www.samajalive.in
Sunday, December 7, 2025
23.1 C
Bhubaneswar

ଆସନ୍ତା ୧୦ରେ ‘ଓସଲା’ ନିର୍ବାଚନ

ଭୁବନେଶ୍ବର : ଆସନ୍ତା ୧୦ ତାରିଖରେ ଓଡ଼ିଶା ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକା ସଂଘର ନିର୍ବାଚନ ହେବ । ରାଜ୍ୟରେ ଅନୁଦାନପ୍ରାପ୍ତ ୪୮୮ ବର୍ଗ ଡିଗ୍ରୀ କଲେଜରେ କାର୍ଯ୍ୟରତ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକାମାନେ ସକାଳ ୯ଟାରୁ ଅପରାହ୍ନ ୪ଟା ମଧ୍ୟରେ ନିଜ ମତଦାନ ସାବ୍ୟସ୍ତ କରିବେ । ଏହି ନିର୍ବାଚନରେ ସଭାପତି, ଉପସଭାପତି, ସମ୍ପାଦକ, ଯୁଗ୍ମ ସମ୍ପାଦକ, କୋଷାଧ୍ୟକ୍ଷ, ଯୁଗ୍ମ କୋଷାଧ୍ୟକ୍ଷ ଆଦି ୬ଟି ପଦ ପାଇଁ ୧୮ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦ୍ୱିତା କରୁଛନ୍ତି । ସଭାପତି ପଦ ପାଇଁ ଜିତେନ୍ଦ୍ର କୁମାର ସାହୁ, ଅଶୋକ କୁମାର ରାଉତ, ମଦନ ମେହେର ଏବଂ ଲଲାଟେନ୍ଦୁ ମଲ୍ଲିକ ପ୍ରତିଦ୍ୱନ୍ଦ୍ୱିତା କରୁଥିଲାବେଳେ ଉପସଭାପଦି ପଦ ପାଇଁ ଚିରଞ୍ଜିବୀ ଦାସ, ମାନସ ରଞ୍ଜନ ସାହୁ ଏବଂ ରଞ୍ଜନ କୁମାର ପଣ୍ଡା ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସମ୍ପାଦକ ପଦ ପାଇଁ ସୁଧାଂଶୁ ଶେଖର ପଣ୍ଡା, ଗୌରଭ ଶର୍ମା, ଗଙ୍ଗାଧର ପ୍ରଧାନ ଏବଂ ସୁଦାମ ସାହୁ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଯୁଗ୍ମ ସମ୍ପାଦକ ପଦ ପାଇଁ ସମରେନ୍ଦ୍ର ନାରାୟଣ ପଣ୍ଡା, ଦୁଷ୍ମନ୍ତ ବେହେରା ଏବଂ ତୁଳସୀ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

କୋଷାଧ୍ୟକ୍ଷ ପଦ ପାଇଁ ଗୟାଧର ମଲିକ ଏବଂ ନିରଞ୍ଜନ ପୋଢ, ଯୁଗ୍ମ କୋଷାଧ୍ୟକ୍ଷ ପଦ ପାଇଁ ତାପଜ କୁମାର ପାତ୍ର ଏବଂ ତଥାଗତ ରାଉତ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ସୂଚନା ଅନୁଯାୟୀ ଏହି ନିର୍ବାଚନ ଅନଲାଇନରେ ହେବ । ଭୋଟର ଭାବେ ପଞ୍ଜିକୃତ ଏସ୍‌ଏସ୍‌ବି ଅଧ୍ୟାପକ-ଅଧ୍ୟାପିକାଙ୍କ ଇମେଲକୁ ଏକ ଭୋଟିଂ ଲିଙ୍କ ପଠାଯାଇଛି । ଏହାସହ ଭୋଟିଂ ଲିଙ୍କ୍ ହ୍ୱାଟ୍ସଆପ ମାଧ୍ୟମରେ ଦିଆଯିବ । ଭୋଟ ଦାନ ଦିନ ସେମାନେ ଏହି ଲିଙ୍କକୁ କ୍ଲିକ୍ କରି ନିଜ ମତଦାନ କରିପାରିବେ । ଏଭଳି ଭୋଟିଂ ଏକ ନିଆରା ଅଧ୍ୟାୟ ସୃଷ୍ଟି କରିବ ଏବଂ ଏହା ଓଡ଼ିଶାରେ ଏକ ବିଶାଳ ଅନଲାଇନ ଭୋଟିଂ ଭାବରେ ଗଣାଯିବ । ଫଳାଫଳ ରାତିରେ ଘୋଷଣା କରାଯିବ ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories