www.samajalive.in
Tuesday, December 9, 2025
16.1 C
Bhubaneswar

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତଙ୍କ ନାଁରେ ୪୮ ଲକ୍ଷ ଠକେଇ ଅଭିଯୋଗ

କେନ୍ଦ୍ରାପଡ଼ା: ମାହାଙ୍ଗା ନିର୍ବାଚନମଣ୍ଡଳୀର ବିଜେଡି ବିଧାୟକ ପ୍ରାର୍ଥୀ ତଥା ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ପୁଅ ଅଙ୍କିତ ପ୍ରତାପ ଜେନାଙ୍କ ବିରୋଧରେ ୪୮ ଲକ୍ଷ ଟଙ୍କାର ଠକେଇ ମାମଲା କେନ୍ଦ୍ରାପଡ଼ା ଟାଉନ୍‌‌ ଥାନାରେ ରୁଜୁ ହୋଇଛି। ଅଭିଯୋଗକାରୀ କଟକ ସହର ଚଣ୍ଡୀ ଛକରେ ଥିବା ଏସ୍‌‌ଏସ୍‌‌ବି ଇଲେକ୍ଟ୍ରିକାଲ୍‌ସର ମାଲିକ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ କୁମାର ସ୍ୱାଇଁ ଏତଲାରେ ଦର୍ଶାଇଛନ୍ତି, ଅଙ୍କିତ ପ୍ରତାପ ଜେନା ଏବଂ ଐଶ୍ୱର୍ଯ୍ୟା ପ୍ରତାପ ଜେନା ଏମ୍ଫୋରିଆ ୱାର୍କସ ପ୍ରାଇଭେଟ୍‌‌ ଲିମିଟେଡ କମ୍ପାନୀର ମାଲିକ। କେନ୍ଦ୍ରାପଡ଼ାରେ ବିଦ୍ୟୁତ୍‌ ସରଞ୍ଜାମ କାର୍ଯ୍ୟ କରିବା ପାଇଁ ଏହି କମ୍ପାନୀରୁ ସେମାନେ ୱାର୍କ ଅର୍ଡର ପାଇଥିଲେ। ସେହି ଅନୁଯାୟୀ କାର୍ଯ୍ୟ ମଧ୍ୟ କରିଥିଲେ। ହେଲେ ସେମାନଙ୍କର ୪୮ ଲକ୍ଷ ଟଙ୍କା ବକେୟା ଥିବା ବେଳେ ଅଙ୍କିତ ପ୍ରତାପ ଜେନା ଟଙ୍କା ଦେଉନାହାନ୍ତି। ବାରମ୍ବାର ଦିନ ଗଡ଼ାଇ ଚାଲିଛନ୍ତି। ଟଙ୍କା ନ ମିଳିବାରୁ ସେମାନେ କର୍ମଚାରୀଙ୍କ ଦରମା ଦେଇ ପାରୁନାହାନ୍ତି। ତେଣୁ ବାଧ୍ୟହୋଇ ଥାନାରେ ଏତଲା ଦେଇଛନ୍ତି। ଏ ସଂକ୍ରାନ୍ତରେ ଥାନାଧିକାରୀ ଦିଲ୍ଲୀପ କୁମାର ସାହୁଙ୍କୁ ପଚାରିବାରୁ ଅଭିଯୋଗକୁ ଭିତ୍ତିକରି ମାମଲା ରୁଜୁ ହୋଇଛି।

ଅପରପକ୍ଷରେ ଅଙ୍କିତ ପ୍ରତାପ ଜେନାଙ୍କ କମ୍ପାନୀ ଏମ୍ଫୋରିଆରର ମ୍ୟାନେଜର ଦେବାଶିଷ ଦାସ ଅଭିଯୋଗ କରିଛନ୍ତି ଯେ ଅରୋବିନ୍ଦ ତ୍ରିପାଠୀ ଓ ଗଣେଶ ସ୍ୱାଇଁ ତାଙ୍କ କମ୍ପାନୀ ଅଧୀନରେ କେନ୍ଦ୍ରାପଡ଼ାରେ ଇଲେକ୍ଟ୍ରିକାଲ କାର୍ଯ୍ୟ କରୁଥିଲେ। ହେଲେ ଦୁହେଁ କାର୍ଯ୍ୟରେ ବାଧା ସୃଷ୍ଟି କରିବାରୁ କମ୍ପାନୀର କ୍ଷତି ଘଟିଛି। ତେଣୁ ଦେବାଶିଷଙ୍କ ଅଭିଯୋଗକୁ ଭିତ୍ତିକରି ଅରୋବିନ୍ଦ ଓ ଗଣେଶଙ୍କ ବିରୋଧରେ ଅନ୍ୟଏକ ମାମଲା ରୁଜୁ ହୋଇଛି। ଉଭୟ ମାମଲାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ଶ୍ରୀ ସାହୁ କହିଛନ୍ତି। ତେବେ ଅଙ୍କିତ ପ୍ରତାପ ଫୋନ୍‌ ଉଠାଇ ନଥିବାରୁ ତାଙ୍କ ମତାମତ ମିଳିପାରି ନାହିଁ।

Hot this week

ଆଜି ବାରବାଟୀ ମହାସମର: ଦକ୍ଷିଣ ଆଫ୍ରିକାକୁ ଟକ୍କର ଦେବ ଭାରତ

କଟକ: କ୍ରିକେଟ୍‌ ମହାସମର ପାଇଁ ବାରବାଟୀ ପ୍ରସ୍ତୁତ। ଏବେ କେବଳ ମୁକାବିଲାକୁ...

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

Related Articles

Popular Categories