www.samajalive.in
Sunday, December 7, 2025
26.1 C
Bhubaneswar

ଠିକ୍ ୧ ମାସରେ ଭୋଳା ଶଙ୍କରଙ୍କ ଦର୍ଶନ ସାରି ଫେରିଲା ଗଜରାଜ  

ଜି ଉଦୟଗିରି : ଆଜିକୁ ଠିକ୍ ଏକମାସ ତଳେ ଅର୍ଥାତ ୨୫/୦୭ ରେ ଉତ୍ତର ଘୁମୁସର ବନଖଣ୍ଡରୁ ଆସିଥିବା ଗୋଠ ଛଡ଼ା ରକ୍ତ ମୁଖା ଦନ୍ତା ୨୬/୦୭ରେ ମାଲାନସୁଗା ଅଞ୍ଚଳର ସାମନ୍ତ ଦିଗାଲଙ୍କୁ ପାଯିମାହାଠାରେ କଚାଡ଼ି ମାରିଥିଲା। ସେହିପରି ୨୮/୦୭ ରେ ପେଟାପାଙ୍ଗା ପଞ୍ଚାୟତ ସ୍ଥିତ ଅଦୁନାଜୁ ଗ୍ରାମର ପ୍ରଶାନ୍ତ କୁମାର ନାୟକ ୬୪ ଙ୍କୁ କଚାଡ଼ି ମାରିଥିଲା। ଫଳରେ ଫୁଲବାଣୀ ବନଖଣ୍ଡ ଅଧିକାରୀ ପ୍ରତାପ କଟାପାଲିଙ୍କ ତତ୍ତ୍ଵାବଧାନରେ ୭ଟି ବନାଞ୍ଚଳରୁ ୭୦ରୁ ଉର୍ଦ୍ଧ୍ବ କର୍ମଚାରୀ ରକ୍ଷକ ଟିମ୍ ଗଠନ କରିବା ସହ ରକ୍ତ ମୁଖା ଦନ୍ତା ଉପରେ ତୀକ୍ଷଣ ନଜର ରଖିଥିବା ବେଳେ ବିଭାଗର ନିଦ ହାଜାଇ ଦେଇଥିଲା। ସେହିପରି ପ୍ରାୟ ୧୨ ଟିରୁ ଉର୍ଦ୍ଧ୍ୱ ଗାଈ ମାରିଥିବାବେଳେ ବ୍ୟାପକ କଦଳୀ ଧାନ ବାଉଁଶ ଓ ମକା ଆଦି ଫସଲ ନଷ୍ଟ କରିଥିଲା । ତେବେ ଦୀର୍ଘ ଏକ ମାସ ଜି ଉଦୟଗିରି ବନାଞ୍ଚଳର ଜି ଉଦୟଗିରି ସେକ୍ସନ ଅନ୍ତର୍ଗତ ଗମ୍ଭାରୀଗୁଡ଼ା, ପିଡିକାମାହା, ଗାମୂଲି , ପାଜୀମାହା ଦୁଗୁଡ଼ି, ପଦାସାହୀ, ନନ୍ଦଗିରୀ ,ଲିଙ୍ଗା, ଗ୍ରେସିଂଗିଆ ଓ ଦାଡ଼ାପଦା ସେହିପରି  ପାନୂରିଆ ସେକ୍ସନ ଅନ୍ତର୍ଗତ ଆଦାସିକୁପା, ପେତାପାଙ୍ଗ, ବୁର୍ବିନାଯୁ,ମଗରଗୁଡ଼ା, ବାଂଦା ,ଦିବାଗୁଡ଼ା, ଆଦି ଅଞ୍ଚଳରେ ନିଜର ଉପସ୍ଥିତି ଜାହିର କରିବା ସହ ଉପଦ୍ରବ ଜାରି ରଖିଥିବା ସହ ଅଞ୍ଚଳବାସୀଙ୍କୁ ଆତଙ୍କ ଖେଳାଇଥିବା ପରେ ବନ ବିଭାଗର ନିଦ ହଜାଇ ଦେଇଥିଲା । ସେଠାରୁ ଶନିବାର ଜି ଉଦୟଗିରି ଧବଳେଶ୍ଵର ମନ୍ଦିରରେ ଭୋଳା ଶଙ୍କରଙ୍କ ଦର୍ଶନ ସାରି କଳିଙ୍ଗା ସେକ୍ସନ ଅନ୍ତର୍ଗତ ରେଟୁଡି ଦେଇ ଉତ୍ତର ଘୁମୁସର ବନଖଣ୍ଡ ଦର୍ପିଙ୍ଗିଆ ଜଙ୍ଗଲକୁ ଫେରିଯାଇଥିବା ଜଣାପଡ଼ିଛି। ଫଳରେ ଅଞ୍ଚଳବାସୀ ଓ ବନବିଭାଗ ଆଶ୍ୱସ୍ତି ଲାଭ କରିଛନ୍ତି।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories