www.samajalive.in
Monday, December 8, 2025
14.1 C
Bhubaneswar

ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଜର୍ମାନୀର ଯୋଗ୍ୟତା

ନୂଆଦିଲ୍ଲୀ: ନେଦରଲାଣ୍ଡ୍‌ସ ଓ ବେଲଜିୟମରେ ଆୟୋଜିତ ହେବାକୁ ଥିବା ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ୩ ଥର ଚମ୍ପିଆନ ଜର୍ମାନୀ ଯୋଗ୍ୟତା ହାସଲ କରିଛି। ୨୦୨୩ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ବିଜେତା ଜର୍ମାନୀ ୟୁରୋପିଆନ ହକି ଚମ୍ପିଆନସିପର ଫାଇନାଲରେ ପ୍ରବେଶ କରି ୨୦୨୬ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ୟୁରୋପିଆନ ,ଯୋଗ୍ୟତାପଯ୍ୟାୟର ସେମିଫାଇନାଲରେ ଜର୍ମାନୀ ୪-୧ରେ ସ୍ପେନକୁ ପରାସ୍ତ କରି ଫାଇନାଲରେ ପହଞ୍ଚିବା ସହ ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିଛି। ଏବେ ସୁଦ୍ଧା ୬ଟି ଦଳ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ବକପ-୨୦୨୬ ଲାଗି ଯୋଗ୍ୟତା ହାସଲ କରିଛନ୍ତି। ଜର୍ମାନୀ ସହ ଆୟୋଜକ ଭାବେ ନେଦରଲାଣ୍ଡ୍‌ସ ଓ ବେଲଜିୟମ ଯୋଗ୍ୟତା ହାସଲ କରିଛନ୍ତି। ପାନ ଆମେରିକା କପ୍‌ -୨୦୨୫ ଚମ୍ପିଆନ ସହ ଆର୍ଜେଣ୍ଟିନା ,ଏଫ୍‌ଆଇଏଚ୍‌ ପ୍ରୋ ଲିଗ ହକି ୨୦୨୪-୨୫ ଚମ୍ପିଆନ ଅଷ୍ଟ୍ରେଲିଆ ଓ ତୃତୀୟ ସ୍ଥାନ ହାସଲ କରିଥିବା ସ୍ପେନ ଏଫ୍‌ଆଇଏଚ୍‌ ହକି ବିଶ୍ବକପ-୨୦୨୬ ପାଇଁ ଯୋଗ୍ୟତା ହାସଲ କରିଛନ୍ତି। ଚଳିତ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୯ ପର୍ଯ୍ୟନ୍ତ ବିହାରର ରାଜଗିରରେ ଆୟୋଜିତ ହେବାକୁ ଥିବା ଏସିଆ କପ ହକିରେ ଭାରତ ଚମ୍ପିଆନ ହେଲେ ୨୦୨୬ ଏଫ୍‌ଆଇଏଚ୍‌ ହକି ବିଶ୍ବକପ ଲାଗି ଯୋଗ୍ୟତା ହାସଲ କରିବ।

ମ୍ୟାକ୍ସୱେଲ ପ୍ରହାର: କଙ୍ଗାରୁ ଦଳର ରୋମାଞ୍ଚକର ବିଜୟ

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories