ରଣପୁରଗଡ : ନୟାଗଡ଼ ଜିଲ୍ଲା ରଣପୁର ବ୍ଳକ ଏକ ପାହାଡିଆ ଅଞ୍ଚଳ। ଶତକଡା ଅଶୀ ଭାଗ ଜମି ଅଣଜଳସେଚିତ। ଅଶୀ ଭାଗ ଲେ।କ ଧାନ ଚାଷ ଉପରେ ନିର୍ଭର କରନ୍ତି। ଚଳିତବର୍ଷ ମୈ।ସୁମୀ ଶୀଘ୍ର ଆସିବା ଯୋଗୁଁ କୃଷକମାନେ ଋଆ କାର୍ଯ୍ୟ ଆରମ୍ଭ କରିଦେଇଥିଲେ। କିନ୍ତୁ ବର୍ଷାର ଲୁଚକାଳି ଖେଳ କୁଆଡେ ଭାସୁଛି ରଣପୁର ଅଞ୍ଚଳ ଧାନ ଋଆ ଜମି ଫାଟୁଛି। ତଳି କିଆରୀରେ ପାଣି ନାହିଁ। ଜମିରେ ପାଣି ନଥିବା ଯେ।ଗୁ ଜମି କାଦୁଅ ହେ।ଇ ପାରୁନାହିଁ। ଚାଷ କାର୍ଯ୍ୟ ଆରମ୍ଭରୁ ବର୍ଷାର ଧୋକା ଯେ।ଗୁ ଚଳିତବର୍ଷ ଧାନ ଚାଷ ପାଇଁ ଆଉ ଭରଷା ନଥିବା କୃଷକମାନେ କହିଛନ୍ତି। ମଜୁରିଆ ମାନଙ୍କୁ କାମ ନାହିଁ। ଦାଦନ ପାଇଁ ସଜବାଜ ହେଉଥିବା ବେଳେ ଦଲାଲ ମାନେ ଗାଁ ଗଣ୍ଡାରେ ବୁଲିଲେଣି । ଦୁଇ ଚାରି ଦିନ ମଧ୍ୟରେ ବର୍ଷା ନହେଲେ ପରିସ୍ଥିତି ଅସମ୍ଭାଳ ହେବ। ସରକାର ରଣପୁର ଅଞ୍ଚଳ ମରୁଡି ପରିସ୍ଥିତି ଆକଳନ ସାଙ୍ଗକୁ ରବି ଫସଲ ପାଇଁ ବିହନ ଯେ।ଗାଇବା ପାଇଁ କୃଷକମାନେ ଅନୁରୋଧ କରୁଛନ୍ତି।
Popular Categories



