www.samajalive.in
Sunday, December 7, 2025
23.1 C
Bhubaneswar

ଶୁକ୍ରବାର ରାଶିଫଳ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ

ମେଷ: ଆତ୍ମ ସାହସୀ ଓ ପ୍ରଭାବଶାଳୀ ହୋଇପାରନ୍ତି। ଧନୀ ଓ ଐଶ୍ବର୍ଯ୍ୟବାନ୍‌ ହେବେ। ତୀବ୍ର ବୁଦ୍ଧିଯୁକ୍ତ ହେବେ। ପ୍ରାୟ ପ୍ରତ୍ୟେକ କ୍ଷେତ୍ରରେ ସାବଧାନତାର ସହ ଚଳିବାକୁ ପଡ଼ିବ। କ୍ରୋଧ ସମ୍ବରଣ କରିପାରନ୍ତି।

ବୃଷ: ଜ୍ଞାନ ପିପାସୁ ହେବେ। ସତ୍‌କର୍ମରେ ନିଜକୁ ନିୟୋଜିତ କରିପାରନ୍ତି। ବିଭିନ୍ନ ସୂତ୍ରରୁ ଏପରିକି ରାଜ ଦରବାରରୁ ସମ୍ମାନ ସହିତ ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି। ନିଜ ଭାଗ୍ୟର ନିଜେ ନିର୍ମାତା ହୋଇପାରନ୍ତି।

- Advertisement -

ମିଥୁନ: କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ପାଇବେ। ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି। ବିବାଦରେ ବିଜୟୀ ହେବେ। ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ମାଗଣାରେ ପ୍ରତ୍ୟେକ ଦ୍ରବ୍ୟ ପାଇବାକୁ ଇଚ୍ଛା କରିବେ।

କର୍କଟ: କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ। ପ୍ରାପ୍ତ କ୍ଷମତାର ବିକେନ୍ଦ୍ରୀକରଣ କରି ଅନୁଗତମାନଙ୍କର ନମସ୍ୟ ହେବେ। ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିବେ। ସ୍ବାର୍ଥସାଧନ କରିପାରନ୍ତି।

ସିଂହ: ଆର୍ଥିକ ସ୍ଥିତିରେ ଅବନତି ଘଟିପାରେ। ଶୁଭକାର୍ଯ୍ୟ ସ୍ଥଗିତ ରଖିବାକୁ ପଡ଼ିବ। ଦୁଃଶ୍ଚିନ୍ତା ମଧ୍ୟ ଦେଇ ଗତି କରିପାରନ୍ତି। ପତ୍ନୀଙ୍କଠାରୁ ଧନ ମିଳିପାରେ। ଯେକୌଣସି ସମସ୍ୟାରେ ହତାଶ ବା ନିରାଶ ହେବେନି।

କନ୍ୟା: ବହୁ ସୁଖକର ଘଟଣା ଘଟିବ। କର୍ମକ୍ଷେତ୍ରରୁ ସଫଳତା ମିଳିବ। ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ହେବ। ଗୁପ୍ତ ଜ୍ଞାନର ଅତୁଟ ଭଣ୍ଡାର ହୋଇପାରନ୍ତି। ଯୁକ୍ତିଯୁକ୍ତ କଥାରେ ସଫଳ ହେବେ।

ତୁଳା: ଶତ୍ରୁ ବିନାଶ କରି ମାନସିକ ଶାନ୍ତି ଫେରିପାଇବେ। ଶୁଭକାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି। ଋଣ ପରିଶୋଧ କରି ଆଶ୍ବସ୍ତ ହେବେ। ପ୍ରତ୍ୟେକ କାର୍ଯ୍ୟରେ ଦୃଢ଼ ନିଶ୍ଚୟୀ ହେବେ। ପତ୍ନୀଙ୍କୁ ଚାକିରି ମିଳିପାରେ।

ବିଛା: ବ୍ୟବସାୟାଦି ବିଭିନ୍ନ ସୂତ୍ରରୁ ପ୍ରଚୁର ଲାଭ ପାଇବାର ସୂଚନା ମିଳୁଛି। ପାରିବାରିକ ଜୀବନ ସୁଖ ସୌହାର୍ଦ୍ଦ୍ୟପୂର୍ଣ୍ଣ ହେବ। ଉଚ୍ଚାଧିକାରୀଙ୍କଠାରୁ ସାହାଯ୍ୟପ୍ରାପ୍ତ ହେବେ। ବିଚିତ୍ରଯୁକ୍ତ ପ୍ରୟୋଗ କରିବେ।

ଧନୁ: ପରିଶ୍ରମର ମୂଲ୍ୟ ମିଳିବ। ଯାନବାହନଯୁକ୍ତ ହେବେ। ଧନୀ ହେବେ। ଉତ୍ତମ ପଦ ପ୍ରାପ୍ତିର ସୂଚନା ମିଳୁଛି। ମାତୃ ସେବକ ହେବେ। ଗଭୀର ଅନୁସନ୍ଧାନୀ ହୋଇପାରନ୍ତି। ବିଭିନ୍ନ ଅନୁଷ୍ଠାନର ମୁଖ୍ୟ ହେବେ।

ମକର: ଆର୍ଥିକ ସ୍ଥିତିରେ ସ୍ବଚ୍ଛଳତା ଦେଖାଦେବ। ଦେବ ଦର୍ଶନ ପାଇ ଆତ୍ମତୃପ୍ତି ଲାଭ କରିବେ। ଅଶାନ୍ତି ଦୂର ହେବ। ସରକାରୀ ସ୍ତରରୁ ଆର୍ଥିକ ସହାୟତା ମିଳିପାରେ। ଆଡ଼ମ୍ବରପ୍ରିୟ ହେବେ। କୂଟନୀତିଜ୍ଞ ହେବେ।

କୁମ୍ଭ: ବିଭିନ୍ନ ସୂତ୍ରରୁ ଧନାଗମର ସୂଚନା ମିଳୁଛି। ମତିଜ୍ଞ ହେବେ। ତ୍ୟାଗଶୀଳ ହୋଇପାରନ୍ତି। କର୍ମଚଞ୍ଚଳ ରହିବେ। ଅତି ସୁଖୀ ଓ କୀର୍ତ୍ତିମାନ୍‌ ହେବେ। ଚରିତ୍ରବାନ୍‌ ଓ ଗୁରୁଭକ୍ତ ହେବେ। ସୁସ୍ଥ ରହିବେ।

ମୀନ: ରୋଜଗାର ଆଶାନୁରୂପ ହେବ। ସରକାରୀ ବା ବନ୍ଧୁ ସୂତ୍ରରୁ ଲାଭବାନ୍‌ ହେବେ। ଭୋଜନ ରୁଚିକର ହେବ। ସୁସ୍ଥ ରହିବେ। ଦାମ୍ପତ୍ୟ ସୁଖ ମିଳିବ। ଚିନ୍ତାଧାରା ଉନ୍ନତମାନର ହେବ। ସାହସୀ, ପରାକ୍ରମୀ ହେବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories