www.samajalive.in
Sunday, December 7, 2025
23.1 C
Bhubaneswar

ଉତ୍ତମ ସ୍ବାସ୍ଥ୍ୟ ପାଇଁ କୋଳଥ ଡାଲିର ସେବନ

ଅନେକ ଲୋକ କୋଳଥ ଡାଲି ଖାଇବାକୁ ପସନ୍ଦ କରିଥାଆନ୍ତି। ଏହି ଡାଲି ସ୍ବାସ୍ଥ୍ୟ ପାଇଁ ଲାଭଦାୟକ ଅଟେ। ଏହା ପାଟିକୁ ସ୍ବାଦିଷ୍ଟ ଲାଗେ। କୋଳଥ ଡାଲିର କିଛି ଚତ୍ମକାରୀ ଗୁଣ ରହିଛି ଯାହା ଶରୀରକୁ ସୁସ୍ଥ ରଖିଥାଏ। ଆସନ୍ତୁ ଜାଣିବା ଶରୀର ପାଇଁ କୋଳଥ ଡାଲିର ଉପକାରିତା ସମ୍ବନ୍ଧରେ ..

କୋଳଥ ଡାଲି ଖାଇବା ଦ୍ବାରା ମେଦ ବହୁଳତା ହ୍ରାସ ହୋଇଥାଏ। କାରଣ ଏଥିରେ ମେଟାବୋଲିଜିମ ବଢାଇବାର କ୍ଷମତା ରହିଛି। ଦୈନିକ କୋଳଥ ଡାଲି ଖାଇବା ଦ୍ବାରା ପ୍ରାୟ ଏକ ମାସ ମଧ୍ୟରେ ମୋଟାପଣ କମି ଯାଇଥାଏ।

- Advertisement -

କୋଳଥକୁ ଗୁଣ୍ଡ କରି ପ୍ରତିଦିନ ପାଣିରେ ଦୁଇ ଚାମଚ ମିଶାଇ ପିଇବା ଦ୍ବାରା ମୁହଁର କୁଞ୍ଚନ ସମସ୍ୟା ଦୂର ହୋଇଥାଏ।

କୋଳଥ ଡାଲି ଖାଇବା ଦ୍ବାରା ମୁହଁର ତୈଳାକ୍ତ ଅଂଶରୁ ମୁକ୍ତି ମିଳିଥାଏ। ବ୍ରଣ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

କୋଳଥ ଡାଲିକୁ ବତୁରାଇ ତାର ପାଣି ପିଇବା ଦ୍ବାରା ପେଟରେ ପଥର କିମ୍ବା ଷ୍ଟୋନ ସମସ୍ୟା ଦୂର ହୋଇଥାଏ। ଏଥିରେ ଥିବା ଭିଟାମିନ-ଏ ଷ୍ଟୋନ ସମସ୍ୟା ଦୂର କରିବାରେ ସହାୟକ ହୋଇଥାଏ।

କୋଳଥକୁ ଚୂନା କରି ରଖନ୍ତୁ। ସେହି ଚୂନାରୁ ପ୍ରତିଦିନ ଦୁଇ ଚାମଚ ପାଣିରେ ମିଶାଇ ପିଇବା ଦ୍ୱାରା ତ୍ୱଚାରୁ କୁଞ୍ଚନ ଦୂର ହୋଇଥାଏ।

କୋଳଥ ଖାଇବା ଦ୍ୱାରା ଅତ୍ୟଧିକ ତୈଳିକ ତ୍ୱଚାରୁ ମୁକ୍ତି ମିଳେ। କୋଳଥ ବ୍ରଣ ସମସ୍ୟା ମଧ୍ୟ ଦୂର କରେ।

କୋଳଥ ଡାଲି ପ୍ରତିଦିନ ସେବନ କରିବା ଦ୍ବାରା ବାତ ସମସ୍ୟା ଦୂର ହୋଇଥାଏ। ଏହାସହ ତଣ୍ଟି ସମ୍ବନ୍ଧୀୟ ସମସ୍ୟାରୁ ମଧ୍ୟ ମୁକ୍ତି ମିଳେ।

କୋଳଥ ପାଣିକୁ ଫୁଟାଇ ସେଥିରେ ହେଙ୍ଗୁ ଓ ଶୁଣ୍ଠି ସହ ଅଳ୍ପ ଲୁଣ ପକାଇ ପିଅନ୍ତୁ। ଏପରି କରିବା ଦ୍ବାରା ପେଟ ଯନ୍ତ୍ରଣା ଦୂର ହୋଇଥାଏ।

Hot this week

ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା : ଯବାନଙ୍କ ସମେତ ଦୁଇ ଅଟକ

ଭୁବନେଶ୍ଵର : ପୁଲିସ ଏସ୍‌ଆଇ ନିଯୁକ୍ତି ଦୁର୍ନୀତି ମାମଲା । ଏସ୍ଏ‌ସ୍‌ବି...

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

Related Articles

Popular Categories