www.samajalive.in
Tuesday, December 9, 2025
16.1 C
Bhubaneswar

ୟୁକ୍ରେନକୁ ବଡ ଝଟକା ଦେଲା ରୁଷ: ଜେଲେନ୍ସକିଙ୍କ ସହ ଆଲୋଚନା ସମ୍ଭାବନା କମ୍‍

ସମାଜ ଡିଜିଟାଲ ଡେସ୍କ: ରୁଷ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ସମ୍ପର୍କରେ ବଡ ଅପଟେଡ ସାମ୍ନାକୁ ଆସିଛି । ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‍ ଏବଂ ୟୁକ୍ରେନ ରାଷ୍ଟ୍ରପତି ଜେଲେନ୍ସକିଙ୍କ ମଧ୍ୟରେ ଶିଖର ସମ୍ମିଳନୀର ସମ୍ଭାବନା ଶେଷ ହେଉଥିବାରୁ ଦୁଇ ଦେଶ ମଧ୍ୟରେ ଶାନ୍ତି ଚୁକ୍ତିର ଆଶା ମଉଳି ଯାଇଛି । ପ୍ରକୃତରେ ରୁଷ ଏବେ ସ୍ପଷ୍ଟ କରିଦେଇଛି ଯେ ୟୁକ୍ରେନକୁ ସୁରକ୍ଷା ଗ୍ୟାରେଣ୍ଟି ପ୍ରଦାନ କରିବା ସହ ଜଡିତ ଯେକୌଣସି ଆଲୋଚନାରେ ଏହାର ଅଂଶଗ୍ରହଣ ବାଧ୍ୟତାମୂଳକ ହେବ ନାହିଁ, ନିକଟ ଭବିଷ୍ୟତରେ ଜେଲେନ୍ସକଙ୍କ ସହ ଶିଖର ସମ୍ମିଳନୀର କୌଣସି ସମ୍ଭାବନା ନାହିଁ ।
ଏଠାରେ କହି ରଖୁଛୁ ଯେ କ୍ରେମଲିନ୍‍ ପକ୍ଷରୁ ଏହି ବିବୃତ୍ତି ଏପରି ସମୟରେ ଦିଆଯାଇଛି ଯେତେବେଳେ କି ୟୁକ୍ରେନର ସୁରକ୍ଷା ବିଷୟରେ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ଚାଲିଛି ଏବଂ ଏଥିପାଇଁ ଜୋରଦାର ଦାବି ହେଉଛି । ଏହି ସମୟରେ ରୁଷ ଏହା ମଧ୍ୟ ସୂଚିତ କରିଛି ଯେ ନିକଟ ଭବିଷ୍ୟତରେ ୟୁକ୍ରେନର ରାଷ୍ଟ୍ରପତି ଜେଲେନ୍ସକିଙ୍କ ସହ କୌଣସି ପ୍ରକାରର ଆଲୋଚନା କିମ୍ବା ଶିଖର ସମ୍ମିଳନୀ ଅସବମ୍ଭ । କାରଣ ୟୁକ୍ରେନ ଏବଂ ଏହାର ପଶ୍ଚିମା ସହଯୋଗୀମାନେ ପୂର୍ବରୁ କହି ସାରିଛନ୍ତି ଯେ ସେମାନେ ରୁଷକୁ ବିଶ୍ୱାସ କରିବେ ନାହିଁ ଏବଂ ୟୁରୋପର ସୁରକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ପାଇଁ ପ୍ରୟାସ ଜାରି ରଖିବେ ।

Hot this week

୨୦୨୬ରେ ଦୁଇ ଥର ଚଳନ କରିବେ ରହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

ବୁଧବାର ଭାରତ-ଆମେରିକା ଆଲୋଚନା

ନୂଆଦିଲ୍ଲୀ : ବୁଧବାର ପରବର୍ତ୍ତୀ ପର୍ଯ୍ୟାୟ ଭାରତ-ଆମେରିକା ମୁକ୍ତ ବାଣିଜ୍ୟ ଚୁକ୍ତି...

ଦୁର୍ନୀତି ବ୍ୟାଧିର ଉପଚାର

ପୂର୍ବ ୟୁରୋପର ଦେଶ ଜର୍ଜିଆ, ଯାହା କି ପୂର୍ବରୁ ସୋଭିଏତ୍‌‌ ରୁଷ...

ଚିନ୍ତାକଳ୍ପ : ଗୃହୀ ସାଧକର ଆଭିମୁଖ୍ୟ

ମହର୍ଷି ଅଙ୍ଗିରାଙ୍କ ଆଶ୍ରମରେ ରହି ଶିଷ୍ୟମାନେ ଅଧ୍ୟୟନ କରୁଥାନ୍ତି। ତାଙ୍କ ମାର୍ଗଦର୍ଶନରେ...

Related Articles

Popular Categories