www.samajalive.in
Tuesday, December 9, 2025
19.1 C
Bhubaneswar

ଇସିଙ୍କ ବିରୋଧରେ ଆଜି ‘ଇଣ୍ଡି’ ମେଣ୍ଟର ଶୋଭାଯାତ୍ରା

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗ(ଇସି)ଙ୍କ ବିରୋଧରେ ରାହୁଲ ଗାନ୍ଧୀ ଆଣିଥିବା ଭୋଟ ଚୋରି ଅଭିଯୋଗକୁ ବଳିଷ୍ଠ କରିବା ଲାଗି ସୋମବାର ବିରୋଧୀ ଇଣ୍ଡି ମେଣ୍ଟ ପକ୍ଷରୁ ଏକ ଶୋଭାଯାତ୍ରାର ଆୟୋଜନ କରାଯାଇଛି। ଯୋଜନା ଅନୁଯାୟୀ ସୋମବାର ଇଣ୍ଡି ମେଣ୍ଟର ସାଂସଦମାନେ ସଂସଦ ଭବନ ଠାରୁ ନିର୍ବାଚନ ଆୟୋଗଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଶୋଭାଯାତ୍ରା କରିବେ। ଏହା ସହିତ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଇଣ୍ଡି ମେଣ୍ଟର ସାଂସଦଙ୍କ ଲାଗି ଏକ ନୈଶ ଭୋଜିର ଆୟୋଜନ କରିଛନ୍ତି। ସୋମବାର ଚାଣକ୍ୟପୁରୀସ୍ଥିତ ହୋଟେଲ ତାଜ ପ୍ୟାଲେସରେ ବିରୋଧୀ ସାଂସଦମାନେ ଏକଜୁଟ୍ ହେବେ। ଖଡଗେ ସେମାନଙ୍କୁ ଏଠାରେ ଭୋଜି ଦେବେ। ଗଡଗେଙ୍କ ନୈଶ ଭୋଜି ସଭାରେ ଭୋଟ ଚୋରି ସହିତ ବିହାର ଏସ୍‌ଆଇଆର ପ୍ରସଙ୍ଗରେ ମଧ୍ୟ ଆଲୋଚନା ହେବ।

Hot this week

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

ପ୍ରଥମେ ବ୍ୟାଟିଂ କରିବ ଭାରତ

କଟକ: ଆଉ ମାତ୍ର କିଛି ସମୟର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ଇଣ୍ଡୋନେସିଆରେ ବଡ଼ ଧରଣର ଅଗ୍ନିକାଣ୍ଡ, ୨୦ ମୃତ

ସମାଜଲାଇଭ ଡେସ୍କ: ଇଣ୍ଡୋନେସିଆର ଜାକାର୍ତ୍ତାରେ ମଙ୍ଗଳବାର ଏକ ବଡ଼ ଧରଣର ଅଗ୍ନିକାଣ୍ଡ...

ଯୁକ୍ତ ଦୁଇ ପରୀକ୍ଷା ସୂଚୀ ସାମାନ୍ୟ ପରିବର୍ତ୍ତନ

ଭୁବନେଶ୍ଵର : ଯୁକ୍ତ ଦୁଇ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇଛି।...

Related Articles

Popular Categories