www.samajalive.in
Tuesday, December 9, 2025
19.1 C
Bhubaneswar

ବୃଦ୍ଧଙ୍କ ନିଖୋଜ ଘଟଣାରେ ନୂଆମୋଡ଼ : କାଣ୍ଡାମାରେ ପହଞ୍ଚିଲା ସନ୍ଧାନୀ କୁକୁର

ଲାଞ୍ଜିଗଡ଼ : ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ଥାନା ଅନ୍ତର୍ଗତ କାଣ୍ଡାମା ଗାଁର ବୃଦ୍ଧ ରଘୁ ପାତ୍ରଙ୍କ ନିଖୋଜ ଘଟଣା ସୋମବାର ଦିନ ନୂଆମୋଡ଼ ନେଇଛି। ପରିବାର ଲୋକଙ୍କ ବାରମ୍ବାର ଅଭିଯୋଗ ପରେ ନିଖୋଜ ମାମଲା ରୁଜୁ କରିଥିବା ପୁଲିସ ଆଜି ତତ୍ପରତା ପ୍ରକାଶ କରିଥିଲା। ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ ଟିମ ଘଟଣାସ୍ଥଳରେ ପହଞ୍ଚିବା ପରେ ଦୁଇ ସନ୍ଦିଗ୍ଧ ନରେଶ ଦୋରା ଓ ସୁଶାନ୍ତ ହରିଜନଙ୍କୁ ଚିହ୍ନଟ କରିଥିଲା କୁକୁର। ଏହାପରେ ନରେଶକୁ ପଚରାଉଚୁରା କରିବା ପରେ ସେ ରଘୁଙ୍କୁ ହତ୍ୟା କରି ବାଇକ ଯୋଗେ ଶବ ନେଇ ଦହିଖାଲ ନିକଟରେ ରେଳ ଧାରଣାରେ ଫିଙ୍ଗି ଦେଇଥିବା ସ୍ୱୀକାର କରିଛି। ପୁଲିସ ଅଧିକ ତଦନ୍ତ ପାଇଁ ଉଭୟଙ୍କୁ ବିଶ୍ୱନାଥପୁର ଥାନାକୁ ନେଇଯାଇଛି। ଅଭିଯୁକ୍ତ ନରେଶର ବାପା ଦୁଃଶାସନ ଦୋରା ଗତ ମାସକ ତଳେ ମୃତ୍ୟୁବରଣ କରିଥିବାବେଳେ ମୃତ ରଘୁ ତାଙ୍କୁ ଗୁଣି କରିଥିବା ନେଇ ନରେଶଙ୍କ ପରିବାର ସନ୍ଦେହ କରିଥିଲେ। ସେଇଦିନଠୁ ରଘୁଙ୍କ ଉପରେ ରାଗ ରଖିଥିଲା ନରେଶ । କେରଳରୁ ସେ ଗାଁକୁ ଆସିବା ସହିତ ଦୁଃଶାସନଙ୍କ ମୃତ୍ୟୁର ଠିକ ମାସେ ପୁରିବା ଦିନ ସନ୍ଧ୍ୟାରେ କୌଣସି କାମରେ ରଘୁ ନିକଟସ୍ଥ ବଣ୍ଡେଲ ଗାଁକୁ ଯାଇ ଫେରୁଥିବାବେଳେ ନିଛାଟିଆ ଦେଖି ଆକ୍ରମଣ କରିଥିଲା। ହତ୍ୟା ପରେ ନିଜର ଅନ୍ୟ ତିନିଜଣ ସହଯୋଗୀ ସହିତ ଶବ ଗାୟବ କରିବା ସହିତ କିଛି ଜାଣିନଥିବା ଭଳି ରହିଥିଲା। ତେବେ ପୁଲିସ ତା’ଠାରୁ ସୂଚନା ପାଇ ରାୟଗଡା ରେଳବାଇ ପୁଲିସର ଜିମାରେ ଥିବା ଶବ ଉଦ୍ଧାର କରି ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ଅପରପକ୍ଷରେ ଏହି ଘଟଣାରେ ସାମିଲ ଥିବା ଅଭିଯୋଗରେ ନରେଶ ସହିତ ତାର ଭାଇ ଭୋଳା ଦୋରା,  ଦୁଇବନ୍ଧୁ ସୁଶାନ୍ତ ଓ ପ୍ରଦୀପ ହରିଜନଙ୍କୁ ଅଟକ ରଖି ପଚରାଉଚୁରା କରୁଛି। ବିଶ୍ୱନାଥପୁର ଥାନାଧିକାରୀ ତୁଳସୀରାମ ଶବର ମାମଲାର ତଦନ୍ତ କରୁଥିବାବେଳେ ଘଟଣାର ଗୁରୁତ୍ୱ ଦୃଷ୍ଟିରୁ କେସିଙ୍ଗା ପୁଲିସ ଉପଖଣ୍ଡ ଅଧିକାରୀ ସମ୍ବିତ ମାଝୀ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ୧୦୧ ରନ୍‌ରେ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories