www.samajalive.in
Sunday, December 7, 2025
23.1 C
Bhubaneswar

ଚାଷୀଙ୍କ ସ୍ୱାର୍ଥ ସହିତ ସାଲିସ କରିବ ନାହିଁ ଭାରତ-ମୋଦୀ, ଟ୍ରମ୍ପଙ୍କ ଟାରିଫକୁ ମୋଦୀଙ୍କ ଜବାବ

ସମାଜ ଡିଜିଟାଲ ଡେସ୍କ: ଆମ କୃଷକମାନଙ୍କ ସ୍ୱାର୍ଥ ଆମର ସର୍ବୋଚ୍ଚ ପ୍ରାଥମିକତା । ଭାରତ କେବେବି ଏହାର ଚାଷୀ, ପଶୁପାଳନ ଚାଷୀ ଏବଂ ମତ୍ସ୍ୟଜୀବୀଙ୍କ ସ୍ୱାର୍ଥ ସହିତ କୌଣସି ପ୍ରକାର ସାଲିସ କରିବ ନାହିଁ ବୋଲ ସ୍ପଷ୍ଟ ଭାବେ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମୁଁ ଜାଣେ ମୋତେ ବ୍ୟକ୍ତିଗତ ଭାବରେ ଏକ ବଡ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ମୁଁ ଏଥିପାଇଁ ପ୍ରସ୍ତୁତ । ଦେଶର ମତ୍ସ୍ୟଜୀବୀମାନଙ୍କ ପାଇଁ ଏବଂ ପଶୁପାଳକଙ୍କ ପାଇଁ ବହୁ ମୂଲ୍ୟ ଦେବାକୁ ପ୍ରସ୍ତୁତ । ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏଭଳି ମନ୍ତବ୍ୟକୁ ଟ୍ରମ୍ପଙ୍କ ଶୁଳ୍କ ଦ୍ୱିଗୁଣିତ କରିବାର ଘୋଷଣା ସହିତ ଯୋଡାଯାଇଛି । ଆଜି ଅର୍ଥାତ ଅଗଷ୍ଟ ୭ରୁ ଭାରତରୁ ଆମେରିକା ପଠାଯାଉଥିବା ସାମଗ୍ରୀ ଉପରେ ୨୫ପ୍ରତିଶତ ଶୁଳ୍କ ଲାଗୁ ହେଉଛି । ଟ୍ରମ୍ପଙ୍କ ଟାରିଫକୁ ମୋଦୀ କଡା ଜବାବ ଦେଇଛନ୍ତି । ସେହିପରି ଆସନ୍ତ ୨୭ତାରିଖରୁ ଅତିରିକ୍ତ ଶୁଳ୍କ ୨୫% ଲାଗୁ ହେବ । ଏହା ଯୋଗୁଁ ଆମେରିକୀୟ ବଜାରରେ ଭାରତୀୟ ସାମଗ୍ରୀ ମହଙ୍ଗା ହୋଇଯିବ । ଫଳରେ ସେମାନଙ୍କର ଚାହିଦା ହ୍ରାସ ପାଇପାରେ । ସେଠାକାର ଆମଦାନୀକାରୀମାନେ ଅନ୍ୟ ଦେଶରୁ ସାମଗ୍ରୀ ଅର୍ଡର କରିପାରନ୍ତି ।

ପ୍ରଧାନମନ୍ତ୍ରୀ ମୋଦୀ ଗୁରୁବାର ଦିଲ୍ଲୀରେ ଅନୁଷ୍ଠିତ ଏମ୍‍ଏସ୍‍ ସ୍ୱାମୀନାଥନ୍‍ ଶତବାର୍ଷିକୀ ଅନ୍ତର୍ଜାତୀୟ ସମ୍ମିଳନୀରେ ଅଂଶଗ୍ରହଣ କରିଥିଲେ । ମୋଦୀ କହିଥିଲେ ଯେ କିଛି ବ୍ୟକ୍ତିତ୍ୱ ଅଛନ୍ତି ଯାହାଙ୍କ ଅବଦାନ କୌଣସି ଗୋଟିଏ ଯୁଗ କିମ୍ବା କୌଣସି ଗୋଟିଏ କ୍ଷେତ୍ର ପର୍ଯ୍ୟନ୍ତ ସୀମିତ ନୁହେଁ । ପ୍ରଫେସର ଏମ୍‍ଏସ୍‍ ସ୍ୱାମୀନାଥନ୍‍ ଜଣେ ଏପରି ମହାନ ବୈଜ୍ଞାନିକ ଥିଲେ । ସେ ବିଜ୍ଞାନକୁ ଜନସେବାର ମାଧ୍ୟମ କରିଥିଲେ । ମୋଦୀ କହିଛନ୍ତି ଯେ ସ୍ୱାମୀନାଥନ୍‍ ଦେଶର ଖାଦ୍ୟ ସୁରକ୍ଷାକୁ ତାଙ୍କ ଜୀବନର ଲକ୍ଷ୍ୟ କରିଥିଲେ । ସେ ଏପରି ଏକ ଚେତନା ଜାଗ୍ରତ କରିଥିଲେ ଯାହା ଆଗାମୀ ଶତାଦ୍ଦୀ ପାଇଁ ଭାରତର ନୀତି ଏବଂ ପ୍ରାଥମିକତାକୁ ମାର୍ଗଦର୍ଶନ କରି ଚାଲିବା । ସ୍ୱାମୀନାଥନଙ୍କ ସହ ମୋଦୀଙ୍କ ସମ୍ପର୍କ ବହୁ ବର୍ଷ ପୁରୁଣା । ଅନେକ ଲୋକ ଗୁଜୁରାଟର ପୁରୁଣା ପରିସ୍ଥିତି ସହିତ ପରିଚିତ । ପୂର୍ବରୁ ମରୁଡି ଏବଂ ଘୂର୍ଣ୍ଣିବାତ୍ୟା ଯୋଗୁଁ କୃଷିକୁ ବହୁତ ସଙ୍କଟର ସମ୍ମୁଖୀନ ହେବାକୁ ପଡୁଥିଲା । ଯେତେବେଳେ ଗୁଜୁରାଟର ମୁଖ୍ୟମନ୍ତ୍ରୀ ହୋଇଥିଲି ସେତେବେଳେ ଆମେ ମୂର୍ତ୍ତିକା ସ୍ୱାସ୍ଥ୍ୟ କାର୍ଡ ଉପରେ କାମ ଆରମ୍ଭ କରିଥିଲୁ । ପ୍ରଫେସର ସ୍ୱାମୀନାଥନ୍‍ ଏଥିରେ ବହୁତ ଆଗ୍ରହ ଦେଖାଇଥିଲେ, ସେ ଆମକୁ ମୁକ୍ତ ଭାବରେ ପରାମର୍ଶ ଦେଇଥିଲେ ଏବଂ ମାର୍ଗଦର୍ଶନ କରିଥିଲେ । ତାଙ୍କ ଅବଦାନ ଯୋଗୁଁ ଏହି ପ୍ରୟାସ ଏକ ବଡ ସଫଳତା ପାଇଥିଲା ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories