www.samajalive.in
Sunday, December 7, 2025
13.1 C
Bhubaneswar

ରାଜଧାନୀର ୨୫ରୁ ଅଧିକ ସ୍କୁଲ୍‌କୁ ବୋମାରେ ଉଡାଇବାକୁ ଧମକ..

ନୂଆଦିଲ୍ଲୀ : ପୂର୍ବରୁ କିଛି ସ୍କୁଲକୁ ବୋମା ଧମକ ମିଳିଥିବା ବେଳେ ବୁଧବାର ପୁଣି ରାଜଧାନୀ ଦିଲ୍ଲୀର ୫୦ରୁ ଅଧିକ ସ୍କୁଲକୁ ବୋମାରେ ଉଡାଇବାକୁ ଧମକ ମିଳିଛି । ଏହି ଧମକ ଇମେଲ୍‌ ଜରିଆରେ ମିଳିଛି। ଦିଲ୍ଲୀ ପୁଲିସ ଅନୁଯାୟୀ, ନିଜକୁ ‘ଆତଙ୍କବାଦୀ ୧୧୧’ କହୁଥିବା ଏକ ସମୂହ ୫୦ରୁ ଅଧିକ ସ୍କୁଲକୁ ଇମେଲ୍‌ ଯୋଗେ ବୋମା ଧମକ ଦେଇଥିବା ସହ ୨୫,୦୦୦ ଆମେରିକୀୟ ଡଲାର୍‌ର ଦାବି କରିଛନ୍ତି। ଏହି ସମୂହ ବିଭିନ୍ନ ସ୍କୁଲର ପ୍ରଧାନଶିକ୍ଷକ ଓ ପ୍ରଶାସନିକ କର୍ମଚାରୀଙ୍କୁ ଏକାଠି ଇମେଲ୍‌ କରିଛନ୍ତି। ଏହି ଧମକପୂର୍ଣ୍ଣ ମେଲ୍‌ରେ ୪୮ ଘଣ୍ଟା ଭିତରେ ସ୍କୁଲ୍‌ ପରିସରରେ ବୋମା ବିସ୍ଫୋରଣ କରିବା ନେଇ ଉଲ୍ଲେଖ ମଧ୍ୟ ରହିଛି। ବିଭିନ୍ନ କକ୍ଷ, ସଭାଘର, କର୍ମଚାରୀଙ୍କ କକ୍ଷ ଓ ସ୍କୁଲ ବସ୍‌ରେ ବୋମା ଧମକ ନେଇ ଇମେଲ୍‌ରେ ଉଲ୍ଲେଖ ରହିଛି। ଏହାସହ ଏଥିରେ ଅଧିକରୁ ଅଧିକ ଲୋକେ ଆହତ ହେବେ ବୋଲି ମଧ୍ୟ ଇମେଲ୍‌ରେ ଲେଖାଯାଇଛି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

ଆଉ ଅଳ୍ପ ଦିନ..୧୦୦ ବର୍ଷ ପରେ ପିତୃପକ୍ଷରେ ସୂର୍ଯ୍ୟପରାଗ ପୁଣି ଚନ୍ଦ୍ର ଗ୍ରହଣ; ଏହି ୩ ରାଶିଙ୍କୁ ମିଳିବ ବଡ ଖୁସି, ସଫଳତା, ହେବେ କୋଟିପତି..

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories