ଲୋକସଭାରେ ଗୁରୁତ୍ଵପୂର୍ଣ୍ଣ ସମ୍ବିଧାନ ସଂଶୋଧନ ବିଲ୍ ଆଗତ ହୋଇଛି, କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହା ଏହି ବିଲ୍ କୁ ଆଗତ କରିଛନ୍ତି, ପ୍ରଧାନମନ୍ତ୍ରୀ ହୁଅନ୍ତୁ କି ମୁଖ୍ୟମନ୍ତ୍ରୀ , ଯଦି ଏହି ପଦରେ ଥିବା ବ୍ୟକ୍ତିଙ୍କ ବିରୋଧରେ କୌଣସି ସାଂଘାତିକ ଅଭିଯୋଗ ଆସେ ଓ ଗିରଫ ହୁଅନ୍ତି ତେବେ ସେମାନଙ୍କର ପଦ ଯିବ..
ଲୋକସଭାରେ ଉପସ୍ଥାପିତ ହେଲା ଅନ୍ଲାଇନ୍ ଗେମିଂ ବିଲ୍ ୨୦୨୫, ବିଲ୍କୁ ଉପସ୍ଥାପନ କରିଛନ୍ତି ସୂଚନା ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, ବେଟିଂ ସହ ଜଡିତ ଅନଲାଇନ୍ ଟଙ୍କା ଖେଳକୁ ନିଷିଦ୍ଧ କରିବାକୁ ଏହାର ଲକ୍ଷ୍ୟ ରଖାଯାଇଛି..
ଉପରାଷ୍ଟ୍ରପତି ପଦ ପାଇଁ ନାମାଙ୍କନ ଦାଖଲ କରିଛନ୍ତି ଏନଡିଏ ପ୍ରାର୍ଥୀ ସି.ପି ରାଧାକୃଷ୍ଣନ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ବିଜେପି ସଭାପତି ଜେପି ନଡ୍ଡା ପ୍ରମୁଖଙ୍କ ଉପସ୍ଥିତିରେ ୪ସେଟ୍ ନାମାଙ୍କନ ଦାଖଲ କରିଛନ୍ତି..
ଭୁବନେଶ୍ୱର : ନବୀନଙ୍କ ସହ କଥା ହେଲେ ମୋଦୀ,ବିରୋଧୀ ଦଳ ନେତା ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି, ନବୀନଙ୍କ ଆଶୁ ଆରୋଗ୍ୟ କାମନା କରିବା ସହ ନବୀନଙ୍କ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି..
ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ନୂଆଦିଲ୍ଲୀର ନୂତନ ଓଡିଶା ଭବନ ନିର୍ମାଣ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଛନ୍ତି, ନୂଆଦିଲ୍ଲୀର ଚାଣକ୍ୟପୁରୀ ଅଞ୍ଚଳରେ ଏହି ଭବନର ପୁନଃନିର୍ମାଣ କରାଯାଉଛି, ଏହି ନୂଆ ଭବନରେ ଓଡିଶାର ସମୃଦ୍ଧ ପ୍ରସ୍ତର କାରୁକାର୍ଯ୍ୟ, ସମ୍ବଲପୁରୀ ଇକତ, ଓଡିଆ ପରମ୍ପରା ଓ ସଂସ୍କୃତିର ଝଲକ ପ୍ରତିଫଳିତ କରିବା ପାଇଁ ଆର୍କିଟେକ୍ଟଙ୍କୁ ପରାମର୍ଶ ଦେଇଥିଲେ..
ବିଶିଷ୍ଟ ସାହିତ୍ୟିକ ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ପରଲୋକ ହୋଇଛି, ସମ୍ବଲପୁର ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ୯୧ବର୍ଷ ବୟସରେ ଦେହାନ୍ତ ହୋଇଛି, ଦୀର୍ଘ ଦିନ ହେବ ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡିତ ହୋଇ ଚିକିତ୍ସିତ ହେଉଥିଲେ..
ଭିଜିଲାନ୍ସ ଜାଲରେ ଫସିଛନ୍ତି ଆଳି ବ୍ଲକ୍ ମହୁ ପ୍ରାଥମିକ କୃଷି ସମବାୟ ସମିତିର ସମ୍ପାଦକ ଧୀରେନ୍ଦ୍ର ମହାନ୍ତି, ମହୁ ସମବାୟ ସମିତିରୁ ଖରିଫ୍ ଋଣ କରାଇଦେବା ପାଇଁ ଜଣେ ଚାଷୀଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ମାଡି ବସିଥିଲା..



