www.samajalive.in
Sunday, December 7, 2025
14.1 C
Bhubaneswar

୧୫୦୦ ସିସିଟିଭି ଯାଞ୍ଚ, ୨ଶହଙ୍କୁ ଜେରା ପରେ କଂଗ୍ରେସ ସାଂସଦଙ୍କ ଚେନ୍‍ ଲୁଟେରାକୁ କାବୁ କଲା ପୁଲିସ

ସମାଜ ଡିଜିଟାଲ ଡେସ୍କ: ଦିଲ୍ଲୀର ଭିଭିଆଇପି ଅଞ୍ଚଳ ଚାଣକ୍ୟପୁରୀରେ ମହିଳା କଂଗ୍ରେସ ସାଂସଦଙ୍କ ଚେନ୍‍ ଛିନତାଇ ଘଟଣାର ପର୍ଦ୍ଦାଫାସ କରିଛି ଦିଲ୍ଲୀ ପୁଲିସ । ୧୫୦୦ରୁ ଅଧିକ ସିସିଟିଭି ଯାଞ୍ଚ କରିବା ଏବଂ ୨୦୦ରୁ ଅଧିକ ସନ୍ଦିଗ୍ଧଙ୍କୁ ପୁଚରାଉଚରା କରିବା ପରେ ଶେଷରେ ଦିଲ୍ଲୀ ପୁଲିସ ଅଭିଯୁକ୍ତକୁ ଗିରଫ କରିଛି । ପୁଲିସ ଅଭିଯୁକ୍ତଙ୍କଠାରୁ ସୁନା ଚେନ୍‍, ଘଟଣା ସମୟରେ ପିନ୍ଧିଥିବା ପୋଷାକ ଏବଂ ଛିନତାଇରେ ବ୍ୟବହୃତ ସ୍କୁଟି ମଧ୍ୟ ଜବତ କରିଛି ।
ସୋମବାର ସକାଳେ ସାଂସଦଙ୍କଠାରୁ ଚେନ୍‍ ଲୁଟି ନେଇଥିଲେ ଦୁର୍ବୃତ୍ତ । ତାମିଲନାଡୁ କଂଗ୍ରେସ ସାଂସଦ ଆର.ସୁଧା ଚାଣକ୍ୟପୁରୀରେ ଥିବା ବାସଭବନ ନିକଟରେ ପ୍ରାତଃ ଭ୍ରମଣ ପାଇଁ ବାହାରକୁ ଯାଇଥିବା ବେଳେ ଏହି ଘଟଣା ଘଟିଥିଲା । ଜଣେ ଅଜଣା ଯୁବକ ବାଇକରେ ଆସି ତାଙ୍କ ସୁନା ଚେନ୍‍ ଲୁଟି ଚମ୍ପଟ ମାରିଥିଲେ । ଏହି ସମୟରେ ସେମାନଙ୍କ ସାଂସଦ ସାମାନ୍ୟ ଆହତ ହୋଇଥିଲେ । ଘଟଣାକୁ ଗମ୍ଭୀରତା ସହ ନେଇ ପୁଲିସ ତୁରନ୍ତ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଦିଲ୍ଲୀ ପୁଲିସ ଏବଂ ସ୍ପେଶାଲ୍‍ ଷ୍ଟାଫ୍‍ଙ୍କ ୨୪ଟି ଦଳକୁ ତଦନ୍ତ ପାଇଁ ନିୟୋଜିତ କରାଯାଇଥିଲା । ତଦନ୍ତକାରୀ ଟିମ୍‍ ୧୫ଶହରୁ ଅଧିକ ସିସିଟିଭି ଯାଞ୍ଚ କରିଥିଲା । ତେବେ ଘଟଣାରେ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ଦିଲ୍ଲୀର ଓଖଲା ଅଞ୍ଚଳର ହୋଇଥିବା ଜଣାପଡିଛି ।

Hot this week

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

ଜାଡରେ ଥରୁଛି ସାରା ଓଡିଶା

ଭୁବନେଶ୍ୱର: ଉତ୍ତର-ପଶ୍ଚିମ ଶୁଷ୍କ ଥଣ୍ଡା ବାୟୁର ପ୍ରବାହ ଯୋଗୁଁ ରାଜ୍ୟରେ ଶୀତ...

Related Articles

Popular Categories