www.samajalive.in
Sunday, December 7, 2025
26.1 C
Bhubaneswar

ସପ୍ତାହରେ ଦୁଇଥର ଆମବସ୍‌ରେ ଯାତ୍ରା କରିବେ କ୍ରୁଟ୍ ଅଧିକାରୀ

ଭୁବନେଶ୍ବର : ‘ଆମ ବସ୍’ ସେବାରେ ସାଧାରଣ ଯାତ୍ରୀଙ୍କ ଯାତ୍ରା ଅଭିଜ୍ଞତା ବୃଦ୍ଧି ନେଇ କ୍ରୁଟ୍ ପକ୍ଷରୁ ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। କ୍ରୁଟ୍ ପରିଚାଳନା ନିର୍ଦେଶକ ଡ.ଏନ୍ ଥିରୁମାଲା ନାଏକ କ୍ରୁଟ୍‌ର ସମସ୍ତ ସଦସ୍ୟଙ୍କୁ ସପ୍ତାହରେ ଅନ୍ତତଃ ଦୁଇଥର ଆମବସ୍‌ରେ ଯାତ୍ରା କରିବାକୁ ନିର୍ଦେଶ ଦେଇଛନ୍ତି। ବସ୍‌ରେ ଯାତ୍ରା କରି ବିସ୍ତୃତ ଅନ୍‌ଲାଇନ୍ ଫର୍ମ ମାଧ୍ୟମରେ ଆମବସ୍‌ର ପ୍ରତ୍ୟେକ ସେବାର ସ୍ୱରୂପ ଉପରେ ମତାମତ ସଂଗ୍ରହ କରାଯିବ। ମତାମତକୁ ଆଧାର କରି ସେବାର ଉନ୍ନତୀକରଣ ପାଇଁ ପ୍ରଚେଷ୍ଟା ହେବ ବୋଲି କ୍ରୁଟ୍‌ ପକ୍ଷରୁ କୁହାଯାଇଛି। ବୁଧବାର କ୍ରୁଟ୍‌ର ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସମେତ ପରିଚାଳନା ନିର୍ଦେଶକ ବିଭିନ୍ନ ରୁଟ୍ ବସ୍‌ରେ କ୍ରୁଟ୍ କାର୍ଯ୍ୟାଳୟରୁ ବାହାରି ୧୦ ନମ୍ବର ମାଧ୍ୟମରେ କିଟ୍ ଛକରୁ ଇନ୍‌ଫୋସିଟି ଏବଂ ୧୩ ନମ୍ବର ରୁଟ୍‌ରେ ଟ୍ରାଇଡ଼େଣ୍ଟ ମହାବିଦ୍ୟାଳୟରୁ କେଶରୀ ଟକିଜ୍ ଯାଏଁ ଯାତ୍ରା କରି ପ୍ରକୃତ ଅବସ୍ଥା ପରଖିଥିଲେ। ସେମାନେ  ନିଜେ ଟିକେଟ୍ କାଟି ଆମବସ୍‌ରେ ସାଧାରଣ ଯାତ୍ରୀଙ୍କ ଭଳି ଯାତ୍ରା ଅନୁଭୂତି ନେଇଛନ୍ତି। ଯାତ୍ରୀଙ୍କ ସହ ଯୋଗାଯୋଗ କରି ସେମାନଙ୍କ ଯାତ୍ରା ଅଭିଜ୍ଞତା ବିଷୟରେ ସିଧାସଳଖ ମତାମତ ସଂଗ୍ରହ କରିଥିଲେ। ସେହିଭଳି ଅଚାନକ ଯାଞ୍ଚରେ କ୍ରୁଟ୍ ମହା ପ୍ରବନ୍ଧକ ସଞ୍ଜୟ ବିଶ୍ୱାଳ କଟକ ସିଡ଼ିଏ ୯ରୁ ଭୁବନେଶ୍ୱର କଳାରାହାଙ୍ଗ ପର୍ଯ୍ୟନ୍ତ ବସ୍‌ରେ ଯାତ୍ରା କରି ସେବାର ଅବସ୍ଥା ମୂଲ୍ୟାଙ୍କନ କରିଥିଲେ।

 

Hot this week

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

କଣ ରହିଛି ବିଶ୍ଵାସ, କାହିଁକି କାଠକୁ ଛୁଅଁନ୍ତି ଲୋକେ ?

ନୂଆଦିଲ୍ଲୀ : ଦୀର୍ଘ ବର୍ଷ ଧରି ସାରା ବିଶ୍ଵରେ ଅନେକ ଅଜବ...

ଲୋକସଭାରେ ବନ୍ଦେ ମାତରମ୍ ଉପରେ ବିତର୍କ କରିବେ ମୋଦୀ

ସମାଜ ଲାଇଭ ଡ଼େସ୍କ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତାକାଲି ଲୋକସଭାରେ...

Related Articles

Popular Categories