ଛତ୍ରପୁର : ଗଞ୍ଜାମ ଜିଲ୍ଲାରେ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣିର ନୂଆ ତରିକା ଅବଲମ୍ବନ କରିଛନ୍ତି ଜିଲ୍ଲା ପ୍ରଶାସନ । ଏଣିକି ଅଭିଯୋଗର ତ୍ୱରିତ ସମାଧାନ ନେଇ ଗଞ୍ଜାମ ଜିଲ୍ଲାପାଳ ଭି. କିର୍ତ୍ତୀ ଭାସନ ଗୁରୁତ୍ୱ ଦେଇଛନ୍ତି । ଅଭିଯୋଗ ଶୁଣାଣୀରେ ସଂଗେ ସଂଗେ ଅଭିଯୋଗ ପତ୍ରର ଅନଲାଇନ ପଞ୍ଜିକରଣ ବ୍ୟବସ୍ଥା ଆରମ୍ଭ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ । ନିଜେ ଆଜି ଜିଲ୍ଲାପାଳ ଛତ୍ରପୁର ସ୍ଥିତ ଜଉଗଡ଼ ସମ୍ମିଳନୀ କକ୍ଷରେ ଆୟୋଜିତ ଅଭିଯୋଗ ଶୁଣାଣୀରେ ପ୍ରତେକ ଅଭିଯୋଗର ଟ୍ରାକ ବ୍ୟବସ୍ଥା ଆରମ୍ଭ କରିଛନ୍ତି । ନିଜେ ଜିଲ୍ଲାପାଳ ନିଜ ଲାପଟପରେ ଏହା କରୁଥିବା ଦେଖିବାକୁ ମିଳିଛି । ଅଭିଯୋଗକାରୀ ମଧ୍ୟ ଟ୍ରାକ କରି ସ୍ଥିତି ଜାଣିପାରିବେ । ଅଭିଯୋଗକାରୀଙ୍କ ଅଭିଯୋଗର କଣ ସ୍ଥିତି ରହିଛି ନିଜେ ମଧ୍ୟ ଜାଣିପାରିବେ । ଅଭିଯୋଗ ଗୁଡିକ ନିଦ୍ଧାରିତ ସମୟ ମଧ୍ୟରେ ଟ୍ରାକିଙ୍ଗ କରିବା ପାଇଁ ଏବଂ ଲୋକମାନେ ନିଜ ନିଜ ଅଭିଯୋଗ ଷ୍ଟାଟସ ଜାଣିବା ପାଇଁ ଏହି ବ୍ୟବସ୍ଥା ସହଯୋଗ କରିବ ବୋଲି ଜିଲ୍ଲାପାଳ କହିଥିଲେ ।
Popular Categories



