www.samajalive.in
Sunday, December 7, 2025
26.1 C
Bhubaneswar

କୁନି ମୟଙ୍କଙ୍କ ନିଆରା ପ୍ରତିଭା, ମାଟି ଧରିଲେ ଗଢିଦିଅନ୍ତି ମୂର୍ତ୍ତି

ରେଙ୍ଗାଲିକ୍ୟାମ୍ପ : ବୟସ ମାତ୍ର ୯, କିନ୍ତୁ ତାଙ୍କ ପାଖରେ ରହିଛି ଅନେକ ପ୍ରତିଭା । ପିଲାଟି ଦିନରୁ ମାଟିରେ  ଅନେକ  ଦେବାଦେବୀଙ୍କ  ମୂର୍ତ୍ତି ଗଢିବା ଯେମିତି ତାଙ୍କର ଏକ ନିଶା । ମାତ୍ର ଗୋଟିଏ ଘଣ୍ଟାରେ ଗଢି ଦେଇ ପାରୁଛନ୍ତି  ସୁନ୍ଦର୍ ସୁନ୍ଦର୍ ଦେବାଦେବୀଙ୍କ ମୂର୍ତ୍ତି । ଏଭଳି କଳା ପ୍ରତିଭାର ଅଧିକାରୀ ହେଉଛନ୍ତି  ବରଗଡ଼ ଜିଲ୍ଲା ଅତାବିରା ବ୍ଲକ ଶିକ୍ଷା ଅଧିନସ୍ଥ ତଳି ଟାମ୍ପରସରା ପ୍ରାଥମିକ ବିଦ୍ୟାଳୟ ଚତୁର୍ଥ ଶ୍ରେଣୀ ଛାତ୍ର ମୟଙ୍କ ଭୁଏ  ।

ମୟଙ୍କ  ତାଙ୍କ ମାତୃ ଗର୍ଭରେ ଥିବାବେଳେ  ହିଁ ପିତାଙ୍କୁ ହରାଇଛନ୍ତି, ତେଣୁ ପିଲାଟି ଦିନରୁ କେବଳ ମା’ଙ୍କ ସ୍ନେହ ମମତାରେ ବଢ଼ି ଆସିଛନ୍ତି । ପ୍ରଥମ ଶ୍ରେଣୀରୁ ମାଟିରେ  ସୁନ୍ଦର  ସୁନ୍ଦର ମୂର୍ତ୍ତି  ବନେଇବା ତାଙ୍କର  ବେଶ୍ ଆଗ୍ରହ । ବିଲରୁ, ପଡ଼ିଆରୁ  ମାଟି ଆଣି ସେ ଅତି କମ୍ ସମୟରେ ମୂର୍ତ୍ତି ବନେଇ ପାରନ୍ତି । ତାଙ୍କ ସେହି ପ୍ରତିଭାକୁ ପ୍ରୋତ୍ସାହନ ଦେବା ପାଇଁ ତାଙ୍କର ପ୍ରଧାନ ଶିକ୍ଷକ ତାଙ୍କୁ   ଗଣେଶଙ୍କ ମୂର୍ତ୍ତି ତିଆରି କରିବା ପାଇଁ କହିଥିଲେ ଏବଂ ସେହି ମୂର୍ତ୍ତି  ଗଣେଶ ଚତୁର୍ଥୀ ଦିନ ବିଦ୍ୟାଳୟରେ ପୂଜା କରାଯିବ ବୋଲି କୁହାଯାଇଥିଲା । ଏହା ଶୁଣିବା ମାତ୍ରେ ଖୁସି ହୋଇ ମୟଙ୍କ ମାତ୍ର ଗୋଟିଏ ଘଣ୍ଟାରେ ମୂର୍ତ୍ତି ତିଆରି କରିଥିଲେ । ଆଜି ବିଦ୍ୟାଳୟ ରେ ସେହି ମୂର୍ତ୍ତି ପୂଜା କରାଯାଇଥିଲା ।

- Advertisement -

ମୟଙ୍କଙ୍କ ମୂର୍ତ୍ତି ଗଢ଼ିବା ଦେଖି ବିଦ୍ୟାଳୟର ଅନ୍ୟ ଛାତ୍ରଛାତ୍ରୀ ମଧ୍ୟ ପ୍ରେରଣା ପାଉଛନ୍ତି । ଆଜି ବିଦ୍ୟାଳୟରେ ଗଣେଶ ପୂଜା ଉତ୍ସବ ଅବସରରେ  ଅନ୍ୟାନ୍ୟ ଛାତ୍ରଛାତ୍ରୀମାନେ ମଧ୍ୟ ନିଜ ହାତ ତିଆରି ଛୋଟ ଛୋଟ ଗଣେଶ  ମୂର୍ତ୍ତି ମାନ ନେଇ ଆସିଥିଲେ । ବିଦ୍ୟାଳୟରେ ଆଜି ଗଣେଷ ପୂଜା ସହ ମୂର୍ତ୍ତି ପ୍ରଦର୍ଶନୀ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା । ଆଗାମୀ ଦିନରେ ଛାତ୍ରଟିର ଉଜ୍ବଳ ଭବିଷ୍ୟତ କାମନା କରି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ତ୍ରିବିକ୍ରମ ସେଠଙ୍କ ଅଧ୍ୟକ୍ଷତାରେ ବହୁ ଶିକ୍ଷା ପ୍ରେମୀ ଆଜି ଯୋଗଦାନ  ପୂର୍ବକ  ଏହି ଶିଶୁକୁ  ଉତ୍ସାହିତ କରିବା ସହ  ଶିକ୍ଷା ପ୍ରେମୀ ରାଧେଶ୍ୟାମ ପାଣିଗ୍ରାହୀ ତାଙ୍କୁ ପୁରସ୍କୃତ ମଧ୍ୟ କରିଥିଲେ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories