www.samajalive.in
Monday, December 8, 2025
16.1 C
Bhubaneswar

ବାଲାକୋଟରେ ଆତଙ୍କବାଦୀଙ୍କୁ ପ୍ରଶିକ୍ଷଣ ଦେଉଥିଲେ ପାକିସ୍ତାନର ପୂର୍ବତନ ସେନା ଅଧିକାରୀ

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନଗୁଡ଼ିକୁ ପାକିସ୍ତାନ ପ୍ରତ୍ୟକ୍ଷ ହେଉ ଅବା ପରୋକ୍ଷରେ ପ୍ରୋତ୍ସାହନ ଦେଇଆସୁଛି। ଅନ୍ତର୍ଜାତୀୟ ସ୍ତରରେ ପ୍ରବଳ ଚାପ ସତ୍ବେ ଏହି ଦେଶ ଆତଙ୍କବାଦୀ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଛି। ପୂର୍ବରୁ ଏହାର ଅନେକ ଉଦାହରଣ ଦେଖିବାକୁ ମିଳିଥିବାବେଳେ ପୁଲୱାମା ଆକ୍ରମଣରେ ମଧ୍ୟ ପାକିସ୍ତାନର ହାତ ଥିବା ଜାତୀୟ ତଦନ୍ତକାରୀ ସଂସ୍ଥା(ଏନଆଇଏ)କୁ  ସୁରାକ ମିଳିଛି। ଅନ୍ୟପଟେ ପାକିସ୍ତାନ ନିଜ ମାଟିରେ କିପରି ଆତଙ୍କବାଦୀଙ୍କୁ ହୃଷ୍ଟପୁଷ୍ଟ କରାଉଛି ତାହାର ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି।

ଭାରତୀୟ ବାୟୁସେନା ପକ୍ଷରୁ ମଙ୍ଗଳବାର ଭୋର ସମୟରେ ପାକିସ୍ତାନ ଅଧିକୃତ କାଶ୍ମୀର(ପିଓକେ)ରେ ବିମାନ ଆକ୍ରମଣ କରାଯାଇ ଅନେକ ଆତଙ୍କବାଦୀ ଶିବିର ସମେତ ପ୍ରଶିକ୍ଷଣ କେନ୍ଦ୍ର, ଜୈଶର କଂଟ୍ରୋଲ ରୁମ ଏବଂ ଲଞ୍ଚ ପ୍ୟାଡ୍‌କୁ ଧ୍ଵଂସ କରାଯାଇଥିଲା। ତେବେ ବାଲାକୋଟଠାରେ ଥିବା ଆତଙ୍କବାଦୀ ପ୍ରଶିକ୍ଷଣ କେନ୍ଦ୍ରକୁ ଜୈଶ ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କ ଶଳା ୟୁସୁଫ ଆଝାର ପରିଚାଳନା କରୁଥିଲେ, ଯିଏ ଆକ୍ରମଣରେ ମଧ୍ୟ ନିହତ ହୋଇଛନ୍ତି। ତେବେ ସେଠାରେ ଥିବା ପ୍ରଶିକ୍ଷଣ କେନ୍ଦ୍ରରେ ଆତଙ୍କବାଦୀଙ୍କୁ ଯେଉଁମାନେ ପ୍ରଶିକ୍ଷଣ ଦେଉଥିଲେ ସେମାନେ ହେଉଛନ୍ତି ପାକିସ୍ତାନର  ପୂର୍ବତନ ସେନା ଅଧିକାରୀ। ଭାରତୀୟ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଏଭଳି ସୂଚନା ମିଳିଛି।

- Advertisement -

ସୂଚନା ମୁତାବକ, ପାକିସ୍ତାନର ଖାଇବର ପଖତୁନଖ୍ବା ପ୍ରଦେଶ ଅନ୍ତର୍ଗତ କୁନହାର ନଦୀ ନିକଟରେ ଆତଙ୍କବାଦୀଙ୍କ ବାଲାକୋଟ ଶିବିର ରହିଥିଲା। ବାଲାକୋଟ ସହରଠାରୁ ଏହି ଶିବିର ୨୦ କିଲୋମିଟର ଦୂରରେ ଅବସ୍ଥିତ ଥିଲା। ଏହି ପ୍ରଶିକ୍ଷଣ କେନ୍ଦ୍ରକୁ ଜୈଶ-ଏ-ମହମ୍ମଦ(ଜେଇଏମ) ଆତଙ୍କବାଦୀ ସଂଗଠନ ବ୍ୟବହାର କରୁଥିଲା। ଏହା ପୂର୍ବରୁ ହିଜବୁଲ ମୁଜାହିଦ୍ଦିନ ଏବଂ ଅନ୍ୟାନ୍ୟ ଆତଙ୍କବାଦୀ ସଂଗଠନ ଏହାକୁ ବ୍ୟବହାର କରୁଥିଲେ। ଏହା ସେମାନଙ୍କ ପାଇଁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ପ୍ରଶିକ୍ଷଣ କେନ୍ଦ୍ର ଥିଲା। କାରଣ ଆତଙ୍କବାଦୀ ଏବଂ ଜେହାଦୀମାନଙ୍କୁ ଯୁଦ୍ଧ କୌଶଳ ବିଷୟରେ ପ୍ରଶିକ୍ଷଣ ଦିଆଯାଉଥିଲା ଏବଂ ସେମାନଙ୍କୁ ଏହି ପ୍ରଶିକ୍ଷଣ ଦେଉଥିଲେ ପାକିସ୍ତାନର କେତେଜଣ ପୂର୍ବତନ ସେନା ଅଧିକାରୀ। ଜୈଶ ସଂଗଠନର ମୁଖ୍ୟ ମାସୁଦ ଆଝାର ଏଠାକୁ ଆସି ସେମାନଙ୍କୁ ଉତ୍ସାହିତ କରିବା ଲାଗି ଅନେକ ପ୍ରେରଣାଦାୟୀ ଭାଷଣ ଦେଉଥିଲେ। ଆଝାରଙ୍କ ଶଳା, ପୁତୁରାଙ୍କ ଭଳି ସମ୍ପର୍କୀୟମାନେ ଆତଙ୍କୀମାନଙ୍କୁ ଉନ୍ନତ ଅସ୍ତ୍ରଶସ୍ତ୍ର ବ୍ୟବହାର କୌଶଳ ଶିଖାଉଥିଲେ। ସେମାନଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ବିସ୍ଫୋରକ ତିଆରି କରିବା, ସୁରକ୍ଷାକର୍ମୀଙ୍କ ଗାଡ଼ିକୁ ଆକ୍ରମଣ କରିବା, ଆଇଇଡି ତିଆରି କରିବା ସହ ତାହାକୁ ବ୍ୟବହାର କରିବା, ଆତ୍ମଘାତୀ ଆକ୍ରମଣ କରିବା, ପ୍ରତିକୂଳ ପରିସ୍ଥିତିରେ ନିଜକୁ କିପରି ରକ୍ଷା କରିହେବ ସେଥିଲାଗି ପ୍ରଶିକ୍ଷଣ ଦିଆଯାଉଥିଲା। ଜୈଶ ବିଶେଷ କରି ଆତ୍ମଘାତୀ ଆକ୍ରମଣ ଏବଂ ଅନ୍ୟ ଧର୍ମର ଲୋକଙ୍କୁ ସଂଗଠନରେ ଭର୍ତ୍ତି କରିବା ସହ ସେମାନଙ୍କୁ ସଂଗଠନ ପାଇଁ କାର୍ଯ୍ୟ କରିବାକୁ ଅନୁପ୍ରାଣିତ କରୁଥିଲା ବୋଲି ସ୍ବରାଷ୍ଟ୍ର ମନ୍ତ୍ରଣାଳୟର ଜଣେ ଅଧିକାରୀ କହିଛନ୍ତି।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories