www.samajalive.in
Sunday, December 7, 2025
18.1 C
Bhubaneswar

ଯୁକ୍ତ ଦୁଇରେ ୨ ଲକ୍ଷ ଆସନ ଫାଙ୍କା

ଭୁବନେଶ୍ବର: ୨୦୨୫-୨୬ ଶିକ୍ଷାବର୍ଷରେ ରାଜ୍ୟର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ (+୨)ରେ ୨ ଲକ୍ଷ ୩ ହଜାର ୫୮୧ ଆସନ ଖାଲି ପଡ଼ିଛି। ମୋଟ ୫ ଲକ୍ଷ ୯୨ ହଜାର ୧୧ ଆସନ ମଧ୍ୟରୁ ପ୍ରଥମ ପର୍ଯ୍ୟାୟ ଶେଷ ସୁଦ୍ଧା ୩ ଲକ୍ଷ ୮୮ ହଜାର ୪୩୦ ଆସନରେ ନାମଲେଖା ହୋଇଛି। ବାକି ଖାଲିଥିବା ଆସନରେ ଦ୍ଵିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, +୨ କଳାରେ ୩ ଲକ୍ଷ ୩୫ ହଜାର ୩୧୪ ଆସନ ମଧ୍ୟରୁ ୮୬ ହଜାର ୧୨୬ ଆସନ ଖାଲି ରହିଥିବା ବେଳେ ବିଜ୍ଞାନରେ ୧ ଲକ୍ଷ ୮୯ ହଜାର ୬୯୩ ଆସନରୁ ୮୧, ୮୫୦, ବାଣିଜ୍ୟରେ ୪୨,୯୧୨ ଆସନରୁ ୨୨ ହଜାର ୯୮ ଆସନ, ଉପଶାସ୍ତ୍ରୀରେ ୧୩ ହଜାର ୪୫୬ରୁ ୭ ହଜାର ୩୭୧ ଓ ଧନ୍ଦାମୂଳକ ଶିକ୍ଷାରେ ୧୦ ହଜାର ୬୩୬ରୁ ୬ ହଜାର ୭୬ ଆସନ ପୂରଣ ହୋଇପାରିନି। ବିଜ୍ଞପ୍ତି ଅନୁସାରେ, ଅଗଷ୍ଟ ୨୫ ତାରିଖ ଅପରାହ୍ଣ ୩ଟାରୁ ସାମସ ପୋର୍ଟାଲରେ ଅନଲାଇନ ଆବେଦନ ଆରମ୍ଭ ହୋଇ ୩୧ ତାରିଖ ରାତି ୧୧ଟା ୪୫ ମିନିଟ୍ ପର୍ଯ୍ୟନ୍ତ ଚାଲିବ। ସେପ୍ଟେମ୍ବର ୪ ତାରିଖ ଅପରାହ୍ଣ ୩ଟା ୩୦ରେ ଦ୍ବିତୀୟ ପର୍ଯ୍ୟାୟର ପ୍ରଥମ ମେଧା ତାଲିକା ପ୍ରକାଶ ପାଇବ। ଯୋଗ୍ୟ ବିବେଚିତ ପ୍ରାର୍ଥୀ ସେପ୍ଟେମ୍ବର ୬ରୁ ୧୦ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇପାରିବେ। ୧୭ ତାରିଖରେ ଅନଲାଇନ ସ୍ପଟ୍‌ ମେଧା ତାଲିକା ଓ ୱେଟିଂ ତାଲିକା ପ୍ରକାଶ ପାଇବ। ୧୮ ଏବଂ ୧୯ ତାରିଖରେ ସ୍ପଟ ନାମଲେଖା ଅନୁଷ୍ଠିତ ହେବ। ପ୍ରଥମ ପର୍ଯ୍ୟାୟରେ ଯେଉଁ ପ୍ରାର୍ଥୀ ନାମଲେଖା ପାଇଁ ଆବେଦନ କରି ମନୋନୀତ ହୋଇନାହାନ୍ତି, ସେମାନେ ପୁନଃଆବେଦନ କରିପାରିବେ ବୋଲି ଜଣାପଡ଼ିଛି।

Hot this week

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

ମହିଳାଙ୍କ ହତ୍ୟାକୁ ନେଇ ଦୁଇ ଗାଁ ମୁହାଁମୁହିଁ

ମାଲକାନଗିରି: ମାଲକାନଗିରି ଜିଲ୍ଲା ପୋଟେରୁ ନଦୀରେ ଡୁଡୁମେଟଲା ନିକଟରୁ ଜଣେ ମହିଳାଙ୍କ...

ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟ ଗିରଫ

ସମାଜଲାଇଭ ଡେସ୍କ: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିକ୍ରମ ଭଟ୍ଟଙ୍କୁ ଗିରଫ କରିଛି...

Related Articles

Popular Categories