www.samajalive.in
Tuesday, December 9, 2025
17.1 C
Bhubaneswar

ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ଭର୍ତ୍ସନା

ସମାଜ ବ୍ୟୁରୋ: ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା । ଭାରତୀୟ ସେନାର ମାନହାନି କଲା ଭଳି ମନ୍ତବ୍ୟ ନେଇ ରାହୁଲଙ୍କ ବିରୋଧରେ ଚାଲିଥିବା ମାମଲା ଉପରେ ସର୍ବୋଚ୍ଚ ଅଦାଲତ ସ୍ଥଗିତାଦେଶ ଦେଇଛନ୍ତି, କିନ୍ତୁ ଏଭଳି କହିଥିବାରୁ କଡ଼ା ଟିପ୍ପଣୀ ଦେଇଛନ୍ତି । ୨୦୨୦ ମସିହାରେ ଗଲୱାନ ଘାଟିରେ ଭାରତ ଓ ଚୀନ ସେନା ମୁହାଁମୁହିଁ ହୋଇଥିଲେ । ଏହି ଘଟଣା ଉପରେ ଭାରତୀୟ ସେନାର ମାନହାନି ହେଲା ଭଳି ମନ୍ତବ୍ୟ ଦେଇଥିଲେ ରାହୁଲ ଗାନ୍ଧୀ । ୨୦୨୨ରେ କଂଗ୍ରେସର ଭାରତ ଯୋଡ଼ୋ ଯାତ୍ରାରେ ରାହୁଲ କହିଥିଲେ, ଭାରତୀୟ ଯବାନଙ୍କୁ ଚୀନ ସୈନିକ ମାଡ଼ ମାରିଛନ୍ତି। ଭାରତର ୨୦୦୦ ବର୍ଗ କିଲୋମିଟର ଭୂମି ଚୀନ ଅକ୍ତିଆର କରିଛି । ଏଭଳି ମନ୍ତବ୍ୟ ପାଇଁ ରାହୁଲ ଗାନ୍ଧୀଙ୍କ ବିରୋଧରେ ଲକ୍ଷ୍ନୌର ଏକ ସ୍ୱତନ୍ତ୍ର ଅଦାଲତରେ ମାନହାନି ମାମଲା ରୁଜୁ ହୋଇଥିଲା । ଏହା ବିରୋଧରେ ରାହୁଲଙ୍କ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ଆବେଦନ କରାଯାଇଥିଲା । ସ୍ଥଗିତାଦେଶ ପାଇଁ ଆହ୍ଲାବାଦ ହାଇକୋର୍ଟ ମନା କରିଥିଲେ । ପରେ ରାହୁଲ ସୁପ୍ରିମକୋର୍ଟକୁ ଯାଇଥିଲେ । ସୁପ୍ରିମକୋର୍ଟ ମାମଲା ଉପରେ ସ୍ଥଗିତାଦେଶ ଦେଇଥିଲେ ବି ରାହୁଲ ଗାନ୍ଧୀଙ୍କୁ ଭର୍ତ୍ସନା କରିଛନ୍ତି। ସର୍ବୋଚ୍ଚ ଅଦାଲତ କହିଛନ୍ତି, ‘ଜଣେ ପ୍ରକୃତ ଭାରତୀୟ କେବେ ଏପରି ମନ୍ତବ୍ୟ ଦେଇପାରିବ ନାହିଁ’। ‘ରାହୁଲଙ୍କ ପାଖରେ ସେପରି କିଛି ପ୍ରମାଣ ଅଛି କି?’ ‘ସେତେବେଳେ ଥିଲେ କେଉଁଠି?’ ବୋଲି ସୁପ୍ରିମକୋର୍ଟ ପ୍ରଶ୍ନ କରିଛନ୍ତି। ଲୋକସଭାର ବିରୋଧୀ ଦଳ ନେତା ହିସାବରେ ରାହୁଲ ସଂସଦରେ ଏ ପ୍ରସଙ୍ଗ ଉଠାଇପାରିଥାନ୍ତେ। ‘ବାକ୍ ସ୍ବାଧୀନତା ଆଳରେ କେହି ମନଇଚ୍ଛା କିଛି କହିପାରିବେ ନାହିଁ’ । ତେବେ କୋର୍ଟଙ୍କ ଭର୍ତ୍ସନା ପରେ ବିଜେପି ମଧ୍ୟ ରାହୁଲଙ୍କୁ କଡ଼ା ଶବ୍ଦରେ ସମାଲୋଚନା କରିଛି ।  ରାହୁଲ ଗାନ୍ଧୀଙ୍କୁ ସୁପ୍ରିମକୋର୍ଟ ଭର୍ତ୍ସନା କରିଥିଲେ ବି ତଳ କୋର୍ଟରେ ତାଙ୍କ ବିରୋଧରେ ଚାଲିଥିବା ମାନହାନି ମାମଲା ଉପରେ ୩ ସପ୍ତାହ ପାଇଁ ସ୍ଥଗିତାଦେଶ ଦେଇଛନ୍ତି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories