ସମାଜ ଡିଜିଟାଲ ଡେସ୍କ: ରାଜଧାନୀ ଭୁବନେଶ୍ଵରରେ ଜଣେ ନବବିବାହିତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ଏହି ଘଟଣାରେ ପୁଲିସ ମୃତା ମହିଳାଙ୍କ ସ୍ଵାମୀଙ୍କୁ ଗିରଫ କରିଛି। ଘଟଣାଟି ମଞ୍ଚେଶ୍ଵର ଥାନା ଅନ୍ତର୍ଗତ ଧିରୁକୁଟୀ ବସ୍ତିରେ ଘଟିଛି।
ସୂଚନା ଅନୁସାରେ, ରବିବାର ସକାଳେ ବସ୍ତିର ଏକ ଘରୁ ଜଣେ ନବବିବାହିତା ମହିଳାଙ୍କ ଝୁଲନ୍ତା ମୃତଦେହ ମିଳିଥିଲା। ଝିଅର ବାପଘର ଲୋକେ ଏ ନେଇ ଖବର ପାଇବା ପରେ ଝିଅକୁ ଶାଶୁଘର ଲୋକେ ହତ୍ୟା କରିଥିବା ଅଭିଯୋଗ କରିଥିଲେ। ସେମାନେ ଏ ନେଇ ମଞ୍ଚେଶ୍ଵର ଥାନାରେ ଏତଲା ଦେଇଥିଲେ। ଏହା ପରେ ପୁଲିସ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଥିବା ଜଣାପଡ଼ିଛି।



