www.samajalive.in
Sunday, December 7, 2025
26.1 C
Bhubaneswar

ମାଆ ହେବେ ପରିଣିତି, ଶେୟାର କଲେ ଖୁସି ଖବର, ଲେଖିଲେ..

ନୂଆଦିଲ୍ଲୀ : ବଲିଉଡ୍‌ରେ ପୁଣି ଖୁସି ଖବର। ଅଭିନେତ୍ରୀ ପରିଣିତି ଚୋପ୍ରା ମାଆ ହେବାକୁ ଯାଉଛନ୍ତି । ସେ ନିଜେ ଏହି ଖୁସି ଖବର ସୋସିଆଲ ମିଡିଆରେ ଶେୟାର କରିଛନ୍ତି । ପରିଣିତ କହିଛନ୍ତି, ସେ ଓ ତାଙ୍କ ସ୍ୱାମୀ ରାଘବ ଚଡ୍ଡା ୨ରୁ ୩ ହେବାକୁ ଯାଉଛନ୍ତି । ତାଙ୍କ ଘରେ ନୂଆ ଅତିଥିଙ୍କ ଆଗମନ ହେବ । ଅଭିନେତ୍ରୀ ଏନେଇ ଏକ ପୋଷ୍ଟ ମଧ୍ୟ କରିଛନ୍ତି । ଏହି ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି, ଆମର ଛୋଟ ବ୍ରହ୍ମାଣ୍ଡ ରାସ୍ତାରେ ଅଛି । ଧନ୍ୟବାଦ, ବହୁତ୍‌ ଆଶୀର୍ବାଦ ମିଳିଛି । ପୋଷ୍ଟରେ ଅଭିନେତ୍ରୀ ଜଣକ ଏକ କେକ୍‌ର ଫଟୋ ପୋଷ୍ଟ କରି ସେଥିରେ ଲେଖିଛନ୍ତି, ୧+୧= ୩ । ଏହାସହ କୁନି ପାଦର ଫଟୋ ମଧ୍ୟ ଶେୟାର କରିଛନ୍ତି । ଏହାସହ ଏକ ଭିଡିଓ ମଧ୍ୟ ସେ ଶେୟାର କରିଛନ୍ତି ।


ଏହି ଖବର ଜଣାପଡିବା ପରେ ଉଭୟଙ୍କ ପରିବାରରେ, ବନ୍ଧୁବାନ୍ଧବ, ପ୍ରଶଂସକଙ୍କ ମଧ୍ୟରେ ଖୁସିର ବାତାବରଣ ଖେଳି ଯାଇଛି। ଉଭୟଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ଦମ୍ପତି ବିବାହର ୨ ବର୍ଷ ପରେ ବାପା-ମାଆ ହେବାକୁ ଯାଉଛନ୍ତି । ନିକଟରେ ହାସ୍ୟ ଅଭିନେତା କପିଲ୍‌ ଶର୍ମାଙ୍କ ଶୋ’ରେ ପରିଣିତି ଓ ଆପ୍‌ ନେତା ରାଘବ ବାପା-ମାଆ ହେବା ଖବରକୁ ହସଖୁସି ଶୈଳୀରେ କଥା ହୋଇଥିଲେ । କଥା କଥାରେ କହିଥିଲେ ଖୁବ୍‌ ଶୀଘ୍ର ଖୁସି ଖବର ଦେବେ। ପରିଣିତି ୨୦୨୩ ମସିହାରେ ଆପ୍‌ ନେତା ରାଘବ ଚଡ୍ଡାଙ୍କୁ ବିବାହ କରିଥିଲେ। ରାଜସ୍ଥାନର ଉଦୟପୁରରେ ସେମାନଙ୍କ ବିବାହ ହୋଇଥିବା ବେଳେ ଖୁବ ଚର୍ଚ୍ଚା ହେବା ସହ ସଭିଏଁ ବେଶ ପ୍ରଶଂସା କରିଥିଲେ। ବର୍ତ୍ତମାନ ବିବାହ ପରେ ସେମାନଙ୍କ ଜୀବନରେ ନୂଆ ଖୁସି ଆସିବାକୁ ଯାଉଛି। ଏହାକୁ ନେଇ ସେମାନେ ବେଶ ଖୁସି ଓ ଉତ୍ସାହିତ ରହିଛନ୍ତି।

୫୦୦ ବର୍ଷ ପରେ.. ଗଣେଶ ଚତୁର୍ଥୀରେ ଦୁର୍ଲ୍ଲଭ ଯୋଗ: ଏହି ରାଶିଙ୍କ ଉପରେ ଖାଲି ହେବ ଧନ ବର୍ଷା, ବଦଳିବ ଏସବୁ..

- Advertisement -

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories