www.samajalive.in
Sunday, December 7, 2025
13.1 C
Bhubaneswar

ନେହେରୁ ଦେଶକୁ ଦୁଇ ଥର ବିଭାଜନ କରିଥିଲେ: ପ୍ରଧାନମନ୍ତ୍ରୀ

ସମାଜ ଡିଜିଟାଲ ଡେସ୍କ: ଏନଡିଏ ସଂସଦୀୟ ଦଳ ବୈଠକରେ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କଂଗ୍ରେସ ଉପରେ ବର୍ଷିଛନ୍ତି। କଂଗ୍ରେସକୁ କଡ଼ା ସମାଲୋଚନା କରି ମୋଦୀ କହିଚନ୍ତି, ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁ ଦେଶକୁ ପ୍ରଥମେ ବିଭାଜନ କରିଥିଲେ ଏବଂ ପରବର୍ତ୍ତୀ ସମୟରେ ୨ୟ ଥର ବି ବିଭାଜନ କରିଥିଲେ। ୨ୟ ଥର ବିଭାଜନରେ ସେ ସିନ୍ଧୁ ଜଳ ଚୁକ୍ତି ଅଧୀନରେ ୮୦ ପ୍ରତିଶତ ଜଳ ପାକିସ୍ତାନକୁ ଦେଇଦେଲେ। ନେହେରୁ ନିଜ ସଚିବଙ୍କ ମାଧ୍ୟମରେ ନିଜର ଏହି ଭୁଲକୁ ସ୍ଵୀକାର କରି କହିଥିଲେ ଯେ, କୌଣସି ଫାଇଦା ହେଲାନାହିଁ। ଏହି ରାଜିନାମା କୃଷକ ବିରୋଧୀ ଥିଲା ବୋଲି ମୋଦୀ କହିଛନ୍ତି।

ସୂଚନାଯୋଗ୍ୟ, ସ୍ଵାଧୀନତା ଦିବସ ଅବସରରେ ବି ପ୍ରଧାନମନ୍ତ୍ରୀ ମୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ନେହେରୁଙ୍କୁ ସମାଲୋଚନା କରିଥିଲେ। ମୋଦୀ କହିଥିଲେ, ଦେଶବାସୀ ଭଲ ଭାବେ ଜାଣିପାରୁଛନ୍ତି ଯେ ସିନ୍ଧୁ ଚୁକ୍ତି କେତେ ଅନ୍ୟାୟପୂର୍ଣ୍ଣ ଥିଲା ଏବଂ କେତେ ଏକତରଫା ଥିଲା। ଭାରତରୁ ବାହାରୁଥିବା ନଦୀର ପାଣି ଶତ୍ରୁର କ୍ଷେତକୁ ଜଳସେଚିତ କରୁଥିଲା। କିନ୍ତୁ ଆମ ଦେଶର କୃଷକ, ଆମ ମାଟି ମା’ ପାଣି ବିନା ଶୋଷିଲା ରହିଛି। ଏହା ଏଭଳି ଏକ ଚୁକ୍ତି ଥିଲା, ଯାହା ଗତ ୭ ଦଶନ୍ଧି ଧରି ଦେଶର କୃଷକମାନଙ୍କୁ ଅକଳ୍ପନୀୟ କ୍ଷତି ପହଞ୍ଚାଇଛି। ଏହି ରାଜିନାମା ଆମକୁ ମଞ୍ଜୁର ନୁହେଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories