ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭାପୁର ଥାନା ଗଙ୍ଗାଧର ପ୍ରସାଦ ଗାଁରେ ଅଭାବନୀୟ ଘଟଣା ଘଟିଛି। ଯୌତୁକ ପାଇଁ ମହିଳାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ମୃତକ ପୂଜା ପାତ୍ର ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ କଟକ ମଣିଆବନ୍ଧ ଥାନା କସିକିଆରୀ ଗାଁର ପୂଜା ପାତ୍ର ୭ବର୍ଷ ପୂର୍ବେ ରଶ୍ମିତ ପାତ୍ରଙ୍କୁ ବିବାହ କରିଥିଲେ । ବାହାଘର ପରଠୁ ରଶ୍ମିତ୍ ନିଜ ପତ୍ନୀଙ୍କୁ ବାପ ଘରୁ ଟଙ୍କା ଆଣିବାକୁ କହୁଥିଲେ।ଏପରିକି ସ୍ବାମୀ ଓ ଶାଶୂଘର ଲୋକ ନିର୍ଯାତନା ଦେବାକୁ ମଧ୍ୟ ପଛାଉନଥିଲେ। ଏ ନେଇ ମୃତକଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଖବର ପାଇ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ମୃତକଙ୍କ ସ୍ବାମୀଙ୍କୁ ଅଟକ ରଖି ଅଧିକ ପଚରାଉଚରା କରୁଛି।
Popular Categories



