www.samajalive.in
Sunday, December 7, 2025
16.1 C
Bhubaneswar

ବ୍ଲକ କଂଗ୍ରେସ ସଭାପତି ଚୟନ ପାଇଁ ପ୍ରସ୍ତୁତି ବୈଠକ

ଆଠଗଡ: ପ୍ରଦେଶ କଂଗ୍ରେସ ସଭାପତି ଭକ୍ତ ଚରଣ ଦାସଙ୍କ ନିର୍ଦ୍ଦେଶ କ୍ରମେ ଦଳର ଆଠଗଡ଼ ବ୍ଲକ ସଭାପତି ଚୟନ ପାଇଁ ବୁଧବାର ଏକ ସାଂଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । କୁଲାଇଲୋ ପଞ୍ଚାୟତର ଗୌଡଝରି ଶିବ ମନ୍ଦିର ପରିସରରେ ଜିଲ୍ଲା କଂଗ୍ରେସ ସଂଯୋଜକ ପ୍ରଦୀପ୍ତ କୁମାର ଦାସଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବୈଠକରେ ଜିଲ୍ଲା ପର୍ଯ୍ୟବେକ୍ଷକ ତଥା ରାଜ୍ୟ କଂଗ୍ରେସ ପ୍ରବକ୍ତା ହିମାଂଶୁ ଲେଙ୍କା ଓ ଜିଲ୍ଲା ଅନୁସୂଚିତ ଜାତି ସଭାପତି ପ୍ରତାପ କୁମାର ମଲ୍ଲିକ ଉପସ୍ଥିତ ରହି ବ୍ଲକ ତରଫରୁ ସାଧାରଣ ବର୍ଗ, ପଛୁଆ ବର୍ଗ, ମହିଳା, ଅନୁସୂଚିତ ଜାତି/ ଜନଜାତି, ସଂଖ୍ୟା ଲଘୁ ବର୍ଗରୁ ଜଣେ ଲେଖାଁଏ  ଅନ୍ୟୁନ ୫ଜଣଙ୍କ ନାମ ପ୍ରସ୍ତାବ ନେଇଥିଲେ। ଆଠଗଡ଼ କଂଗ୍ରେସର ବରିଷ୍ଠ ନେତା ତଥା ବିଧାୟକ ପ୍ରାର୍ଥୀ ସୁଦର୍ଶନ ସାହୁଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବୈଠକରେ ଯୋଗଦେଇଥିବା ପର୍ଯ୍ୟବେକ୍ଷକ ଆଠଗଡ ବ୍ଲକ ଅଧିନ ୩୪ ପଞ୍ଚାୟତରୁ ଆସିଥିବା କର୍ମକର୍ତ୍ତା ମାନଙ୍କ ସହ ପୃଥକ ଆଲୋଚନା କରି ବ୍ଲକ ସଭାପତି ପାଇଁ ପ୍ରସ୍ତାବ ଗ୍ରହଣ କରିଥିଲେ। ପୂର୍ବତନ ବ୍ଲକ ସଭାପତି କିଶୋର କୁମାର ସାମନ୍ତରାୟ, ପୂର୍ବତନ ସରପଞ୍ଚ କିରଣ ବିହାରୀ ଖଟୁଆ, ମହିଳା ନେତ୍ରୀ ଲକ୍ଷ୍ମୀ ନାୟକ, ବରିଷ୍ଠ ନେତା ଭାସ୍କର ଚନ୍ଦ୍ର ମିଶ୍ର, ଗୁରୁ ଚରଣ ପ୍ରଧାନ, ନିଶିକାନ୍ତ ସ୍ୱାଇଁ, ପ୍ରିୟବ୍ରତ ଦାସ, ପ୍ରତାପ ପରିଡ଼ା, ପ୍ରକାଶ ପୁହାଣ, ପ୍ରଫୁଲ୍ଲ ସାହୁ, ସତ୍ୟାନନ୍ଦ ଗୋଚ୍ଛାୟତ, ସଂଗ୍ରାମ କେଶରୀ ପାତ୍ର, ସୁରେଶ ପରିଡ଼ା, ସଚିଦାନନ୍ଦ ପଣ୍ଡା, ରବୀନ୍ଦ୍ର କୁମାର ଗଣ୍ଠିଆ, ମିନିଷ୍ଟର ପ୍ରଧାନ, ହୃଦାନନ୍ଦ ତ୍ରିପାଠୀ, ଗଦାଧର ରାଉତ, କୈଳାସ ଚନ୍ଦ୍ର ସାହୁ, ରାକେଶ ରାଉତ, ସଂଗ୍ରାମ ବେହେରା ଆଦି ଶତାଧିକ ନେତା ଓ କର୍ମୀ ବୈଠକରେ ଉପସ୍ଥିତ ଥିଲେ ।

Hot this week

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

Related Articles

Popular Categories