www.samajalive.in
Monday, December 8, 2025
14.1 C
Bhubaneswar

ନାବାଳିକା ଦୁଷ୍କର୍ମ ମାମଲା ; ଅଭିଯୁକ୍ତକୁ ୧୦ ବର୍ଷ କାରାଦଣ୍ଡାଦେଶ

ଫୁଲବାଣୀ : ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର ପୋଷ୍ଟକୋର୍ଟ ବିଚାରପତି ମନୋରଂଜନ ଦାସଙ୍କ ଇଜିଲାସନରେ ଅନୁଷ୍ଠିତ ହୋଇଥିବା ବେଳେ ୧୫ ଜଣ ସାକ୍ଷ୍ୟ ପ୍ରମାଣ, ମେଡ଼ିକାଲ୍‌ ରିପୋର୍ଟ ଏବଂ ପୀଡିତାଙ୍କ ବୟାନଙ୍କୁ ଭିତିକରି ଅଭିଯୁକ୍ତକୁ ୧୦ ବର୍ଷ ଜେଲଦଣ୍ଡ ସହିତ ୫୨ ହଜାର ଟଙ୍କା ଜରିମାନା ଓ ଜରିମାନା ଅନାଦେୟ ଅଧିକା ୮ ମାସ ଜେଲଦଣ୍ଡ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଅଭିଯୁକ୍ତ ଜଣକ ହେଲେ ଦାରିଙ୍ଗବାଡ଼ି ଥାନା ଅଂଚଳର ଚନ୍ଦନ କାର୍ଜି ଓରଫ୍‌ ସ୍ମିତ ରଂଜନ କାର୍ଜି ବୋଲି ସୂଚନା ଦିଆଯାଇଛି।
ସୂଚନା ପ୍ରକାରେ, ଦାରିଙ୍ଗବାଡ଼ିିରେ ଚାଲିଥିବା ଶୀତ ମହୋତ୍ସବ ଦେଖିବା ପାଇଁ ଗତ ୧୩.୧.୨୪ ତାରିଖରେ ଜନୈକ ନାବାଳିକା ଘରଠାରୁ ପ୍ରାୟ ଏକ କିଲୋମିଟର ମହୋତ୍ସବ ପଡ଼ିଆକୁ ଆସୁଥିବା ବେଳେ ଅଭିଯୁକ୍ତ ଜଣକ ରାସ୍ତାରେ ଜୋର ଜବରଦସ୍ତ ଅଟଳାଇବା ସହିତ ସହିତ ଦୁଷ୍କର୍ମ କରି ନିକଟସ୍ଥ ଏକ ଶ୍ମଶାନ ନିକଟରେ ଛାଡ଼ି ପଳାଇଥିଲା। କୌଣସି ପ୍ରକାର ନାବାଳିକା ଜଣକ ରାସ୍ତାକଡ଼କୁ ଆସି ଏକ ଗଛମୂଳରେ ବସି କାନ୍ଦୁଥିବା ବେଳେ ମହୋତ୍ସବ ଦେଖି ଫେରୁଥିବା ଜଣେ ସଂପର୍କୀୟ ରାତ୍ର ପ୍ରାୟ ୧୧ଟାରେ ନାବାଳିକାକୁ ଉଦ୍ଧାର କରି ତାଙ୍କ ଘରେ ନେଇ ଛାଡ଼ିଥିଲେ। ପରେ ସେ ଘଟଣା ସଂପର୍କରେ କହିଥିଲେ। ନାବାଳିକା ଜଣକ ୧୭.୧.୨୪ ତାରିଖ ଦିନ ନିଜେ ଦାରିଙ୍ଗବାଡ଼ି ଥାନାରେ ଏକ ଏତଲା ଦେଇଥିଲେ। ଏତଲା ପ୍ରକାରେ ପୁଲିସ୍‌ କେସ ନଂ ୧୧ା୨୪ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଏହି ମାମଲାର ବିଚାର କରି ଉପରୋକ୍ତ ଦଣ୍ଡାଦେଶ ଦିଆଯାଇଛି। ପୀଡିତାଙ୍କୁ ୫ ଲକ୍ଷ ଟଙ୍କା କ୍ଷତିପୁରଣ ଦେବାକୁ ମଧ୍ୟ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ପୋସ୍କୋ କୋର୍ଟର ସ୍ୱତନ୍ତ୍ର ପି.ପି ଅମୀମ ପ୍ରହରାଜ ମାମଲା ପରିଚାଳନା କରୁଥିଲେ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories