www.samajalive.in
Sunday, December 7, 2025
26.1 C
Bhubaneswar

ମ୍ୟାକ୍ସୱେଲ ପ୍ରହାର: କଙ୍ଗାରୁ ଦଳର ରୋମାଞ୍ଚକର ବିଜୟ

କେର୍ନସ (ଅଷ୍ଟ୍ରେଲିଆ): ଗ୍ଲେନ୍ ମ୍ୟାକ୍ସୱେଲଙ୍କ ବିସ୍ଫୋରକ ଇନିଂସ ବଳରେ ଶନିବାର ୩ୟ ତଥା ଅନ୍ତିମ ଟ୍ବେଣ୍ଟି୨୦ ମ୍ୟାଚ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି ଘରୋଇ ଅଷ୍ଟ୍ରେଲିଆ। ଗୋଟିଏ ବଲ୍‌ ବାକିଥାଇ ଦକ୍ଷିଣ ଆଫ୍ରିକାକୁ ୨ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ଫଳରେ ୩ ମ୍ୟାଚ୍‌ର ଟ୍ବେଣ୍ଟି୨୦ ଶୃଙ୍ଖଳାକୁ ଅଷ୍ଟ୍ରେଲିଆ ୨-୧ରେ ଜିତିନେଇଛି। ଡିୱାଲ୍‌ଡ ବ୍ରେଭିସ୍‌ଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଦକ୍ଷିଣ ଆଫ୍ରିକା ୭ ୱିକେଟ୍‌ରେ ୧୭୨ ରନ୍‌ କରିଥିଲା। ଅଷ୍ଟ୍ରେଲିଆ ଅଧିନାୟକ ମିଚେଲ ମାର୍ଶ ଅର୍ଦ୍ଧଶତକ ମାରିଥିଲେ ହେଁ ମଧ୍ୟକ୍ରମ ବିଫଳ ହୋଇଥିଲା। ୮ଟି ୱିକେଟ୍‌ ପଡ଼ିବା ସତ୍ତ୍ବେ ମ୍ୟାକ୍ସୱେଲ ଗୋଟିଏ ପଟୁ ଲଢ଼ି ଅଷ୍ଟ୍ରେଲିଆକୁ ବିଜୟୀ କରିଥିଲେ। ଘରୋଇ ମାଟିରେ ୧୭୩ ରନ୍‌ ଅଷ୍ଟ୍ରେଲିଆର ସର୍ବାଧିକ ରନ୍‌ ପିଛାକରି ବିଜୟ।
ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍‌ଡିଂ କରିଥିଲା। ଦକ୍ଷିଣ ଆଫ୍ରିକାର ଅଧିନାୟକ ଐଡେନ ମାର୍କରାମ ମାତ୍ର ୧ ରନ୍‌କରି ପ୍ରଥମ ଓଭରରେ ବିଦାୟ ନେଇଥିଲେ। ଲୁଆନ୍‌-ଡ୍ରେ ପ୍ରିଟୋରିୟସ୍ ୧୫ ବଲ୍‌ରୁ ୫ଟି ଚୌକା ସହ ୨୫ ରନ୍‌କରି ଆଉଟ୍‌ ହୋଇଥିଲେ। ଓପ୍‌ନର ରିୟାନ୍ ରିକେଲ୍‌ଟନ ୧୩ ବଲ୍‌ରୁ ମାତ୍ର ୧୩ ରନ୍‌ କରିଥିଲେ। ୪୯ ରନ୍‌ରେ ୩ଟି ୱିକେଟ୍‌ ପଡ଼ିବା ପରେ ଦୁଇ ଯୁବ ବ୍ୟାଟ୍‌ସମ୍ୟାନ୍ ଡିୱାଲ୍‌ଡ ବ୍ରେଭିସ୍‌ ଓ ଟ୍ରିଷ୍ଟାନ୍ ଷ୍ଟବ୍‌ସ ମାତ୍ର ୨୮ ବଲ୍‌ରୁ ୬୧ ରନ୍‌ ଯୋଡ଼ିଥିଲେ। ଗତ ମ୍ୟାଚ୍‌ରେ ଶତକ ହାସଲ କରିଥିବା ବ୍ରେଭିସ୍‌ ମାତ୍ର ୨୨ ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରି ନୂତନ କୀର୍ତ୍ତିମାନ ପ୍ରତିଷ୍ଠା କରିଥିଲେ। ବ୍ରେଭିସ୍‌ ୨୬ ବଲ୍‌ରୁ ୬ଟି ଛକା ଓ ଗୋଟିଏ ଚୌକା ସହ ୫୩ ରନ୍‌କରି
ଆଉଟ୍‌ ହୋଇଥିଲେ। ଷ୍ଟବ୍‌ସ ୨୩ ବଲ୍‌ରୁ ୨ଟି ଚୌକା ସହ ୨୫ ରନ୍‌ କରିଥିଲେ। ରାସି ଭାନ୍ ଡର୍ ଡ୍ୟୁସେଁ ଶେଷ ପର୍ଯ୍ୟନ୍ତ ରହିବାରୁ ଦକ୍ଷିଣ ଆଫ୍ରିକା ୧୭୨ ରନ୍‌ କରି ପାରିଥିଲା। ଭାନ୍ ଡର୍ ଡ୍ୟୁସେଁ ୨୬ ବଲ୍‌ରୁ ୩ଟି ଚୌକା ସହ ୩୮ ରନ୍‌ କରି ଅପରାଜିତ ଥିଲେ। ନାଥାନ୍ ଏଲିସ୍‌ ୩ଟି ଏବଂ ଜୋସ୍ ହାଜେଲ୍‌ଉଡ୍‌ ଓ ଆଡାମ୍ ଜାମ୍ପା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୭୩ ରନ୍‌ ଲକ୍ଷ୍ୟରେ ଅଷ୍ଟ୍ରେଲିଆର ଦୁଇ ଓପ୍‌ନର ୮ ଓଭରରେ ୬୬ ରନ୍‌ କରିଥିଲେ। ଟ୍ରାଭିସ୍‌ ହେଡ୍‌ ୧୮ ବଲ୍‌ରୁ ୩ଟି ଚୌକା ସହ ୧୯ ରନ୍‌କରି ବିଦାୟ ନେଇଥିଲେ। ଜୋସ୍ ଇଙ୍ଗ୍‌ଲିସ ପ୍ରଥମ ବଲ୍‌ରେ ଆଉଟ୍‌ ହୋଇଥିଲେ। ମିଚେଲ ମାର୍ଶ ୩୭ ବଲ୍‌ରୁ ୫ଟି ଛକା ଓ ୩ଟି ଚୌକା ସହ ୫୪ ରନ୍‌କରି ବିଦାୟ ନେଇଥିଲେ। ଏହାପରେ ଅଷ୍ଟ୍ରେଲିଆର ମଧ୍ୟକ୍ରମ ବିଫଳ ହୋଇଥିଲା। କାମେରନ୍‌ ଗ୍ରୀନ୍‌ ୯ ଏବଂ ଫର୍ମରେ ଥିବା ଟିମ୍ ଡେଭିଡ୍‌ ୯ ବଲ୍‌ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୧୭ ରନ୍‌କରି ଆଉଟ୍‌ ହୋଇଥିଲେ। ଗୋଟିଏ ପଟୁ ମ୍ୟାକ୍ସୱେଲ ଚମତ୍କାର ବ୍ୟାଟିଂ କରିଥିବା ବେଳେ ଅନ୍ୟପଟୁ ୱିକେଟ୍‌ ପଡ଼ି ଚାଲିଥିଲା। ୨ ଓଭରରୁ ଅଷ୍ଟ୍ରେଲିଆ ୧୨ ରନ୍‌ ଆବଶ୍ୟକ କରୁଥିବା ବେଳେ କର୍ବିନ୍‌ ବସ୍‌ ୧୯ଶ ଓଭରରେ ମେଡେନ୍‌ ଓଭର ପକାଇବା ସହ ୨ଟି ୱିକେଟ୍‌ ନେଇଥିଲେ। ଏହି ଓଭରରେ ୨ଟି ଲେଗ୍‌ବାଇ ହେବାରୁ ଶେଷ ଓଭରରୁ ୧୦ ରନ୍‌ ଆବଶ୍ୟକ ଥିଲା। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପ୍ରଥମ ବଲ୍‌ରୁ ୨ ରନ୍‌ ଓ ୨ୟ ବଲ୍‌ରେ ଚୌକା ମାରିଥିଲେ। ପରବର୍ତ୍ତୀ ୨ଟି ବଲ୍‌ରୁ ସେ ରନ୍‌ ନେଇନଥିଲେ। ୫ମ ବଲ୍‌ରେ ଚୌକାମାରି ମ୍ୟାକ୍ସୱେଲ୍‌ ଦଳକୁ ଜିତାଇଥିଲେ। ମ୍ୟାକ୍ସୱେଲ୍‌ ୩୬ ବଲ୍‌ରୁ ୨ଟି ଛକା ଓ ୮ଟି ଚୌକା ସହ ୬୨ ରନ୍‌କରି ଅପରାଜିତ ଥିଲେ। କର୍ବିନ୍ ବସ୍‌ ୩ଟି ଏବଂ କାଗିସୋ ରବାଡା ଓ କ୍ବେନା ମାଫାକା ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ଗ୍ଲେନ୍‌ ମ୍ୟାକ୍ସୱେଲ୍‌ ପ୍ଲେୟର ଅଫ୍ ଦି ମ୍ୟାଚ୍‌ ଏବଂ ଟିମ୍ ଡେଭିଡ୍‌ ପ୍ଲେୟର ଅଫ୍ ଦି ସିରିଜ୍‌ ହୋଇଥିଲେ।

ଜମ୍ମୁ-କାଶ୍ମୀର କାଠୁଆରେ ବାଦଲଫଟା ବର୍ଷା ; ୪ ମୃତ

Hot this week

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

Related Articles

Popular Categories