www.samajalive.in
Sunday, December 7, 2025
23.1 C
Bhubaneswar

‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଅସରନ୍ତି ପ୍ରେରଣାର ଉତ୍ସ- ମୁଖ୍ୟମନ୍ତ୍ରୀ

ଭୁବନେଶ୍ଵର : ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି ଚନ୍ଦ୍ରଶେଖରପୁର ଶିଶୁ ବିହାରରେ ସ୍ଥାନୀୟ ଲୋକଙ୍କ ସହିତ ପ୍ରଧାନମନ୍ତ୍ରୀଙ୍କ ୧୨୫ତମ ‘ମନ୍ କି ବାତ୍’ କାର୍ଯ୍ୟକ୍ରମ ଶୁଣିଛନ୍ତି।  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ମନ୍ କି ବାତ୍’ ରେ ପ୍ରତ୍ୟେକ ଥର ପରି ବିଭିନ୍ନ କ୍ଷେତ୍ରର ସାଧାରଣ ଲୋକଙ୍କ ସଫଳତାକୁ ପ୍ରଶଂସା କରି ଲୋକଲୋଚନକୁ ଆଣିଥିଲେ। ଆଜି  ପ୍ରଧାନମନ୍ତ୍ରୀ ଓଡିଆ ଝିଅ ରଶ୍ମିତା ସାହୁଙ୍କ ସହିତ କଥା ହୋଇ ତାଙ୍କର ଉଚ୍ଚ ପ୍ରଶଂସା କରିଥିଲେ। ରଶ୍ମିତା ନିକଟରେ ଅନୁଷ୍ଠିତ ଖେଲୋ ଇଣ୍ଡିଆ କାନୋଇଙ୍ଗ୍ (ଜଳକ୍ରୀଡା) ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଦୁଇଟି ସ୍ୱର୍ଣ୍ଣ ପଦକ ପାଇଛନ୍ତି। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡିଶା କାୟାକିଙ୍ଗ୍ ଓ କାନୋଇଙ୍ଗ୍ ଆସୋସିଏସନର ସହଯୋଗରେ ଜଗତପୁରର ସାଇ ସ୍ପୋର୍ଟ୍ସ ଆନୁକୂଲ୍ୟରେ ଓଡିଶାର କ୍ରୀଡା ପ୍ରତିଭାମାନଙ୍କୁ ଉତ୍ତମ ପ୍ରଶିକ୍ଷଣ ଦିଆଯାଉଛି। ରଶ୍ମିତା ମଧ୍ୟ ଜଗତପୁରରେ କାନୋଇଙ୍ଗ୍‌ ପ୍ରଶିକ୍ଷଣ ପାଇଛନ୍ତି। ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଅନେକ ଦିନ ଧରି ଓଡିଶା କାୟାକିଙ୍ଗ୍ ଓ କାନୋଇଙ୍ଗ୍ ଆସୋସିଏସନର ସଭାପତି ଥିଲେ। ବର୍ତ୍ତମାନ ସେ ଏହି ସଂସ୍ଥାର ଚିଫ୍ ପାଟ୍ରନ୍ ଅଛନ୍ତି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ସ୍ଥାନୀୟ ଲୋକଙ୍କୁ ସମ୍ବର୍ଦ୍ଧିତ ମଧ୍ୟ କରିଥିଲେ। ଦୁଇ ଜଣ ବରିଷ୍ଠ ନାଗରିକ ତଥା ସମାଜସେବୀ ରାଜେନ୍ଦ୍ର ବାରିକ ଓ ବି.ବି. ମିଶ୍ର ଏବଂ ଶିଶୁ ବିହାର ଯୋଗ କେନ୍ଦ୍ରର ପ୍ରମୁଖ ବିଶ୍ୱନାଥ ନାୟକ, ଭାରତୀ ପ୍ରଧାନ ଓ ଏଲ୍.ଡି ସାହୁ ସମ୍ବର୍ଦ୍ଧିତ ହୋଇଥିଲେ। ଏହା ସହିତ ମନ୍ଦିର କମିଟି, ମହିଳା ସଂଘ ଏବଂ ୱାର୍ଡ ନଂ-୬ର ଅନ୍ୟ ସମାଜସେବୀ ସଦସ୍ୟମାନଙ୍କୁ ମଧ୍ୟ ମୁଖ୍ୟମନ୍ତ୍ରୀ ସମ୍ବର୍ଦ୍ଧିତ କରିଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories