www.samajalive.in
Tuesday, December 9, 2025
17.1 C
Bhubaneswar

“ଯୈାତୁକ ପାଇଁ ମୋ ଝିଅକୁ ମାରିଦେଲେ”

କଟକ : କଟକ ଜିଲା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରେ ଜଣେ ମହିଳାଙ୍କୁ ଯୌତୁକ ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପା । ମୃତ ମହିଳାଙ୍କ ନାମ ରାଜଲକ୍ଷ୍ମୀ ନାୟକ । ଗୋବିନ୍ଦପୁର ଥାନା ଅନ୍ତର୍ଗତ ତୁଣ୍ଡା ଅଞ୍ଚଳରୁ ଏଭଳି ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ରାଜଲକ୍ଷ୍ମୀଙ୍କ ବିବାହର ୩ ବର୍ଷ ପରେ ଶାଶୁ ଘର ଲୋକେ ଯୌତୁକ ପାଇଁ ବଡଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ବାପା ରମେଶ ନାୟକ । ଅଭିଯୋଗ ମୁତାବକ ସ୍ୱାମୀ ଦେବାଶିଷ ମଲ୍ଲିକ, ଶାଶୁ ଝରଣା ମଲ୍ଲିକ ଓ ଶସୁର ବିଭୁପ୍ରସାଦ ମଲ୍ଲିକ ମିଳିତ ଭାବରେ ବଡଝିଅ ରାଜଲକ୍ଷ୍ମୀଙ୍କୁ ବିବାହ ପରଠାରୁ ମାନସିକ ଓ ଶାରୀରିକ ନିର୍ଯାତନା ଦେଇଆସୁଥିଲେ । ଏନେଇ ଆଗରୁ ବାପଘର ଲୋକେ ନିଆଳୀ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ ଓ ଅଭିଯୋଗ ମୁତାବକ ସ୍ୱାମୀ ଦେବାଶିଷ ମଲ୍ଲିକଙ୍କୁ କୋର୍ଟ ଚାଲାଣ କରିଥିଲା ପୁଲିସ୍ । ପରେ ଉଭୟ ପରିବାରର ସହମତିରେ କୋର୍ଟରେ ସମାଧାନ ହୋଇଥିଲା । ଯେହେତୁ ରାଜଲକ୍ଷ୍ମୀ ଗର୍ଭବତୀ ଥିଲେ, ତେଣୁ ପିଲା ଓ ମା’କୁ ମାରିଦେବା ପାଇଁ ଶାଶୁଘର ଲୋକେ ବାରମ୍ବାର ଚେଷ୍ଟା କରୁଥିବା ନେଇ ଅଭିଯୋଗ କରିଛନ୍ତି ବାପା । ହଠାତ୍ ରାଜଲକ୍ଷ୍ମୀ ଆତ୍ମହତ୍ୟା କରିଥିବା କଥା ଫୋନ୍ ଯୋଗେ ଜ୍ୱାଇଁଙ୍କ ଠାରୁ ଖବର ପାଇବା ପରେ ବାପଘର ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ । ଖବର ପାଇ ଗୋବିନ୍ଦପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିବା ସହ ତଦନ୍ତ ଆରମ୍ଭ କରିଛି ।

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories