www.samajalive.in
Sunday, December 7, 2025
16.1 C
Bhubaneswar

ଶ୍ରୀମନ୍ଦିରରେ ଅନ୍‌ଲାଇନ ପୂଜା ନାଁରେ ଠକେଇ

ପୁରୀ : ଅନ୍‌ଲାଇନରେ ଶ୍ରୀମନ୍ଦିରରେ ପୂଜା କରିବା ଆଳରେ ଜଗନ୍ନାଥ ପ୍ରେମୀଙ୍କୁ ଠକେଇ କରାଯାଉଛି। ମହାପ୍ରଭୁଙ୍କ ପୂଜା ସହ ନିର୍ମାଲ୍ୟ ମିଳିବ ବୋଲି ବିଜ୍ଞାପନରେ ଦର୍ଶାଯାଇଛି। ପୂଜା ପରିସେବା ନାମକ ଏକ ଆପ୍ ମାଧ୍ୟମରେ ଏଭଳି ବିଜ୍ଞାପନ ଦିଆଯାଇଛି। ଚାରି ପ୍ରକାର ପୂଜା ପାଇଁ ଅଲଗା ଅଲଗା ମୂଲ୍ୟ ରହିଛି। ସ୍ବତନ୍ତ୍ର ଅଭିଷେକ ପୂଜା ପାଇଁ ୭୫୦୦, ତୁଳସୀ ଦାନ ପୂଜା ପାଇଁ ୫୫୦୧, ସାଧାରଣ ଦର୍ଶନ ପୂଜା ପାଇଁ ୨୫୦୦ ଏବଂ ଜଗନ୍ନାଥ, ବଳରାମ, ସୁଭଦ୍ରାଙ୍କ ମିଳିତ ପୂଜା ପାଇଁ ୪୭୫୦ଟଙ୍କା ଦେବାକୁ ପଡ଼ିବ ବୋଲି ୱେବସାଇଟରେ ଉଲ୍ଲେଖ ରହିଛି। ଦେଶ ବାହାର ଭକ୍ତଙ୍କ ପୂଜା ପାଇଁ ଡଲାରରେ ମଧ୍ୟ ଦର ତାଲିକା ପ୍ରକାଶ କରାଯାଇଛି। ଏହି ଘଟଣା ଜଣାପଡ଼ିବା ପରେ ଶ୍ରୀମନ୍ଦିର ସେବାୟତ ଉଦ୍‌ବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରରେ ସଞ୍ଚାର ମାଧ୍ୟମରେ ଏଭଳି କୌଣସି ବ୍ୟବସ୍ଥା ନାହିଁ ବୋଲି ସେମାନେ ସୂଚନା ଦେଇଛନ୍ତି। ଭକ୍ତମାନେ ବାରମ୍ବାର ସଞ୍ଚାର ମାଧ୍ୟମରେ ଠକେଇର ଶିକାର ହେଉଥିବାରୁ ତୁରନ୍ତ ଶ୍ରୀମନ୍ଦିର, ଜିଲା ଓ ପୁଲିସ ପ୍ରଶାସନ ଏଭଳି ସଂସ୍ଥା ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେବାୟତ ଦାବି କରିଛନ୍ତି। ଏନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଅନ୍‌ଲାଇନ ନାମରେ ବାରମ୍ବାର ଭକ୍ତଙ୍କୁ ଠକେଇ ହେଉଥିବା ନଜିର ରହିଛି। ଏହି ଘଟଣାକୁ ପୁଲିସ ଗୁରୁତର ସହ ନେଇଛି। ସାଇବର ବିଶେଷଜ୍ଞଙ୍କ ଦ୍ବାରା ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯିବ। ତଦନ୍ତ ପରେ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ କହିଛନ୍ତି, ଭବିଷ୍ୟତରେ ଶ୍ରୀମନ୍ଦିର ସମ୍ପର୍କିତ ଶବ୍ଦାବଳୀ ଅନ୍ୟ କେହି ବ୍ୟବହାର ନକରିବା ପାଇଁ ଖୁବ୍‍ଶୀଘ୍ର ଏହାର ପ୍ୟାଟେଣ୍ଟ କରାଯିବ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories