www.samajalive.in
Monday, December 8, 2025
14.1 C
Bhubaneswar

‘ମୁଡ୍‌ ଅଫ୍‌ ଦି ନେସନ ସର୍ଭେ’ : ଆଜି ନିର୍ବାଚନ ହେଲେ ଏନ୍‌ଡିଏକୁ ୩୨୪

ନୂଆଦିଲ୍ଲୀ: ଆଜି ଲୋକସଭା ନିର୍ବାଚନ ହେଲେ ଏନ୍‌ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରି ୩୨୪ ଆସନ ଜିତିବାର ସମ୍ଭାବନା ଅଛି। ଏଥିସହ ୨୦୨୪ରେ ଏନ୍‌ଡିଏକୁ କଡ଼ା ଟକ୍କର ଦେଇଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବା ସମ୍ଭାବନା ରହିଛି। ‘ଇଣ୍ଡିଆ ଟୁଡେ-ସିଭୋଟର- ମୁଡ୍ ଅଫ୍ ଦ ନେସନ୍’ (ରାଷ୍ଟ୍ରର ମନୋଭାବ) ସର୍ଭେ ଅନୁଯାୟୀ, ସାଧାରଣ ନିର୍ବାଚନ ପରେ ଅନୁଷ୍ଠିତ ହୋଇଥିବା ତିନିଟି ପ୍ରମୁଖ ବିଧାନସଭା ନିର୍ବାଚନରେ ଏନ୍‌ଡିଏର ଲଗାତାର ବିଜୟ ପରେ ଯଦି ଆଜି ଲୋକସଭା ନିର୍ବାଚନ ହୁଏ ତେବେ ଏନ୍‌ଡିଏ ପ୍ରଭାବଶାଳୀ ପ୍ରଦର୍ଶନ କରି ୩୨୪ ଆସନ ଜିତିବାର ସମ୍ଭାବନା ଅଛି। ଅନ୍ୟପକ୍ଷରେ, ୨୦୨୪ରେ ୨୩୪ ଆସନ ଜିତି ଏନ୍‌ଡିଏକୁ ଏକ ଅଦ୍ଭୁତ ଝଟ୍‌କା ଦେଇଥିବା କଂଗ୍ରେସ ନେତୃତ୍ୱାଧୀନ ବିରୋଧୀ ମେଣ୍ଟର ଆସନ ସଂଖ୍ୟା ୨୦୮କୁ ହ୍ରାସ ପାଇବାର ସମ୍ଭାବନା ରହିଛି। ତେବେ ବିଜେପି ୨୬୦ ଆସନ ପାଇବ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଥିଲେ ହେଁ ନିଜ ଦମ୍‌ରେ ସରକାର ଗଠନର କୁହୁକ ସଂଖ୍ୟା ୨୭୨ରୁ ବିଜେପି ୧୨ଟି ଆସନ ପଛରେ ରହିବ।

୨୦୨୪ ଲୋକସଭା ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଲୋକପ୍ରିୟତାରେ ବିଜେପି ୫୪୩ ଆସନରୁ ୨୪୦ଟି ଆସନରେ ବିଜୟୀ ହୋଇଥିଲା। ନିଜସ୍ୱ ସରକାର ଗଠନ କରିବା ପାଇଁ ଆବଶ୍ୟକ କୁହୁକ ସଂଖ୍ୟା ୨୭୨ ଆସନରୁ ୩୨ କମ୍ ଅାସନ ପାଇଥିଲା ବିଜେପି। ତଥାପି, ଏହାର ଏନ୍‌ଡିଏ ଅଂଶୀଦାରଙ୍କ ସହାୟତାରେ ମୋଟ ୨୯୩ ସଂଖ୍ୟାରେ ମୋଦୀ ତୃତୀୟ ପାଳି ସରକାର ଗଠନ କରିଥିଲେ। ଏଥିସହ ୪୦୦ରୁ ଅଧିକ ଆସନ ଜିତିବା ପାଇଁ ଦାବି କରିଥିବା ଇଣ୍ଡିଆ ବ୍ଲକ ଏନ୍‌ଡିଏକୁ କଡ୍ଡା ଟକ୍କର ଦେଇଥିଲା ଓ ୨୩୪ଟି ଆସନରେ ବିଜୟଲାଭ କରିଥିଲା। ସେବେଠାରୁ, ବିରୋଧୀ ଦଳର ନିର୍ବାଚନୀ ଭାଗ୍ୟ ନିମ୍ନଗାମୀ ସ୍ଥିତିରେ ପହଞ୍ଚିଛି। ହରିୟାଣା, ମହାରାଷ୍ଟ୍ର ଏବଂ ଦିଲ୍ଲୀ ଭଳି ପ୍ରମୁଖ ରାଜ୍ୟଗୁଡ଼ିକରେ ବିଧାନସଭା ନିର୍ବାଚନରେ ବିରୋଧୀ ଦଳ ପରାଜୟ ବରଣ କରିଛି। ରାଷ୍ଟ୍ରର ମନୋଭାବ କ’ଣ ପ୍ରକାଶ କରେ, ତାହା ସଦ୍ୟତମ ସର୍ଭେରେ ପ୍ରତିଫଳିତ ହୋଇଛି। ଦଳଗତ ଦୃଷ୍ଟିରୁ ଦେଖିଲେ, ସର୍ଭେରେ ଭବିଷ୍ୟବାଣୀ କରାଯାଇଛି ଯେ ଯଦି ବର୍ତ୍ତମାନ ସାଧାରଣ ନିର୍ବାଚନ ହୁଏ, ତେବେ ବିଜେପି ୨୬୦ ଆସନ ପାଇବ, ତଥାପି ନିଜ ଦମ୍‌ରେ ସରକାର ଗଠନର କୁହୁକ ସଂଖ୍ୟା ୨୭୨ରୁ ବିଜେପି ୧୨ଟି ଆସନ ପଛରେ ରହିବ। ତେବେ ଫେବୃଆରୀ ସଂସ୍କରଣରେ କରାଯାଇଥିବା ସର୍ଭେ ପୂର୍ବାନୁମାନ ୨୮୧ ଆସନ ଅପେକ୍ଷା ଏହା ବହୁ କମ୍‌। ୨୦୨୪ରେ ଏନ୍‌ଡିଏ ୪୪% ଭୋଟ ପାଇଥିଲା।

- Advertisement -

ଯଦି ଆଜି ନିର୍ବାଚନ ହୁଏ ତେବେ ଏନ୍‌ଡିଏର ଭୋଟ ଅଂଶ ୪୬.୭%କୁ ବୃଦ୍ଧି ପାଇବ। ତେବେ ଇଣ୍ଡିଆ ବ୍ଲକକୁ ୪୦.୯% ଭୋଟ ମିଳିବ ବୋଲି ସର୍ଭେରେ ପୂର୍ବାନୁମାନ କରାଯାଇଛି। ଦେଶବାସୀଙ୍କ ମନୋଭାବ ସର୍ଭେ ୨୦୨୫ ଜୁଲାଇ ୧ରୁ ଅଗଷ୍ଟ ୧୪ ମଧ୍ୟରେ କରାଯାଇଥିଲା। ଯେଉଁଥିରେ ସମସ୍ତ ଲୋକସଭା କ୍ଷେତ୍ରର ୫୪,୭୮୮ ଭୋଟରଙ୍କୁ ସାମିଲ କରାଯାଇଥିଲା। ଏଥିରେ ସିଭୋଟରର ନିୟମିତ ଟ୍ରାକର ତଥ୍ୟରୁ ୧,୫୨,୦୩୮ ସାକ୍ଷାତକାରର ମଧ୍ୟ ବିଶ୍ଲେଷଣ କରାଯାଇଥିଲା। ମୋଟ ୨,୦୬,୮୨୬ ଉତ୍ତରଦାତାଙ୍କ ମତାମତକୁ ବିଚାରକୁ ନିଆଯାଇଥିଲା।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories