www.samajalive.in
Sunday, December 7, 2025
26.1 C
Bhubaneswar

ଅଚାନକ ଜଳିଲା ଚଳନ୍ତା ଟ୍ରକ୍, ଅଳ୍ପକେ ବର୍ତ୍ତିଲେ ଚାଳକ

ରେଙ୍ଗାଲିକ୍ୟାମ୍ପ : ବରଗଡ଼ ଜିଲ୍ଲା ଅତାବିରା ବ୍ଲକ୍ ଅନ୍ତର୍ଗତ ୫୩ନଂ ଜାତୀୟ ରାଜପଥ ସରଣ୍ଡା ବସ୍ ଷ୍ଟାଣ୍ଡ ଛକରେ ହୁ ହୁ ହୋଇ ଜଳି ଉଠିଲା ଏକ ଟ୍ରକ୍ । ଉକ୍ତ ଟ୍ରକଟି ପାଟଣାଗଡରୁ ବରଗଡ଼ ଅତାବିରା ଦେଇ ଝାରସୁଗୁଡ଼ା ଅଭିମୁଖେ ଯାଉଥିଲା। ହେଲେ ସରଣ୍ଡା ଛକରୁ ୧୦୦ମିଟର ପଛକୁ ଚାଳକର ପାଖରେ ଥିବା ଇଞ୍ଜିନରୁ ସାମାନ୍ୟ ନିଆଁ ସହ ଧୁଆଁ ବାହାରିବା ଫଳରେ ଛକରେ ଅଟକି ରହି ସଜାଡ଼ିବା ଉଦ୍ୟମ ସମୟରେ ହଠାତ୍ ନିଆଁ ଜଳିବା ସହ ଡିଜେଲ ଟାଙ୍କି ଫାଟି ସଂପୂର୍ଣ୍ଣ ଟ୍ରକଟି ଜଳି ଉଠିଥିଲା। ସ୍ଥାନୀୟ ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେବା ପରେ ଷ୍ଟେସନ ଅଧିକାରୀ ମିଶ୍ର କିଶନ ଏଲଏଫଏଫ୍ ରାଜେନ୍ଦ୍ର ଏକ୍କା, ଏଫ୍ ଏଫ୍ ପୁରୁଷୋତ୍ତମ ସାହୁ, ବିକି ବେହେରା, ରମେଶ ପ୍ରଧାନ, ସୌମ୍ୟ ରଂଜନ ସାହୁ ପହଞ୍ଚି ଜଳୁଥିବା ଟ୍ରକ୍ ନମ୍ୱର୍ ଓଡି,୧୫,ଭି ୧୭୨୦ ଟିକୁ ଆୟତ୍ତ କରିଥିଲେ। ଅଳ୍ପକେ ବର୍ତ୍ତି ଯାଇଥିଲେ  ଗାଡ଼ି ଚାଳକ ସାଗର ସେଠ୍ । ଏହା ପରେ ଘଟଣାସ୍ଥଳରେ ଅତାବିରା ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ରାସ୍ତାରେ ଅନେକ ସମୟ ଧରି ଯାତାୟାତ ବନ୍ଦ ରହିଥିଲା ।

Hot this week

ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି: ବିହାରରୁ ଆଉ ଜଣେ ଗିରଫ

ସମାଜଲାଇଭ ଡେସ୍କ: ପୁଲିସ ଏସଆଇ ନିଯୁକ୍ତି ଦୁର୍ନୀତି ମାମଲାର ଅନ୍ତଃରାଜ୍ୟ ଲିଙ୍କ୍‌...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ: ସାମ୍ନାକୁ ଆସିଲା ନିଆଁ ଲାଗିବା ସମୟର ଦୃଶ୍ୟ

ସମାଜଲାଇଭ ଡେସ୍କ: ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ସାରା ଦେଶବାସୀଙ୍କୁ ସ୍ତବ୍ଧ...

ବାରବାଟୀ ମ୍ୟାଚ: ସୁରକ୍ଷା ଦାୟିତ୍ଵରେ ରହିବେ ୫୧ ପ୍ଲାଟୁନ ପୁଲିସ, ୬ସ୍ଥାନରେ ପାର୍କିଂ ବ୍ୟବସ୍ଥା

ସମାଜଲାଇଭ ଡେସ୍କ: ଆଗାମୀ ୯ ତାରିଖରେ ହେବାକୁ ଥିବା ବାରବାଟୀ ମ୍ୟାଚ...

ଭୁବନେଶ୍ଵରରେ ଦୁଇ ଦଳର ଖେଳାଳି: ରାତିରେ ଆସିବେ ଗିଲ, ସୂର୍ଯ୍ୟକୁମାର

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚ ପାଇଁ ଉଭୟ ଭାରତ ଏବମଂ...

ବାରବାଟୀ ମ୍ୟାଚ ଦେଖିବେ ମୁଖ୍ୟମନ୍ତ୍ରୀ, କାଲିଠୁ ନେଟ୍‌ ପ୍ରାକ୍ଟିସ

ସମାଜଲାଇଭ ଡେସ୍କ: ଆସନ୍ତା ୯ ତାରିଖରେ କଟକ ବାରବାଟୀ ଷ୍ଟାଡିଅମରେ ଭାରତ...

Related Articles

Popular Categories