www.samajalive.in
Sunday, December 7, 2025
14.1 C
Bhubaneswar

ବାଦଲ ଫଟା ବର୍ଷାରେ ୪ମୃତ; ଭାସିଗଲା ସେନା ଶିବିର, ୧୦ସୈନିକଙ୍କ ସମେତ ୫୦ରୁ ଅଧିକ ନିଖୋଜ

ସମାଜ ଡିଜିଟାଲ ଡେସ୍କ: ମଙ୍ଗଳବାର ଅପରାହ୍ନ ୧.୪୫ମିନିଟରେ ଉତ୍ତରକାଶୀର ଧରାଳି ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଛି । ଏଥିରେ ୪ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ନିଖୋଜ ଅଛନ୍ତି । ଗଙ୍ଗୋତ୍ରୀ ତୀର୍ଥଯାତ୍ରୀଙ୍କ ପାଇଁ ଏକ ପ୍ରମୁଖ ସ୍ଥାନ ଥିବା ଧରାଳି ଗାଁର ବଜାର, ଘର ଏବଂ ହୋଟେଲ ଗୁଡିକ ପର୍ବତରୁ ଖୀର ଗଙ୍ଗା ନଦୀରେ ପ୍ରବାହିତ ଭଗ୍ନାବଶେଷରେ ଭାସି ଯାଇଥିଲା । ମାତ୍ର ୩୪ସେକେଣ୍ଡ ମଧ୍ୟରେ ସବୁକିଛି ନଷ୍ଟ ହୋଇଯାଇଥିଲା ।
ଧରାଲି ବ୍ୟତୀତ ହର୍ଷିଲ ଏବଂ ସୁକିରେ ବାଦଲ ଫଟା ବର୍ଷା ହୋଇଛି । ହର୍ଷିଲ ଅଞ୍ଚଳରେ ବାଦଲ ଫଟା ଯୋଗୁଁ ୮ରୁ ୧୦ଜଣ ସେନା କର୍ମଚାରୀ ନିଖୋଜ ଥିବା ଜଣାପଡିଛି । ପ୍ରଶାସନ କହିଛି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବା ସମ୍ଭାବନା ରହିଛି । ଉଦ୍ଧାର କାର୍ଯ୍ୟରେ ଏସଡିଆରଏଫ୍‍, ଏନଡିଆରଏଫ୍‍, ଆଇଟିବିପି ଏବଂ ସେନାର ଟିମ୍‍ ନିୟୋଜିତ ହୋଇଛନ୍ତି । ଏପର୍ଯ୍ୟନ୍ତ ୧୩୦ରୁ ଅଧିକ ଲୋକଙ୍କୁ ଉଦ୍ଧାର କରାଯାଇଛି । ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।

- Advertisement -

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories