ଗୁଣୁପୁର : ଆଶ୍ରମ ବିଦ୍ୟାଳୟରେ ଅଘଟଣ ଦେଖିବାକୁ ମିଳିଛି । ଜଣେ ତୃତୀୟ ଶ୍ରେଣୀ ଛାତ୍ରଙ୍କ ଗୋଡରେ ଲୁହା ଗେଟର ରଡ୍ ପଶିଯାଇଥିଲା ଏବଂ ସେହି ଅବସ୍ଥାରେ ସେ ପ୍ରାୟ ୧ ଘଣ୍ଟା ଧରି ଝୁଲି ରହିଥିବା ଦେଖିବାକୁ ମିଳିଥିଲା । ରାୟଗଡା ଜିଲ୍ଲା ଗୁଣୁପୁର ପୈାରପରିଷଦ ଅନ୍ତର୍ଗତ ପୁରୁଣା ଗୁଣପୁର ଆଶ୍ରମ ସ୍କୁଲରେ ଆଜି ଦେଖିବାକୁ ମିଳିଥିଲା ଏମିତି ଦୃଶ୍ୟ । ତୃତୀୟ ଶ୍ରେଣୀରେ ପଢୁଥିବା ଛାତ୍ର ଗିରିଧର ଶବର ସ୍କୁଲକୁ ଗଣେଶ ପୂଜାକୁ ଆସି ଲାଟିନ୍ ଛାତରେ ଚଢି ଲୁହା ଗେଟକୁ ଖସି ପଡିଥିଲେ । ଲୁହା ଗେଟର ଛଡ ଗିରିଧରର ବାମ ଜଙ୍ଘରେ ପଶିଯାଇଥିଲା । ପ୍ରାୟ ଘଣ୍ଟାଏ ଧରି ସେ ଏମିତି ଅଟକି ରହିଥିଲେ । ଗୁଣୁପୁର ଡାକ୍ତରଖାନା ଟିମ୍ ଓ ଅଗ୍ନିଶମ ଟିମ୍ ଉଦ୍ଧାର କାର୍ଯ୍ୟରେ ଲାଗିବା ପରେ ଗିରିଧର ଉଦ୍ଧାର ହୋଇଥିଲେ । ତାଙ୍କୁ ଉଦ୍ଧାର କରି ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଗ୍ନିଶମ ବାହିନୀ ନେଇଥିଲା । ତାଙ୍କର ଏବେ ଚିକିତ୍ସା ଚାଲିଥିବା ବିଦ୍ୟାଳୟ ପକ୍ଷରୁ ସୂଚନା ମିଳିଛି ।
Popular Categories



