www.samajalive.in
Sunday, December 7, 2025
23.1 C
Bhubaneswar

କେନ୍ଦ୍ରାପଡ଼ାରୁ ମହିଳାଙ୍କୁ ନିଶା ଦେଇ ହାଇଦ୍ରାବାଦରେ ଦୁଷ୍କର୍ମ

କେନ୍ଦ୍ରାପଡ଼ା:କେନ୍ଦ୍ରାପଡ଼ା ଜିଲ୍ଲା  ନିକିରାଇ ଥାନା ଅଞ୍ଚଳରୁ ଜଣେ ବିବାହିତ ମହିଳାଙ୍କୁ ହାଇଦ୍ରାବାଦକୁ ଅପହରଣ କରି ନେଇ ସେଠାରେ ୬ ଜଣ ଦୁଷ୍କର୍ମ କରିଛନ୍ତି  । ଏ ନେଇ ମହିଳା ଜଣକ ଥାନାରେ ଏତଲା ଦେଇଛନ୍ତି। ଏତଲା ଦେବା ପରେ ପୁଲିସ ଘଟଣାର ଅନୁସନ୍ଧାନ ଆରମ୍ଭ କରିଛି। ମହିଳା ଜଣକ ତାଙ୍କ ଅଭିଯୋଗରେ ଦର୍ଶାଇଛନ୍ତି ‌ ଯେ  ବେଣୀପୁର ଗ୍ରାମର ବିକାଶ ମଳିକ, ରାଜନଗର ବାବୁ ମଳିକ, ପ୍ରଶାନ୍ତ ମଳିକ ତାଙ୍କୁ ନିଶାଦ୍ରବ୍ୟ ସୁଙ୍ଘାଇ ହାଇଦ୍ରାବାଦ ନେଇ ଯାଇଥିଲେ। ହାଇଦ୍ରାବାଦରେ ଏହି ଅଭିଯୁକ୍ତମାନଙ୍କର ଅନ୍ୟ ତିନି ଜଣ ସହଯୋଗୀ ଥିଲେ। ସେଠାରେ ପ୍ରଥମେ ବିକାଶ ଦୁଷ୍କର୍ମ କରିଥିଲେ। ଏହାପରେ ଅନ୍ୟମାନେ ଦୁଷ୍କର୍ମ  କରିବାକୁ ଉଦ୍ୟମ କରିଥିଲେ। ହେଲେ ସେମାନଙ୍କୁ ବାରଣ କରିବାରୁ ସେମାନେ ନିଆଁ ଚେଙ୍କ ଦେଇ ଜଣେ ପରେ ଜଣେ ଏହିପରି ୬ ଜଣ ଦୁଷ୍କର୍ମ  କରିଥିଲେ। ଏହାସହ ମହିଳା ପିନ୍ଧିଥିବା ସୁନାଗହଣା ଲୁଟି ନେଇଥିଲେ। ମହିଳାଙ୍କୁ ଖାଇବାକୁ ମଧ୍ୟ ଦେଇ ନଥିଲେ। ବହୁ କଷ୍ଟରେ ମହିଳା ଜଣକ ତାଙ୍କ ଭାଇଙ୍କୁ ଫୋନ କରିଥିଲେ। ତାଙ୍କ ଭାଇ ହାଇଦ୍ରାବାଦରେ ପହଞ୍ଚିବା ପରେ ସେଠାରୁ ମହିଳାଙ୍କୁ ଉଦ୍ଧାର କରିଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ ଛାଡି ଫେରାର ହୋଇ ଯାଇଥିଲେ। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ମହିଳା ଜଣକ ପୁଲିସକୁ ନିବେଦନ କରିଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ପଦ୍ମାଳୟା ପ୍ରଧାନଙ୍କୁ ପଚାରିବାରୁ ସେ କହିଲେ ମହିଳାଙ୍କ ଅଭିଯୋଗ ଆଧାରରେ ଏକ ଦୁଷ୍କର୍ମ ମାମଲା ରୁଜୁ କରାଯାଇ ଘଟଣାର ତଦନ୍ତ ଚାଲିଛି। ଅଭିଯୁକ୍ତମାନଙ୍କୁ ଗିରଫ କରିବା ପାଇଁ ଏସ୍‌ପିଙ୍କ ନିର୍ଦେଶରେ ଏକ ସ୍ଵଂତନ୍ତ୍ର  ଦଳ ଗଠନ ହୋଇଛି। ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ କୋର୍ଟଚାଲାଣ କରାଯିବ। ଏ ସଂକ୍ରାନ୍ତରେ ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ସୁଧାକର ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି ଏହି ଘଟଣାକୁ ଆମେ ଗୁରୁତର ସହ ଗ୍ରହଣ କରିଛୁ। ଅଭିଯୁକ୍ତମାନଙ୍କୁ ଗିରଫ କରାଯାଇ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।  ନେଇ ସୂଚନା ମିଳିଛି ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories