www.samajalive.in
Sunday, December 7, 2025
26.1 C
Bhubaneswar

ଶିକରପାଇ ଗ୍ରାମରେ ପାନୀୟ ଜଳ ସମସ୍ୟା

କଲ୍ୟାଣସିଂହପୁର : ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତର ସଦରରେ  ପାନୀୟ ଜଳ ସମସ୍ୟା ଦେଖାଦେଇଛି। ଯାହାଫଳରେ ଗ୍ରାମର ସମସ୍ତ ମହିଳା ମାନେ ଏକତ୍ରିତ ହୋଇ  ବାଉଁଶ ବାନ୍ଧିବା ସହ ନିଜ ନିଜ ଘରୁ ହାଣ୍ଡି,  ବାଲ୍ଟି, ଡେକିଚି ଧରି କୋରାପୁଟ, କାଶୀପୁର, ମାଣ୍ଡିବିଶି ରାଜରାସ୍ତା ଅବରୋଧ କରିଥିଲେ ।

ଉକ୍ତ ଗ୍ରାମରେ ୬ଟି ନଳକୂପ ରହିଛି କିନ୍ତୁ ଏକ ହାଣ୍ଡି ପାଣି ମଧ୍ୟ ବାହାରୁ ନାହିଁ। ଯେଉଁ ନଳକୂପରୁ ପାଣି ବାହାରୁଚି ତାହା ବ୍ୟବହାରେ ଉପଯୋଗୀ ନୁହେଁ। ସେଥିରୁ କେବଳ ଲୁହା ଗୁଣ୍ଡ ଭଳି ପାଣି ବାହାରୁଛି।  ଗ୍ରାମରେ ଦୁଇଟି ସ୍ୱଜଳ ଧାରା ରହିଛି। ତାହାର ମୋଟର ପୋଡ଼ିଯାଇଛି ବୋଲି ବିଶୁଦ୍ଧ ପାନୀୟ ଜଳ ଯୋଗାଣ ହୋଇପାରୁନାହିଁ ।ଗ୍ରାମବାସୀ ନଳକୂପ ଖରାପ ହୋଇଥିବା ନେଇ ପଞ୍ଚାୟତରେ କହି ଆସୁଥିଲେ କିନ୍ତୁ କିଛି ପ୍ରଭାବ ପଡୁନଥିଲା। ଗ୍ରାମ ନିକଟରେ ଏକ ନାଳ ଅଛି, ସେଠାରେ ଗାଈଗୋରୁ ଗାଧୋଇବାଠୁ ଆରମ୍ଭକରି ଲୋକମାନେ ଓ ଲୁଗାପଟା ସଫା ପାଇଁ ବ୍ୟବହାର କରୁଛନ୍ତି ।

- Advertisement -

ଏହାକୁ ବ୍ୟବହାର କରି ଗ୍ରାମର ଅନେକ ଲୋକ ବିଭିନ୍ନ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହୋଇଥିବା ଜଣାପଡିଛି। ତୁରନ୍ତ ପାନୀୟ ଜଳ ସମସ୍ୟାର ସମାଧାନ କରା ନ ଗଲେ  ଦିନ ରାତି ଏମିତି ରାସ୍ତାରେ ବସି ରହିବୁ ବୋଲି  ସତୀ ହୁଇକା, ମେଲା ମାଣ୍ଡିକା, ଲୁକି ପ୍ରାସ୍କା, କାଳିଙ୍ଗ ପ୍ରାସ୍କା ପ୍ରମୁଖ କହିଥିଲେ । ରାସ୍ତା ଅବରୋଧ କରି ପ୍ରାୟ  ୬ଘଣ୍ଟା ହେବ ବସି ରହିବା ପରେ  ଜିପିଓ ଶ୍ଵେତାମ୍ବର ପଦାନ  ଘୋଟଣା ସ୍ଥଳରେ ପହଞ୍ଚି ଉତ୍ତେଜିତ ମହିଳାଙ୍କୁ ବୁଝାସୁଝା କରିଥିଲେ ସୁଦ୍ଧା କୌଣସି କଥାକୁ ମହିଳା ମାନେ ଶୁଣି ନ ଥିଲେ।  ଉକ୍ତ ଖବର ପାଇ ଥାନା ଅଧିକାରୀ ନୀଳକଣ୍ଠ ବେହେରା ପହଞ୍ଚି ମହିଳାଙ୍କୁ ବୁଝା ସୁଝା କରିଥିଲେ । ଜଳ ଯୋଗାଣ ଓ ପରିମଳ ବିଭାଗର ସହକାରୀ ଯନ୍ତ୍ରୀ ରମେଶ ମିଞ୍ଜ  ଦୁଇଟି ମୋଟର ଆଣି  ସ୍ୱଜଳ ଧାରାରେ ସଂଯୋଗ କରିବା ପରେ ମହିଳା ମାନେ ରାଜ ରାସ୍ତାରୁ ଓହରିଥିଲେ। ଉକ୍ତ ବିଷୟରେ  ସହକାରୀ ଯନ୍ତ୍ରୀ ରମେଶ ମିଞ୍ଜଙ୍କୁ ପଚାରିବାରୁ ଆଜି ଟାଙ୍କିକୁ ପାଣି ଛଡାଇବା ପରେ କାଲିକୁ  ପାଣି ଯୋଗାଣ କରାଯିବ ବୋଲି ସେ କହିଛନ୍ତି ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories