www.samajalive.in
Sunday, December 7, 2025
23.1 C
Bhubaneswar

ବିଥେଲ ଇଂଲଣ୍ଡର ସର୍ବକନିଷ୍ଠ ଅଧିନାୟକ

ଲଣ୍ଡନ୍‌ : ଇଂଲଣ୍ଡ ପୁରୁଷ କ୍ରିକେଟ ଦଳ ସେପ୍ଟେମ୍ବରରେ ଦକ୍ଷିଣ ଆଫ୍ରିକା ଓ ଆୟରଲାଣ୍ଡ ବିପକ୍ଷରେ ସୀମିତ ଓଭର କ୍ରିକେଟ ଶୃଙ୍ଖଳା ଖେଳିବ। ଏଥିପାଇଁ ଇଂଲଣ୍ଡ ଆଣ୍ଡ ୱେଲ୍‌ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ଶନିବାର ଭିନ୍ନଭିନ୍ନ ଦିନିକିଆ ଓ ଟ୍ବେଣ୍ଟି୨୦ ଦଳ ଘୋଷଣା କରାଯାଇଛି। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ୨୧ ବର୍ଷୀୟ ଜାକବ୍‌ ବିଥେଲଙ୍କୁ ଇଂଲଣ୍ଡ ଦଳର ଅଧିନାୟକ ନିଯୁକ୍ତ କରାଯାଇଛି। ବିଥେଲ ଟ୍ବେଣ୍ଟି୨୦ ଫର୍ମାଟରେ ମାତ୍ର ୧୩ଟି ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ବିଥେଲ ୨୧ ବର୍ଷ ୩୨୯ ଦିନ ବୟସରେ ଇଂଲଣ୍ଡର ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଫଳରେ ବିଥେଲ ଇଂଲଣ୍ଡ କ୍ରିକେଟ୍‌ ଇତିହାସରେ ୧୩୬ ବର୍ଷର କୀର୍ତ୍ତିମାନ ଭାଙ୍ଗିଛନ୍ତି। ୧୮୮୯ରେ ମାତ୍ର ୨୩ ବର୍ଷ ବୟସରେ ମଣ୍ଟି ବାଓଡେନ୍ ଇଂଲଣ୍ଡ ଟେଷ୍ଟ ଦଳର ଅଧିନାୟକ ହୋଇଥିଲେ। ଆୟରଲାଣ୍ଡ ବିପକ୍ଷ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି କିଛି ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ମିଳିଛି। ଏଥିପାଇଁ ବିଥେଲଙ୍କୁ ନେତୃତ୍ବ ମିଳିଛି। ଦଳରେ ନୂତନ ଖେଳାଳି ଭାବେ ଦ୍ରୁତ ବୋଲର ସନି ବେକର ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଶୃଙ୍ଖଳାରେ ସ୍ଥାନ ପାଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ଓ ଟ୍ବେଣ୍ଟି୨୦ ଶୃଙ୍ଖଳା ଲାଗି ହ୍ୟାରୀ ବ୍ରୁୁକ ଅଧିନାୟକ ନିଯୁକ୍ତ ହୋଇଛନ୍ତି। ଏହାସହ ଇଂଲଣ୍ଡ କ୍ରିକେଟ ଦଳ ଘରୋଇ ପଡ଼ିଆରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେପ୍ଟେମ୍ବର ୨, ୪ ଓ ୭ରେ ୩ ମ୍ୟାଚ ବିଶିଷ୍ଟ ଦିନିକିଆ ଏବଂ ସେପ୍ଟେମ୍ବର ୧୦, ୧୨ ଓ ୧୪ରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଖେଳିବ। ପରେ ଆୟରଲାଣ୍ଡ ବିପକ୍ଷରେ ୩ ମ୍ୟାଚ ବିଶିଷ୍ଟ ଟ୍ବେଣ୍ଟି୨୦ ଶୃଙ୍ଖଳା ଇଂଲଣ୍ଡ ସେପ୍ଟେମ୍ବର ୧୭, ୧୯ ଓ ୨୧ରେ ଡବ୍‌ଲିନରେ ଖେଳିବ।

ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଜର୍ମାନୀର ଯୋଗ୍ୟତା

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories