www.samajalive.in
Sunday, December 7, 2025
18.1 C
Bhubaneswar

‘ଆଧାର ନୁହେଁ ନାଗରିକତ୍ବର ପ୍ରମାଣପତ୍ର’

ନୂଆଦିଲ୍ଲୀ : ଭାରତର ନାଗରିକତ୍ବ ଦାବି କରିବା ଲାଗି ଆଧାର କାର୍ଡ ଏକମାତ୍ର ବୈଧ ପ୍ରମାଣ ପତ୍ର ନୁହେଁ; ତେଣୁ ଜଣଙ୍କର ବୈଧ ନାଗରିକତ୍ବର ପ୍ରମାଣ ପାଇଁ ଉପଯୁକ୍ତ ଯାଞ୍ଚ କରାଯିବା ଜରୁରୀ ବୋଲି ସୁପ୍ରିମକୋର୍ଟ ମଙ୍ଗଳବାର ମତବ୍ୟକ୍ତ କରିଛନ୍ତି। ବିହାର ସ୍ବତନ୍ତ୍ର ଭୋଟର ତାଲିକା ସମୀକ୍ଷା କାର୍ଯ୍ୟ (ଏସଆଇଆର) ବେଳେ ଭାରତର ନିର୍ବାଚନ ଆୟୋଗ (ଇସିଆଇ) ଆଧାର କାର୍ଡକୁ ନାଗରିକତ୍ବର ପ୍ରମାଣପତ୍ର ଭାବେ ଗ୍ରହଣ କରିବାକୁ ମନା କରିଥିବାବେଳେ ଏବେ ସୁପ୍ରିମକୋର୍ଟ ଏଥିରେ ଏକମତ ହୋଇଛନ୍ତି। ବିହାର ଏସ୍‌ଆଇଆରକୁ ଚାଲେଞ୍ଜ କରି ଦାୟର କରାଯାଇଥିବା ପିଟିସନର ଶୁଣାଣି କରିବା ବେଳେ ବିଚାରପତି ସୂର୍ଯ୍ୟକାନ୍ତଙ୍କ ନେତୃତ୍ବାଧୀନ ସୁପ୍ରିମକୋର୍ଟଙ୍କ ପୀଠ ଏପରି କହିଛନ୍ତି। ଆବେଦନକାରୀ ପକ୍ଷର ବରିଷ୍ଠ ଓକିଲ କପିଲ ସିବଲଙ୍କୁ ପୀଠ କହିଛନ୍ତି ଯେ ଆଧାର କାର୍ଡ ସରକାରଙ୍କ ବିଭିନ୍ନ ସେବା ନିମନ୍ତେ ବ୍ୟକ୍ତିର ପରିଚୟପତ୍ର ଭାବେ ଗ୍ରହଣ କରାଯାଉଛି। ମାତ୍ର ଏହି ଆଧାର କାର୍ଡ ନାଗରିକତ୍ବର ପ୍ରମାଣପତ୍ର ନୁହେଁ। ତେଣୁ ଆଧାର କାର୍ଡକୁ ନାଗରିକତ୍ବର ଚୂଡାନ୍ତ ପରିଚୟପତ୍ର ନୁହେଁ ବୋଲି ଇସି ଯେଉଁ ନିଷ୍ପତ୍ତି ନେଇଛନ୍ତି
ତାହା ଯଥାର୍ଥ। ଆଜିର ଶୁଣାଣି ସମୟରେ ନିର୍ବାଚନ ଆୟୋଗ ବ୍ୟାପକ ମାତ୍ରାରେ ଭୋଟର ଯାଞ୍ଚ କରିବାର ଅଧିକାରକୁ ନେଇ ବ୍ୟାପକ ଚର୍ଚ୍ଚା ହୋଇଥିଲା। ତେବେ ବିଚାରପତି ସୂର୍ଯ୍ୟ କାନ୍ତ କହିଥିଲେ ଯେ ଇସିଙ୍କ ପାଖରେ ଏପରି କ୍ଷମତା ରହିଛି କି ନାହିଁ ତାହା ବିଚାର କରାଯିବା ଦରକାର। ଯଦି ଇସିଙ୍କ ପାଖରେ ଏପରି କ୍ଷମତା ରହିଛି ତେବେ ଏହାକୁ ନେଇ କୌଣସି ପ୍ରକାର ପ୍ରଶ୍ନ ଉଠାଯିବାର ଆବଶ୍ୟକତା ନାହିଁ। ଆବେଦନକାରୀଙ୍କ ପକ୍ଷର ଓକିଲ କପିଲ ସିବଲ କହିଥିଲେ ଯେ ୧୯୫୦ ମସିହା ପରଠାରୁ ଭାରତରେ ଯେଉଁମାନେ ଜନ୍ମ ହୋଇଛନ୍ତି ସେମାନେ ଭାରତର ନାଗରିକ। ମାତ୍ର ଏସଆଇଆର ବେଳେ ଏହି ନାଗରିକତ୍ବ ଉପରେ ପ୍ରଶ୍ନ ଉଠାଯାଇଛି। ୨୦୦୩ ଠାରୁ ତାଲିକାଭୁକ୍ତ ହୋଇଥିବା ଭୋଟରଙ୍କୁ ପୁନର୍ବାର ପ୍ରମାଣ ପତ୍ର ଦେବାକୁ କୁହାଯାଉଛି।
ଆଧାର, ପାନ୍, ଭୋଟର କାର୍ଡ ମଧ୍ୟ ନାଗରିକତ୍ବର ପ୍ରମାଣପତ୍ର ନୁହେଁ: ବମ୍ବେ ହାଇକୋର୍ଟ । ଜଣଙ୍କ ପାଖରେ ଆଧାର, ପାନ ଓ ଭୋଟର କାର୍ଡ ଥିବା ସତ୍ତ୍ବେ ତାଙ୍କୁ ଭାରତର ନାଗରିକ ବୋଲି ବିବେଚନା କରାଯାଇପାରିବ ନାହିଁ ବୋଲି ବମ୍ବେ ହାଇକୋର୍ଟ ମତବ୍ୟକ୍ତ କରିଛନ୍ତି। ଜଣେ ଅନୁପ୍ରବେଶକାରୀ ବାଂଲାଦେଶ ନାଗରିକର ଜାମିନ ଅାବେଦନର ଶୁଣାଣି କରିବା ବେଳେ ମଙ୍ଗଳବାର ହାଇକୋର୍ଟ ଏପରି ମତବ୍ୟକ୍ତ କରିଛନ୍ତି। ଅଭିଯୁକ୍ତ ବାଂଲାଦେଶ ନାଗରିକ ଜଣଙ୍କ ପାଖରେ ଆଧାର କାର୍ଡ, ପାନ କାର୍ଡ ଓ ଭୋଟର କାର୍ଡ ଥିବାରୁ ସେ ନିଜକୁ ଭାରତର ନାଗରିକ ବୋଲି ଦାବି କରିଥିଲା। ମାତ୍ର ହାଇକୋର୍ଟ ଅଭିଯୁକ୍ତର ଜାମିନ ଆବେଦନକୁ ନାମଞ୍ଜୁର କରିବା ପୂର୍ବକ ତା’ର ଦାବିକୁ ଅଗ୍ରାହ୍ୟ କରିଛନ୍ତି। ହାଇକୋର୍ଟ ବିଚାରପତି ଅମିତ ବୋରକର କହିଛନ୍ତି ଯେ ନାଗରିକତ୍ବ ଆଇନରେ କିଏ ଭାରତର ନାଗରିକ ହୋଇପାରିବ ତାହା ଉଲ୍ଲେଖ ରହିଛି। ଆଧାର, ଭୋଟର ଓ ପାନ କାର୍ଡ କେବଳ ବ୍ୟକ୍ତିର ପରିଚୟ ଯାହା ବିଭିନ୍ନ ପ୍ରକାର ସେବା ପାଇବା ଲାଗି ଆବଶ୍ୟକ ହୋଇଥାଏ।

Hot this week

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

ସ୍ମୃତି ମନ୍ଧାନାଙ୍କ ବିବାହ ଭାଙ୍ଗିଲା… ଏମିତି କହିଲେ ଏହି ଷ୍ଟାର କ୍ରିକେଟର

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଷ୍ଟାର ଖେଳାଳି ସ୍ମୃତି...

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା ଦାବି: ଗୁଣ୍ଡିଚା ମନ୍ଦିର ଆଗରେ ଧାରଣା ଦେଲେ ପୁରୀବାସୀ

ଶ୍ରୀମନ୍ଦିରରେ ସ୍ବତନ୍ତ୍ର ଦର୍ଶନ ବ୍ୟବସ୍ଥା କର। ଶ୍ରଦ୍ଧାଳୁ ସୁରୁଖୁରୁରେ କିପରି ମହାପ୍ରଭୁଙ୍କ...

ବାଇକକୁ ଧକ୍କା ଦେଲା ଟ୍ରାକ୍ଟର: ୨ ବନ୍ଧୁ ମୃତ, ଜଣେ ଗୁରୁତର

ବାଣପୁର: ବାଣପୁର ଥାନା ବେଙ୍ଗରାଜପଲ୍ଲୀ ନିକଟରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ...

Related Articles

Popular Categories