www.samajalive.in
Sunday, December 7, 2025
14.1 C
Bhubaneswar

ମହିଳା କନଷ୍ଟେବଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର: ମୃତ୍ୟୁ ପୂର୍ବରୁ କଲେ ଭିଡିଓ, ଶାଶୁଘରେ ମିଳୁଥିଲା ନିର୍ଯାତନା

ସମାଜ ଡିଜିଟାଲ ଡେସ୍କ: ନୂଆପଡ଼ା ଜିଲାରେ ଜ​‌ଣେ ମହିଳା କନଷ୍ଟେବଳଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ମହିଳାଙ୍କ ମୃତଦେହ ଏକ ଗଛରୁ ଝୁଲନ୍ତା ଅବସ୍ଥାରେ ପୁଲିସ ଜବତ କରିଛି। ଏହା ହତ୍ୟା କିମ୍ବା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ। କିନ୍ତୁ ବାପଘର ଲୋକେ ଶାଶୁଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ ଆଣିଛନ୍ତି। ଝିଅକୁ ଶାଶୁଘର ଲୋ​‌ଲୋକେ ନିର୍ଯାତନା ଦେଉଥିବା ନେଇ ସେମାନେ ଅଭିଯୋଗ କରିଛନ୍ତି।

ମୃତା ମହିଳାଙ୍କ ନାମ ହେଉଛି ରୁକ୍ମିଣୀ ନାଗ। ନୂଆପଡ଼ା ରେଳଫାଟକ ନିକଟ ଏକ ଗଛରୁ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତ୍ୟୁ ପୂର୍ବରୁ ସେ ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଶେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ତାଙ୍କ ସ୍ଵାମୀ ଏବଂ ଶାଶୁ କିଭଳି ନିର୍ଯାତନା ଦେଉଥିଲେ ସେ ନେଇ ଅଭିଯୋଗ କରିଛନ୍ତି।

- Advertisement -

ଭିଡିଓରେ ରୁକ୍ମିଣୀ କହିଛନ୍ତି ଯେ, ଶାଶୁଘର ଲୋ​କେ ସବୁବେଳେ ମୋତେ ନିର୍ଯାତନା ଦେଲେ। ମୋ ସ୍ଵାମୀ ସବୁଦିନ ଝଗଡ଼ା କଲେ। ଡ୍ୟୁଟିରୁ ଆସିବା ପରେ ରାତିରେ ବହୁତ କଥା କୁହନ୍ତି। ପିଲା ଥିବାରୁ ମୁଁ ଚୁପ ରୁହେ। ମୋ ଶାଶୁ କହୁଛନ୍ତି, ତୁ ଗରୁ ପଳେଇ ଯା’। ମୋ ପୁଅକୁ ଛାଡ଼ପତ୍ର ଦେଇଦେ। ମୁଁ ଅଲଗା ଝିଅ ସହ ତା’ର ବିବାହ କରାଇବି। ରୁକ୍ମିଣୀ ଆହୁରି କହିଛନ୍ତି, ବିବାହ ପରେ ହସଖୁସିରେ ଜୀବନ କଟୁଥିଲା। କିନ୍ତୁ ଶାଶୁଘର ଲୋକେ ଆସିବା ପରେ ବହୁତ ନିର୍ଯାତନା ଦେଲେ। ନିଜ ମନକୁ ବହୁତ ବୁଝାଇଲି ବଞ୍ଚିବା ପାଇଁ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories