www.samajalive.in
Tuesday, December 9, 2025
26.1 C
Bhubaneswar

ଭୋପାଳ ସଡକରେ ପାକିସ୍ତାନ ଜାତୀୟ ପତକା, ଜୋତାରେ ଦଳିବା ସହ ଚାଲିଲା ଶହ ଶହ ଗାଡି

ଭୋପାଳ : ମଧ୍ୟପ୍ରଦେଶର ରାଜଧାନୀ ଭୋପାଳରେ ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରୋଧ କରି ପାକିସ୍ତାନର ଜାତୀୟ ପତକାକୁ ଅସମ୍ମାନ ପ୍ରଦର୍ଶନ କରାଯାଇଛି । ସ୍ଥାନୀୟ ଲୋକେ​‌ ରାସ୍ତାରେ ପାକିସ୍ତାନର ଜାତୀୟ ପତକାର ଚିତ୍ର ଆଙ୍କିଛନ୍ତି । ପାକିସ୍ତାନ ଜାତୀୟ ପତକାର ଚିତ୍ରକୁ ଲୋକମାନେ ପାଦରେ କୁଦିବା ସହ ଶହ ଶହ ଗାଡ଼ି ସେହି ରାସ୍ତା ଦେଇ ଚଳପ୍ରଚଳ କରୁଛି । ଏହା ସହ ପତାକାର ଉପରେ ପାକିସ୍ତାନ ମୁର୍ଦ୍ଦାବାଦ ବୋଲି ଲେଖା ହୋଇଛି । ଏନେଇ ପୁଲିସକୁ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଞ୍ଚି ପାଣି ଢାଳି ପତାକା ଚିତ୍ରକୁ ଲିଭାଇ ଦିଆଯାଇଛି । ଜମ୍ମୁ-କାଶ୍ମରୀର ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବିରେଧରେ ପୂର୍ବରୁ ମଧ୍ୟପ୍ରଦେଶରେ ଏଭଳି ଘଟଣା ଦେଖିବାକୁ ମିଳିଥିଲା ।

ଭୋପାଳ ବ୍ୟତୀତ ଉତ୍ତରପ୍ରଦେଶର ମୁଜାଫରନଗରରେ ବିଚ୍ ରାସ୍ତାରେ ପ୍ରାୟ ୬୦୦ ବର୍ଗ ଫୁଟର ପାକିସ୍ତାନ ଜାତୀୟ ପତକା ଅଙ୍କା ଯାଇଥିଲା । ସ୍ଥାନୀୟଲୋକ ଏହାକୁ ପ୍ରସ୍ତୁତ କରିବା ପରେ ଜୋତାରେ ଦଳିଥିଲେ ଏବଂ ପାକିସ୍ତାନ ବିରୋଧରେ ଶ୍ଲୋଗାନ ଦେଇଥିଲେ ।

- Advertisement -

ସୂଚନାଯୋଗ୍ୟ, ଫେବୃୟାରୀ ୧୪ରେ ପୁଲୱାମାରେ ସିଆରପିଏଫ ଗାଡ଼ି ଉପରକୁ ଆତଙ୍କବାଦୀମାନେ ଆକ୍ରମଣ କରିଥିଲେ । ଏଥିରେ ୪୦ ଜଣ ଯବାନ ସହିଦ ହୋଇଥିଲେ । ଏହାକୁ ନେଇ ସାରା ଭାରତରେ ପାକିସ୍ତାନ ବିରୋଧରେ କ୍ରୋଧ ପ୍ରକାଶ ପାଇବା ସହ ବିରୋଧ ପ୍ରଦର୍ଶନ କରାଯାଉଛି ।

Hot this week

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

ଦେଢ଼ବର୍ଷରେ ମଲେଣି ୧୩୬ ହାତୀ

ସମାଜଲାଇଭ ଡେସ୍କ: ରାଜ୍ୟରେ ହାତୀ ଅସୁରକ୍ଷିତ। ହାତୀ ମୃତ୍ୟୁ ରୋକିବାରେ ସରକାର...

ପାନୀୟଜଳ ସମସ୍ୟା ଦୂର ପାଇଁ ନିର୍ମାଣ ହେଉଛି ୬,୬୪୬ ନୂତନ ନଳକୂପ

ସମାଜଲାଇଭ ଡେସ୍କ: ରାଜ୍ୟରେ ଆଗକୁ ଆସୁଥିବା ଖରାଦିନ ପୂର୍ବରୁ ପାନୀୟଜଳ ସମସ୍ୟା...

ଅଟୋକୁ ଧକ୍କା ଦେଇ ବାଇକ ଚାଳକ ମୃତ

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଲକ୍ଷ୍ମୀପୁର ଗାଁରେ ଅଟୋ କୁ...

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

Related Articles

Popular Categories