଚାଳନା, ମଦ୍ୟପାନ କରି ଗାଡ଼ି ଚାଳନା ସହ ଟ୍ରାଫିକ୍‌ ନିୟମ ଭାଙ୍ଗିବା ଯୋଗୁଁ ଦୁର୍ଘଟଣା ବଢୁଛି। ମୋଟ ଦୁର୍ଘଟଣାର ପ୍ରାୟ ୬୫ % ବୁଧବାର, ଶୁକ୍ରବାର ଏବଂ ରବିବାର ଘଟୁଛି। ବିଶେଷ କରି ଆମିଷ ବାରିରେ ମଦ୍ୟପାନ କରି ବେପରୁଆ ଗାଡ଼ି ଚାଳନା ଯୋଗୁଁ ଅଧିକ ଦୁର୍ଘଟଣା ଘଟୁଛି।
ସାରା ରାଜ୍ୟରେ ୨୦୨୦ରେ ମୋଟ ୯ ହଜାର ୮୧୭ ସଡ଼କ ଦୁର୍ଘଟଣା ଘଟିଥିବା ବେଳେ ଏଥିରେ ୪ ହଜାର ୭୩୮ ଲୋକଙ୍କ ଜୀବନ ଯାଇଛି। ୨୦୨୧ରେ ୧୦ ହଜାର ୯୮୪ ସଡ଼କ ଦୁର୍ଘଟଣାରେ ୫ ହଜାର ୮୧ ଜଣଙ୍କ ଜୀବନ ଯାଇଥିବାବେଳେ ୨୦୨୨ରେ ୧୧,୬୬୩ ସଡ଼କ ଦୁର୍ଘଟଣାରେ ୫୪୬୭ , ୨୦୨୩ରେ ୧୧,୯୯୨ ଦୁର୍ଘଟଣାରେ ୫,୭୩୯, ୨୦୨୪ରେ ସର୍ବାଧିକ ୧୨ ହଜାର ୩୭୫ ଦୁର୍ଘଟଣାରେ ୬, ୧୪୨ ଜଣ ପ୍ରାଣ ହରାଇଛନ୍ତି। ସଡ଼କ ଦୁର୍ଘଟଣା ରୋକିବା ପାଇଁ ପୁଲିସ ସହ ମିଳିତ ଭାବେ ସ୍ବତନ୍ତ୍ର ଯାଞ୍ଚ କରାଯାଇ ନିଶାସକ୍ତଙ୍କୁ ଗାଡ଼ି ଚାଳନାରୁ ନିବୃତ କରାଇବାକୁ ବାର୍ତ୍ତା ଦିଆଯାଉଛି। ଧରପଗଡ଼ ଅଭିଯାନରେ ନିଶାସକ୍ତ ଚାଳକଙ୍କୁ ଜୋରିମାନା କରାଯାଉଛି। ଗ୍ରାମାଞ୍ଚଳର ଯୁବବର୍ଗ ସଡ଼କ ଦୁର୍ଘଟଣାରେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଦେଖିବାକୁ ମିଳିଛି। ବୁଧବାର ସବୁଠାରୁ ଅଧିକ ଦୁର୍ଘଟଣା ଘଟୁଥିବାରୁ ଏହାକୁ ଦୃଷ୍ଟିରେ ରଖି ସବୁ ଜିଲା ପରିବହନ କାର୍ଯ୍ୟାଳୟ ପକ୍ଷରୁ ବୁଧବାରକୁ ଶୂନ୍ୟ ସହନଶୀଳ ଦିବସ ଭାବେ ଯାଞ୍ଚ କରାଯାଉଛି। ଏହା ବ୍ୟତୀତ ସାମାଜିକ ଗଣମାଧ୍ୟମରେ ବ୍ୟାପକ ଭାବେ ସଚେତନ କରାଯାଉଥିବାବେଳେ କୃତ୍ରିମ ବୁଦ୍ଧିମତ୍ତା(ଏଆଇ) ଏବଂ ବୈଷୟିକ ଜ୍ଞାନକୌଶଳ ବ୍ୟବହାର କରାଯାଉଛି। ଇଣ୍ଟେଲିଜେଣ୍ଟ ଏନ୍‌ଫୋର୍ସମେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ(ଆଇଏମ୍‌ଏସ) ବ୍ୟବସ୍ଥାକୁ ସବୁ ଜିଲାରେ ବ୍ୟାପକ କରାଯାଉଛି। ସ୍ବୟଂଚାଳିତ ବେଗ ନିୟନ୍ତ୍ରଣ ଯନ୍ତ୍ର ଜରିଆରେ ଦ୍ରୁତ ଗତିରେ ଯାଉଥିବା ଗାଡ଼ିର ଚାଲାଣ କଟାଯାଉଛି। ଫଳରେ ଚଳିତ ବର୍ଷ କିଛି ମାତ୍ରାରେ ଦୁର୍ଘଟଣା କମିଥିବା ଏସ୍‌ଟିଏ ପକ୍ଷରୁ କୁହାଯାଇଛି। ନିୟମିତ ବ୍ୟବଧାନରେ ଶୂନ୍ୟ ଦୁର୍ଘଟଣା ଦିବସ ମଧ୍ୟ ପାଳନ କରୁଛି ପରିବହନ ବିଭାଗ।

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories