www.samajalive.in
Sunday, December 7, 2025
23.1 C
Bhubaneswar

ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଗୁଜରାଟର ଅହମ୍ମଦାବାଦରେ ଦଶମ ଶ୍ରେଣୀ ଛାତ୍ରକୁ ଛୁରି ଭୁସି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ଫଳରେ ବହୁ ସଂଖ୍ୟକ ଲୋକ ସ୍କୁଲ ବାହାରେ ଏକାଠି ହୋଇ ଭଙ୍ଗାରୁଜା କରିଛନ୍ତି । ସଂପୃକ୍ତ ଦଶମ ଶ୍ରେଣୀ ଛାତ୍ରଙ୍କୁ ସେହି ସ୍କୁଲର ୯ମଶ୍ରେଣୀର ଜଣେ ଛାତ୍ର ଆକ୍ରମଣ କରି ଛୁରୀ ଭୁସିଥିଲା । ଗୁରୁତର ଅବସ୍ଥାରେ ଛାତ୍ରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏବେ ସ୍କୁଲ ବାହାରେ ବହୁ ସଂଖ୍ୟକ ଲୋକ ଏକାଠି ହୋଇ ହଙ୍ଗାମା କରିବାରୁ ପୁଲିସ ଭିଡ଼କୁ ନିୟନ୍ତ୍ରଣ କରିବାକୁ ପ୍ରୟାସ କରୁଛି । ହେଲେ ଉତ୍ତ୍ୟକ୍ତ ଲୋକମାନେ ସ୍କୁଲରେ ଭଙ୍ଗାରୁଜା କରିଥିଲେ ।

ସୂଚନା ଅନୁସାରେ ଖୋଖରାରେ ଅବସ୍ଥିତ ସେଭେନ୍ଥ ଡେ ଆଡଭେଣ୍ଟିଷ୍ଟ ସ୍କୁଲରେ ଏହି ଘଟଣା ଘଟିଛି । କୁହାଯାଉଛି ଯେ ପୂର୍ବରୁ ଦୁଇ ଛାତ୍ରଙ୍କ ମଧ୍ୟରେ ବଚସା ହୋଇଥିଲା । ଗତକାଲି ସ୍କୁଲ ଛୁଟି ହେବା ପରେ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା । ଏହି କାରଣରୁ ଛାତ୍ର ଜଣଙ୍କ ଛୁରୀ ଭୁସିଥିବା କୁହାଯାଉଛି ।

Hot this week

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

ଗୋଆ ଅଗ୍ନିକାଣ୍ଡ : ନାଇଟ୍ କ୍ଲବ୍ ମାଲିକଙ୍କ ବିରୋଧରେ ମାମଲା ରୁଜୁ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ବୁଡିଗଲେ ଦୁଇ ସାଙ୍ଗ: ଜଣେ ମୃତ

ଦିଗପହଣ୍ଡି : ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଚୁଡଙ୍ଗଗଡ ମନ୍ଦିରବନ୍ଧରେ ଅଭାବନୀୟ ଘଟଣା...

Related Articles

Popular Categories