www.samajalive.in
Sunday, December 7, 2025
16.1 C
Bhubaneswar

ଚା’ ପିଇବାକୁ ଯାଇଥିଲେ.. ଜଣେ ମୃତ ; ୨ ଗୁରୁତର, ୫୦ ଲକ୍ଷ କ୍ଷତିପୂରଣ ଦାବି 

ଫୁଲବାଣୀ: କନ୍ଧମାଳ ଜିଲ୍ଲା ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବେପାରୁଆ ଗାଡ଼ି ଚାଳନା ଯୋଗୁଁ ଚାଲିଗଲା ଜଣକ ଜୀବନ। ଦୁଇଜଣ ଗୁରୁତର ଥିବା ବେଳେ ଗୋଟିଏ କାର ଦୁଇଟି ବାଇକ୍ ଚୁର ମାର ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣକ ହେଲେ ବ୍ରାହ୍ମଣୀଗାଁ ଧର୍ମ ସାହିର ବଣ୍ଡାସା ମାଝୀ (ଜିରୀମିୟ) (୬୨)। ଆହତ ମାନେ ହେଲେ ବଣ୍ଡାବୁଡ଼ି ମାଝୀ (୫୦) ଓ ତାଙ୍କ ସ୍ଵାମୀ ପେଟା (ପିତର)ମାଝୀ (୫୫)। ସେମାନଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରଯାଇଥିବା ଜଣାପଡ଼ିଛି। ଅନଳ ରଣସିଂଙ୍କର ହୁଣ୍ଡାଇ କାର, ମରେନ ମଳିକଙ୍କ ବାଇକ, କରୁଣାକର କାଡ୍ରାକାଙ୍କ ଲୁନା ବାଇକ ଭାଙ୍ଗି ଚୁରମାର ହୋଇଥିବା ଜଣାପଡ଼ିଛି।

ବ୍ରାହ୍ମଣୀଗାଁ ଥାନା ଆଇଆଇସି ବିଜୟ କୁମାର ହାଇବୁରୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଥିବା ବେଳେ ଗ୍ରାମବାସୀମାନେ ରାସ୍ତା ଅବରୋଧ କରି ମୃତ ବ୍ୟକ୍ତି ତଥା ଆହତ ବ୍ୟକ୍ତି ଓ ବାଇକ୍ ଓ କାରର କ୍ଷତିପୂରଣ ବାବଦ କୁ ୫୦ଲକ୍ଷ ଟଙ୍କା ଦାବି କରିଛନ୍ତି। ଜିଲ୍ଲା ପ୍ରଶାସନ ଓ ଗାଡ଼ି ମାଲିକ ଆସି ସମାଧାନ ନ ହେବା ଯାଏଁ ଧାରଣାରେ ବସି ରହିବେ ବୋଲି ଚେତାବନୀ ଦେଇଛନ୍ତି। ଦାରିଙ୍ଗବାଡି ଠାରୁ ବ୍ରହ୍ମପୁରକୁ ଗାଡ଼ି ଚଳାଚଳ ବନ୍ଦ ରହିଛି।

- Advertisement -

ସୂଚନା ଅନୁଯାୟୀ ସକାଳୁ ପ୍ରାୟ ୬ଟା ବେଳେ ପେଟା ମାଝୀ ଓ ତାଙ୍କ ସ୍ତ୍ରୀ ଚା’ ଦୋକାନ ଖୋଲିଥିଲେ। ବଣ୍ଡାସା ମାଝୀ ସେହି ଦୋକାନକୁ ଚା’ ପିଇବାକୁ ଯାଇଥିଲେ। ସେହି ସମୟରେ ସରାମୁଳୀରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଘରୋଇ ବସ ପଦ୍ମାଳୟ ଦ୍ରୁତ ଗତିରେ ଆସି ଅନ୍ୟ ଏକ ବସକୁ ଓଭରଟେକ୍ କରିବା ସମୟରେ ପ୍ରଥମେ ସେଠାରେ ଥିବା ଏକ କାରକୁ ଧକ୍କା ଦେଇ ଚା’ ଦୋକାନ ଆଡେ ମାଡି ଯାଇଥିଲା। ଚା’ ପିଇବାକୁ ଯାଇଥିବା ବଣ୍ଡାସା ମାଝୀଙ୍କ ଉପରକୁ ଗାଡ଼ି ଚଢ଼ି ଯାଇଥିଲା। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ଘଟିଥିବା ବେଳେ ପେଟା ଓ ତାଙ୍କ ସ୍ତ୍ରୀ ଗୁରୁତର ଆହତ ହୋଇଥିବା ଜଣାପଡିଛି। ସ୍ଥାନୀୟ ଲୋକେ ଉଦ୍ଧାର କରି ତାଙ୍କୁ ପ୍ରଥମେ ବ୍ରାହ୍ମଣୀଗାଁ ମେଡ଼ିକାଲ ରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ଥିବାରୁ ଡାକ୍ତର ତାଙ୍କୁ ବ୍ରହ୍ମପୁର ବଡ ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ। ଏହାକୁ ନେଇ ଉତଜେନା ଲାଗି ରହିଛି।

ରାଜଧାନୀର ୨୦ରୁ ଅଧିକ କଲେଜକୁ ବୋମାରେ ଉଡାଇବାକୁ ଧମକ

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories