www.samajalive.in
Sunday, December 7, 2025
26.1 C
Bhubaneswar

୨୦୨୨ରେ ବନ୍ଦ ହୋଇଯାଇଥିଲା ବିକ୍ରି, ଏବେ ପୁଣି ଫେରିଲା ଏହି ବାଇକ୍

ନୂଆଦିଲ୍ଲୀ : ହାର୍ଲେ ଡେଭିଡସନ୍ ୨୦୨୨ରେ ଭାରତୀୟ ବଜାରରେ ନିଜ ଗାଡି ବିକ୍ରି ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା । ଏହା ପରେ କମ୍ପାନୀ ନିଜ ଷ୍ଟକ୍ ଖାଲି କରି ସମସ୍ତ ମଡେଲ ବିକ୍ରି ବନ୍ଦ କରିଦେଇଥିଲା । କିନ୍ତୁ ଏବେ କମ୍ପାନୀ ଧିରେ ଧିରେ ନିଜ ବାଇକକୁ ଭାରତୀୟ ବଜାରକୁ ଆଣିବାକୁ ପ୍ରସ୍ତୁତ ହେଉଛି । ଏବେ କମ୍ପାନୀ ୨୦୨୨ରେ ବନ୍ଦ ହୋଇସାରିଥିବା ଷ୍ଟ୍ରିଟ୍ ବବକୁ ଭାରତକୁ ପୁଣି ନେଇଆସିଛି । ଏହି ନୂଆ ଭର୍ସନ ଅନ୍ୟ ବଡ ହାର୍ଲେ ମଡେଲ ଭଳି ହେବ । ଏଥିରେ ୧୧୭CI ଇଞ୍ଜିନ୍ ମିଳିବ ।

ଏହା ପୁରୁଣା ମଡେଲ ଭଳି ନଜର ଆସିବ । ଏହା ୫ ପ୍ରକାର ରଙ୍ଗର ବିକଳ୍ପ ସହିତ ବଜାରକୁ ଆସିବ । ଏଥିରେ ବିଲିୟର୍ଡ ଗ୍ରେ, ଭିଭିଡ୍ ବ୍ଲାକ, ସେଣ୍ଟରଲାଇନ୍, ଆଇରନ୍ ହାର୍ସ ମେଟାଲିକ୍ ଓ ପର୍ପଲ ଏଭିସ୍ ଡେନିମ୍ ଭଳି ରଙ୍ଗ ସାମିଲ । ଏଥିରେ ୧୯୨୩ ସିସି ଭି ଟ୍ବିନ୍ ଏୟାର/ଅଏଲ୍ କୁଲ୍ଡ ଇଞ୍ଜିନ୍ ମିଳିବ । ଏହା ୫୦୨୦ ଆରପିଏମରେ ୯୧.୧୮ ବିଏଚପିର ପାଓ୍ବର ଓ ୨୭୫୦ ଆରପିଏମରେ ୧୫୬ ଏନଏମର ଟର୍କ ଉତ୍ପନ କରିବ । ଏଥିରେ ୧୩.୨ ଲିଟରର ଛୋଟ ଫ୍ୟୁଲ ଟ୍ୟାହ୍କ ସତ୍ତ୍ବେ ଏହାର ଓଜନ ୨୯୩ କିଲୋଗ୍ରାମ । ବାଇକରେ ୧୯-୧୬ ଇଞ୍ଚର ସ୍ପୋକ୍ ହ୍ବିଲ୍ସ ମିଳିବ । ବାଇକରେ ୩ଟି ରାଇଡିଂ ମୋଡ୍ ସହିତ ଡ୍ରାଗ୍ ଟର୍କ ସ୍ଲିପ୍ କଣ୍ଟ୍ରୋଲ, ଟ୍ରାକ୍ସନ କଣ୍ଟ୍ରୋଲ, କ୍ରୁଜ୍ କଣ୍ଟ୍ରୋଲ ଓ ଡୁଆଲ ଚ୍ୟାନେଲ୍ ଏବିଏସ୍ ସାମିଲ । ୨୦୨୫ ହାର୍ଲେ ଡେଭିଡସନ୍ ଷ୍ଟ୍ରିଟ୍ ବବର ପ୍ରାରମ୍ଭିକ ଏକ୍ସ ଶୋରୁମ୍ ଦାମ୍ ୧୮.୭୭ ଲକ୍ଷ ଟଙ୍କା ରଖିଛି କମ୍ପାନୀ ।

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories