www.samajalive.in
Tuesday, December 9, 2025
19.1 C
Bhubaneswar

ଭାରତୀୟ ଦୂତାବାସକୁ ଗ୍ୟାସ, ପାଣି ଯୋଗାଣ ବନ୍ଦ କଲା ପାକିସ୍ତାନ

ନୂଆଦିଲ୍ଲୀ: ଅପରେସନ ସିନ୍ଦୂରକୁ ନେଇ ଭାରତ ଓ ପାକିସ୍ତାନ ମଧ୍ୟରେ କୂଟନୈତିକ ଲଢେଇ ତୀବ୍ର ହୋଇଛି। ରିପୋର୍ଟ ଅନୁଯାୟୀ ଇସଲାମାବାଦସ୍ଥିତ ଭାରତୀୟ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟକୁ ପାକିସ୍ତାନ ସରକାର ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଦେଇଛନ୍ତି। ଏହା ପୂର୍ବରୁ ଭାରତୀୟ ଦୂତାବାସ ଓ ଏଠାରେ ରହୁଥିବା କୂଟନୀତିଜ୍ଞଙ୍କ ଘରକୁ ଖବରକାଗଜ ଯୋଗାଣକୁ ପାକିସ୍ତାନ ବନ୍ଦ କରିଦେଇଥିଲା। ଭାରତୀୟ କୂଟନୀତିଜ୍ଞଙ୍କୁ ମାନସିକ ନିର୍ଯାତନା ଦେବା ଉଦ୍ଦେଶ୍ୟରେ ପାକିସ୍ତାନ ଏପରି କରିଥିଲା। ପାକିସ୍ତାନର ଏପରି କାର୍ଯ୍ୟର ଜବାବ ଦେବାକୁ ଯାଇ ନୂଆଦିଲ୍ଲୀସ୍ଥିତ ପାକିସ୍ତାନ ଦୂତାବାସ (ଉଚ୍ଚାୟୁକ୍ତ) କାର୍ଯ୍ୟାଳୟ ଓ ଏହାର କର୍ମଚାରୀଙ୍କ ଘରକୁ ଖବରକାଗଜ ଯୋଗାଣକୁ ଭାରତ ବନ୍ଦ କରିଦେଇଥିଲା। ଭାରତର ଏପରି ପଦ​‌େ​‌କ୍ଷପ ପରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟକୁ ପାଣି ଓ ଗ୍ୟାସ ଯୋଗାଣ ବନ୍ଦ କରିଛି ପାକିସ୍ତାନ। ରିପୋର୍ଟ ଅନୁଯାୟୀ ସୁଇ ନଦର୍ଣ୍ଣ ଗ୍ୟାସ ପାଇପଲାଇନ ଲିମିଟେଡ (ଏସ୍‌ଏନଜିପିଏଲ୍‌) ଭାରତୀୟ ଦୂତାବାସ କାର୍ଯ୍ୟାଳୟ ଓ କର୍ମଚାରୀଙ୍କ ଘରକୁ ଗ୍ୟାସ ପାଇପଲାଇନ ଯୋଗାଇ ଥିଲା। ଏସ୍‌ଏନଜିପିଏଲ୍‌ ଅତି ଚଢା ଦରରେ ଏହି ଗ୍ୟାସ ଯୋଗାଣ କରୁଥିଲା। ଏବେ ଏହି ଗ୍ୟାସ ଯୋଗାଣକୁ କମ୍ପାନୀ ବନ୍ଦ କରିଦେଇଛି।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories