www.samajalive.in
Sunday, December 7, 2025
13.1 C
Bhubaneswar

ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ମୁକୁଟ ପିନ୍ଧିଲେ ମନିକା ବିଶ୍ୱକର୍ମା: ସବୁଠୁ ବଡ ମୁକୁଟ ପାଇଁ କରିବେ ପ୍ରତିଯୋଗିତା 

ନୂଆଦିଲ୍ଲୀ: କୁହାଯାଏ ଯେ ଯଦି ସ୍ୱପ୍ନ ବଡ ହୁଏ ଏବଂ ଜିତିବାର ଉତ୍ସାହ ଅକ୍ଷୁର୍ଣ୍ଣ ରହେ, ତେବେ ମନରେ ଯାହା ସ୍ଥିର ହୁଏ ତାହା ପୁରଣ ହୋଇପାରେ । ୨୨ବର୍ଷୀୟା ‘ମନମହିନୀ ତାହା କରି ଦେଖାଇଛନ୍ତି । ରାଜସ୍ଥାନର ଜୟପୁରରେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଆୟୋଜନ କରାଯାଇଥିଲା, ଯେଉଁଥିରେ ମନିକା ବିଶ୍ୱକର୍ମା ଜିତିବା ସହ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ସମସ୍ତଙ୍କୁ ପଛରେ ପକାଇ ବିଜୟ ମୁକୁଟ ପିନ୍ଧିଥିଲେ । ସୋସିଆଲ ମିଡ଼ିଆରେ ସାହସ ଓ ସରଳତା ସହିତ ଲୋକଙ୍କୁ ଆକର୍ଷିତ କରୁଥିବା ମନିକା ବିଶ୍ୱକର୍ମାଙ୍କ ସୌନ୍ଦର୍ଯ୍ୟଭରା ଆଖି ଏବଂ ଆତ୍ମବିଶ୍ୱାସର ହସ ସହିତ ଜୁରିଙ୍କ ହୃଦୟ ଜିତିଥିଲେ । ବର୍ତ୍ତମାନ ତାଙ୍କର ନଜର ସବୁଠାରୁ ବଡ ମୁକୁଟ ଉପରେ ।
ପୂର୍ବରୁ ୨୦୨୪ରେ ମନିକାଙ୍କୁ ମିସ୍‍ ୟୁନିଭର୍ସ ରାଜସ୍ଥାନ ପାଇଁ ଚୟନ କରାଯାଇଥିଲା । ବର୍ତ୍ତମାନ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ମୁକୁଟ ଜିତିବା ପରେ ସେ ଥାଇଲ୍ୟାଣ୍ଡରେ ଅନୁଷ୍ଠିତ ହେବାକୁ ଥିବା ୭୪ତମ ମିସ୍‍ ୟୁନିଭର୍ସ ପ୍ରତିଯୋଗିତାରେ ଭାରତକୁ ପ୍ରତିନିଧିତ୍ୱ କରୁଥିବାର ଦେଖିବାକୁ ମିଳିବ । ଯାହା ଏହି ବର୍ଷ ଶେଷରେ ଅନୁଷ୍ଠିତ ହେବାକୁ ଯାଉଛି ।
ତେବେ ମନିକା କେଉଁଠାରୁ ଆସିଛନ୍ତି, ସେ କ’ଣ କରନ୍ତି? ଲୋକମାନେ ଏବେ ଏସବୁ ଜାଣିବାକୁ ଚାହୁଁଛନ୍ତି । ମନିକା ବିଶ୍ୱକର୍ମା ପେଶାରେ ଜଣେ ମଡେଲ, ସେ ରାଜସ୍ଥାନର ଗଙ୍ଗାନଗରର ବାସିନ୍ଦା । ଗତ କିଛି ବର୍ଷ ହେବ ସେ ଦିଲ୍ଲୀରେ ରହି ମଡେଲିଂ କ୍ୟାରିୟର ଉପରେ ଧ୍ୟାନ ଦେଉଛନ୍ତି । ଏବେ ସେ ମିସ୍‍ ୟୁନିଭର୍ସ ଇଣ୍ଡିଆ ୨୦୨୫ ଜିତିବା ପରେ ଚର୍ଚ୍ଚାକୁ ଆସିଛନ୍ତି । ଏହି ବିଜୟ ମୁକୁଟ ପିନ୍ଧିବା ପରେ ମନିକାଙ୍କ ଖୁସି ମୁହଁରେ ଝଲକି ଉଠିଥିଲା । ନିଜର ପରାମର୍ଶଦାତାମାନଙ୍କୁ ଧନ୍ୟବାଦ ଜଣାଇଥିଲେ । ସେ କହିଥିଲେ ଯେ ଯେ ଏହି କଷ୍ଟସାଧ୍ୟ ଯାତ୍ରା କିପରି ସମାପ୍ତ କରିଥିଲେ ଏବଂ ତାଙ୍କ ପରାମର୍ଶଦାତାମାନେ ବହୁତ ସାହାଯ୍ୟ କରିଥିଲେ ।
ମିସ୍‍ ୟୁନିଭର୍ସ ଇଣ୍ଡିଆ ଭଳି ପ୍ରତିଯୋଗିତା ପାଇଁ ପ୍ରସ୍ତୁତି କରିବା ସହଜ ନୁହେଁ । ମନିକା କ୍ୟାଟୱାକ୍‍ ଠାରୁ ଫିଟନେସ୍‍, ଫ୍ୟାଶନ୍‍ ସେନ୍ସଠାରୁ ଯୋଗାଯୋଗ ଦକ୍ଷତା ପର୍ଯ୍ୟନ୍ତ ସବୁକିଛି ଉପରେ କଠିନ ପରିଶ୍ରମ କରିଥିଲେ । ଏହି ଆଗ୍ରହ ତାଙ୍କୁ ଅନେକ ପ୍ରତିଯୋଗୀଙ୍କ ମଧ୍ୟରେ ଅଲଗା କରି ଟପରେ ରଖିଥିଲା। ମନିକା ବର୍ତ୍ତମାନ ଦିଲ୍ଲୀ ବିଶ୍ୱବିଦ୍ୟାଳୟର ରାଜନୀତି ବିଜ୍ଞାନ ଏବଂ ଅର୍ଥନୀତିର ଶେଷ ବର୍ଷର ଛାତ୍ରୀ । ପାଠପଢା ସହିତ ସେ ଏହି ପ୍ରତିଯୋଗିତା ପାଇଁ ପ୍ରୟାସ ଜାରି ରଖିଥିଲେ ଏବଂ ଗତ ମିସ୍‍ ୟୁନିଭର୍ସ ରାଜସ୍ଥାନ ଟାଇଟଲ ଜିତିଥିଲେ । ସେହି ବିଜୟ ତାଙ୍କୁ ଜାତୀୟ ସ୍ତରରେ ପହଞ୍ଚାଇଥିଲା ।
ମନିକା ଜଣେ ପ୍ରଶିକ୍ଷିତ ଶାସ୍ତ୍ରୀୟ ନୃତ୍ୟଶିଳ୍ପୀ ଏବଂ ଜଣେ କଳାକାର ମଧ୍ୟ । ସେ ଲଳିତ କଳା ଏକାଡେମୀ ଏବଂ ଜେ.ଜେ ସ୍କୁଲ ଅଫ୍‍ ଆର୍ଟସ୍‍ ଭଳି ପ୍ରତିଷ୍ଠିତ ପ୍ରତିଷ୍ଠାନ ଦ୍ୱାରା ସମ୍ମାନିତ ହୋଇଛନ୍ତି। କେବଳ ସେତିନି ନୁହେଁ ସେ ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଆୟୋଜିତ ଏକ ଅନ୍ତର୍ଜାତୀୟ ପଦକ୍ଷେପରେ ମଧ୍ୟ ଭାରତକୁ ପ୍ରତିନିଧିତ୍ୱ କରିଛନ୍ତି ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories