www.samajalive.in
Monday, December 8, 2025
14.1 C
Bhubaneswar

ଗ୍ରାମାଞ୍ଚଳ ବିକାଶ ପାଇଁ ଖର୍ଚ୍ଚ ହେଉଛି କୋଟିକୋଟି ଟଙ୍କା, ହେଲେ ସୁଧୁରୁନି ରାସ୍ତାର ଅବସ୍ଥା

କଲ୍ୟାଣସିଂହପୁର: ଗ୍ରାମାଞ୍ଚଳର ବିକାଶ ପାଇଁ ସରକାରଙ୍କ ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏଥି ନିମନ୍ତେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା। ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ପାର୍ସାଲି ପଞ୍ଚାୟତର ଦୁର୍ଗମ ନୀୟମଗିରି ପାହାଡ ଅଞ୍ଚଳର ଦୃଶ୍ୟ ଦେଖିଲେ ଯୋଜନା ଲୋକଙ୍କ କାମରେ ଲାଗୁନି ବୋଲି ସହଜରେ ଅନୁମେୟ।
ସାନ ଡେଙ୍ଗିଲେଲି ଛକଠାରୁ ବଡ଼ ଡେଙ୍ଗିଲେଲି ଛକ ପର୍ଯ୍ୟନ୍ତ ପ୍ରାୟ ଦୁଇ କିଲୋମିଟର କାଦୁଅ ପଚପଚ ରାସ୍ତା ପାଦରେ ଚାଲିବା କଷ୍ଟକର। ପ୍ରତ୍ୟେକ ଦିନ ଯାତାୟାତରେ କିଛି ନା କିଛି ଅଘଟଣ ଘଟିବା ନଜରରେ ଆସିଥାଏ। ଗ୍ରୀଷ୍ମ ଋତୁରେ ଚଳି ଯାଉଥିବାବେଳେ ବର୍ଷାରେ ସ୍ଥିତି ଅତି ଦୟନୀୟ। ଏହା ରାସ୍ତା ନୁହେଁ ମରଣଯନ୍ତା ପାଲଟିଛି । ସାଧାରଣତଃ ଅଞ୍ଚଳର ଲୋକଙ୍କୁ ପାର୍ଷାଲି ପଞ୍ଚାୟତକୁ ରାସନ ଚାଉଳ ହେଉ କିମ୍ବା ଭତ୍ତା ପଇସା ଆଣିବାକୁ ହେଲେ ଏହି ରାସ୍ତା ଉପରେ ନିର୍ଭର କରିବାକୁ ପଡ଼ିଥାଏ। ଦୁର୍ଭାଗ୍ୟବଶତଃ କାହାର ଦେହ ଖରାପ ହେଇଯାଏ ତାକୁ ଖଟିଆ, ଭାର ଭରସା। ଏହି ରାସ୍ତା ଉପରେ ନିର୍ଭର କରନ୍ତି ନିୟମଗିରି ଅଞ୍ଚଳର ଲାଖପଦର, ପଟାଙ୍ଗ ପଦର, ଡଙ୍ଗା ମାଟି, ଲାମ୍ବା, ଗୁମା, ସାରିଖୋଲା, ବଡ଼ଡେଙ୍ଗନେଲି ପରି ଅନେକ ଗ୍ରାମର ଲୋକେ ।ଲାଇଫ୍‌ଲାଇନ୍‌ ପାଲଟି ଥିବା ଏହି ରାସ୍ତା ସୁରକ୍ଷିତ ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମୁଖୀନ ହୋଉଛନ୍ତି ନିୟମଗିରି ଅଞ୍ଚଳର ଡଙ୍ଗରିଆ। ଯଦି ଏହି ରାସ୍ତା ମରାମତି ନ ହୁଏ ଆଗାମୀ ଦିନରେ ବ୍ଲକରେ ଧାରଣାରେ ବସିବୁ କହିଛନ୍ତି ନୀୟମଗିରି ଅଞ୍ଚଳବାସୀ। ଏ ସମ୍ପର୍କରେ ବିଡ଼ିଓ ମନୀଷା ଦାସଙ୍କୁ ପଚାରିବାରୁ ଆରଡି ବିଭାଗକୁ କୁହା ହେଇଛି ତୁରନ୍ତ କାର୍ଯ୍ୟ କରାଯିବ ବୋଲି ସେ କହିଛନ୍ତି।

ବାସ୍‌ ଗୋଟିଏ ଦିନ ପରେ.. ନବପଞ୍ଚମ ଯୋଗ ଏହି ରାଶିଙ୍କୁ କୋଟିପତି କରିବେ ପ୍ରଭୁ ଗଣେଶ..

- Advertisement -

 

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories