ଜଳେଶ୍ୱର : ଜଣେ ଜେଲ ଫେରନ୍ତା ଯୁବକଙ୍କ ମୃତ୍ୟୁ ପରେ ସାହି ପଡୋଶୀ ସତ୍କାର ଲାଗି ନ ଆସିବାରୁ ଦୁଇ ଦିନ ଧରି ମୃତଶରୀର ଘରେ ପଡ଼ି ରହିଥିଲା। ଶୁକ୍ରବାର ସଂଧ୍ୟାରେ ଏକ ସାମାଜିକ ସଂଗଠନ ଓ ପୁଲିସ ସହଯୋଗରେ ସତ୍କାରର ବ୍ୟବସ୍ଥା ହୋଇଛି।
ଘଟଣାରୁ ପ୍ରକାଶ, ବାଲେଶ୍ବର ଜିଲା, ଜଳେଶ୍ବର ବ୍ଳକ ନାମ୍ପୋ ଗାଁ ଦେଉଳବାଡ ଆଦିବାସୀ ସାହିର ରାଜୁ ବେସ୍ରା ଓ ଚମ୍ପା ବେସ୍ରା ଦୀର୍ଘ ଦିନ ଧରି ଏକ ସରକାରୀ ଜାଗାରେ ବାସ କରି ଆସୁଛନ୍ତି। ତାଙ୍କ ପୁଅ ମଦନ ବେସ୍ରା ଓରଫ ଟେରା (୨୮) ବାପା ମାଙ୍କ ପାଖରେ ରହି ଆସୁଥିବାବେଳେ କୌଣସି ଅପରାଧରେ ଜଡିତ ହୋଇ ଦୀର୍ଘ ୭ ବର୍ଷରୁ ଅଧିକ କାଳ ଜେଲରେ ରହିଥିଲା। ଅଳ୍ପ ଦିନ ପୂର୍ବରୁ ଜେଲରୁ ଫେରିଥିବାବେଳେ ସେ ପକ୍ଷାଘାତ ରୋଗରେ ଆକ୍ରାନ୍ତ ଥିଲା। ଗତ ଗୁରୁବାର ସଂଧ୍ୟାରେ ତାଙ୍କ ମୃତ୍ୟୁ ହେବା ପରେ ବାପା ସାହି ଭାଇମାନଙ୍କୁ ପୁଅର ସତ୍କାର ଲାଗି ଡାକିଥିଲେ। କିନ୍ତୁ ପଡୋଶୀଙ୍କ ସହିତ ଉତ୍ତମ ସଂପର୍କ ନ ଥିବାରୁ ସତ୍କାର ହୋଇପାରି ନ ଥିଲା। ତେବେ ସରପଞ୍ଚ ଲୋପାମୁତ୍ର ରାଉଳ, ସମାଜସେବୀ ଜଗନ୍ନାଥ ପ୍ରଧାନ, ସୁଶୀଲ ପରିଡ଼ା ପ୍ରମୁଖଙ୍କ ପ୍ରଚେଷ୍ଟା ଓ ନାମ୍ପୋ ଫାଣ୍ଡି ଅଧିକାରୀଙ୍କ ସହଯୋଗରେ ଜଳେଶ୍ୱରର ଅଗ୍ରଣୀ ସାମାଜିକ ସଂଗଠନ ମେ ଆଇ ହେଲ୍ପ ୟୁର ସଦସ୍ୟମାନେ ଶବ ସତ୍କାର କରିଥିବା ଜଣାଯାଇଛି।
୨ ଦିନ ପରେ ହେଲା ଜେଲ୍ ଫେରନ୍ତାଙ୍କ ସତ୍କାର
Popular Categories



